ମାଧବାନନ୍ଦ ଭୋଇ
ପେଟର ଭୋକ ଅନେକ ସମୟରେ ମଣିଷକୁ ଅସହାୟ କରିଦିଏ । ପେଟ ପାଇଁ ତ ସବୁ ନାଟ । ୟେ ତ ଅଜ୍ଞାନ ମାଆ ଛେଉଣ୍ଡ ଅଢେଇ ବର୍ଷର ଶିଶୁର କଥା । ତା ପେଟର ବ୍ୟଥା । କିଛି ଦିନ ପୂର୍ବେ ଭୋକ ସମ୍ଭାଳି ନ ପାରି ସେ ଏକ ବିବାହ ଭୋଜିର ଅଇଁଠା ଖଲି ପତ୍ରକୁ ଚାଟିବା ଜନ ମାନସରେ ଆଲୋଡନ ସୃଷ୍ଟି କରିପାରେ । ମାତ୍ର ଏ ଘଟଣା ସୁନ୍ଦରଗଡରେ ଘଟିଥିଲେ ମଧ୍ୟ ସାରା ଓଡିଶାର ପ୍ରତି କୋଣ ଅନୁକୋଣରେ ନ ଘଟୁଛି ବୋଲି କିଏ କହିବ ? କାରଣ ଗରିବ ହିଁ ସବୁବେଳେ ଗରିବ । ଏହି ପରିପ୍ରେକ୍ଷୀରେ ମୋର କବିତା କୋଇଡାର ଭୋକ ପାଠ କରି ମତାମତ ଦେବା ପାଇଁ ପ୍ରିୟ ପାଠିକା/ପାଠକଙ୍କୁ ଅନୁରୋଧ ।
କାଜଲ ପାଇଁ କି କଙ୍କଡା ଝୋଳ,
ଓଡିଶାରେ ହେଲା ବଡ ଖବର,
ଭୋକ ବିକଳରେ ଗରିବ ପିଲା,
ଅଇଁଠା ଖଲି ପତର ଚାଟିଲା । ।
ମାଆ ଛେଉଣ୍ଡ ତା ବାପା ମୁରୁଖ,
କାଠକୁ ବିକିଲେ ପୂରଇ ପେଟ ।
ଘରେ ହାଣ୍ଡି ମାଙ୍କଡ ଚିତ୍ ମାରୁଛି,
ଖାଲି ପେଟରେ; ନାହି ଡେଉଁଛି । ।
ଭୋକର ବେଦନା କିଏ ବୁଝିବ ?
ଗରିବ ଲୁହକୁ କିଏ ପୋଛିବ ।
ତେଲିଆ ମୁଣ୍ଡରେ ତେଲ ଭାଇ ସିନା,
ନୁଖୁରା ବାଳକୁ କିଏ ଚାହିଁବ ?
ଗରିବୀ ଭୋଟରେ ଜିତୁଛି ନେତା.
ଗାନ୍ଧୀ ଟୋପି ପିନ୍ଧି କାଟଇ ଫିତା,
ଉପରେ ଯୋଜନା ମାଳକୁ ମାଳ,
ଉପର ସୁନ୍ଦର ଭିତର ଖୋଳ । ।
ପେଟ ପୋଡିଗଲେ ନିଦ ଆସଇ,
ଲୁହ ପିଇ ପିଇ ଶୋଷ ମରଇ,
ଓଳିଏ ଖାଇଲେ ଓଳିଏ ଉପାସ,
ଛିଣ୍ଡା ଲୁଗା ପିନ୍ଧେ ଲାଜ ଲୁଚାଇ । ।
ସେର ପୁରିଗଲେ,କାଳ ସରିବ,
ପଡି ପଡି କେବେ ଜୀବନ ଯିବ ?
ଆସିଛୁ ଲଙ୍ଗଳା,ଯିବୁ ତୁ ଫୁଙ୍ଗୁଳା,
ଭୋକିଲା ପେଟରେ ଦିନ ସରିବ । ।
ସଂପାଦକ:ଉଦୟ ଭାନୁ, ସା:ଭୋଦଳ,ପୋ:ପାଟସୁନ୍ଦରପୁର,ବ୍ରାହ୍ମଣ ସାଇଲୋ,କଟକ-୦୪୮,ସଂପର୍କ:୯୨୩୮୫୮୯୧୦୦
No comments:
Post a Comment
ହୃଦୟର ଶରଧା ସହିତ...........