Showing posts with label ଆମ କବିତା. Show all posts
Showing posts with label ଆମ କବିତା. Show all posts

ନିଆଳି ମେଳନ

🙌🏿 ନିଆଳି ମେଳନ 🙌🏿
✍️ ମାଧବାନନ୍ଦ ଭୋଇ
ତୁ ତ ମୁତୁରୀ, ମୁଁ ତ ମୁତୁରୀ         
ହେଁସ କାହିଁ ପାଇଁ ଧୋଇବା,
ଆମର ପଲ୍ଲୀରେ ମଟନ ବୋତଲ
ଚାଲେ,ସେଇଠି ଖାଇବା।।
କାଲା କାଙ୍ଗାଳି ଆ,ଭୋଟ ବିକଳିଆ,
ନିଇତି ସେ ମେଳି କରୁଛି,
ନିଆଳିରେ କୁଜି,ବିଆଳୀ ବାଛିବେ
ଭୋକିଲାଙ୍କ  ଭିଡ଼ ଜମୁଛି।।
ଭୋଟ୍ ପାଇଁ ଯେତେ ଲୋଡା ହେଵ ନୋଟ୍ 
ଚିନ୍ତା କର ନାହିଁ କୁଜି।
ସୁରା ସାକୀ ଠାରୁ ମଟନ ଚାଖଣ,
ସବୁ ମୁଁ ରଖିଛି ଖଞ୍ଜି।।
ଛବି ପ୍ରତିଛବି ଲାପତା ହୋଇବ
ସ୍ବାଧିନେ ଖାଇବ ଖଡା।
ଖଂଗ୍ରେସି ପିଲାର ମୁଁହ ପୋଡ଼ି ଦେବି
କରିଦେବି ଘରବୁଡା।।
ଛାମୁଙ୍କ କଥାରେ ହେଲେ କୃତ୍ୟ କୃତ୍ୟ 
ଭୋକିଲା କୁଜି ଜନତା।
ଟିକେଟ ଆମରି,ଦଳ ବି ଆମରି
ଆମରି ରହିବ ସତ୍ତା।।
ନିଆଳି ମାଟିର ସ୍ବାଭିମାନ ଯାଉ
ଆଗେ ନିଜ ଝୁଲି ପୁରିଯାଉ।
ଖଟିଖିଆ  ଖଟି ମରିଯାଉ ନିତି 
ବାସି ପେଜ ପିଇଥାଉ।।
ନିଆଳୀର ନେତା ଭକୁଆ ଜନତା 
ମହୀ କ୍ଷଣ କ୍ଷଣକରେ ଆନ।
ବେଳ ଥାଉଁ ବନ୍ଧ,ବାନ୍ଧ ହେଁ କୁମର
ବେଳୁ ହୁଅ ସାବଧାନ।।
🙏 *ସଂପାଦକ: ଉଦୟ ଭାନୁ,ଭୋଦଳ, ପାଟସୁନ୍ଦରପୁର,କଟକ, ସଂପର୍କ:୯୨୩୮୫୮୯୧୦୦*🙏
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ହେ ଗୁରୁ ଗରୀୟାନ !

ମାଧବାନନ୍ଦ ଭୋଇ
ଶତ ପ୍ରଣାମ ତୁମରି ଚରଣେ ହେ ଗୁରୁ ଗରୀୟାନ,
ଜ୍ୟୋତି ପୁଞ୍ଜ ମଧ୍ୟେ ତୁମେ ଧ୍ରୁବ ତାରା, ତୁମେ ଚିର ଅମଳିନ । ।
ଆତ୍ମୀୟତା ସ୍ନେହ ଝରାଇଲ ହୃଦେ ତୁମରି ଶିକ୍ଷା ଦାନ ସାଥେ,
ଅଜ୍ଞାନ ଅନ୍ଧାର ଦୂରେଇବା ପାଇଁ, ଦୀପ ଜାଳିଦେଲ ନିଜ ହାତେ ।
ହେ ଯୁଗ ଦ୍ରଷ୍ଟା, ହେ ମହା ସ୍ରଷ୍ଟା; କରେ ତବ ପଦ ବନ୍ଦନ । ।୧
ତିଳ ତିଳ କରି ନିଜେ ଜଳି ଜଳି, ଜ୍ଞାନର ପ୍ରଦୀପ ଦିଅ ଜାଳି,
ହୃଦୟେ ଆମ ନ ଭୁଲୁ କେବେ ବି ;ପ୍ରବଳ ପବନେ ସଦା ଜଳି ।
ହେ ସତ୍ୟ ସିନ୍ଧୁ, ହେ ପରମ ବିନ୍ଦୁ! କରେ ତବ ପଦ ବନ୍ଦନ । ।୨
ଦୁଃଖ ସୁଖ ନିନ୍ଦା ପ୍ରଶଂସା ସମାନ, ମନେ ଚିନ୍ତୁ ଥାଅ ସର୍ବ ସମ,
ବଚନ ଭାଷିଲେ ମଧୁ ଝରେ ପରା, ତବ ସୃଷ୍ଟି ସୁଧା ଅନୁପମ ।
ହେ ଗୁରୁଦେବ, ହେ ପରମାନନ୍ଦ, କରେ ତବ ପଦ ବନ୍ଦନ । ।୩
ସତ୍ୟ ପଥ ପାଇଁ , ଲକ୍ଷ ଭେଦ ପାଇଁ, ତୁମେ ହିଁ ଆଶିଷ ଝରାଇ ଦିଅ,
ଅନ୍ତରେ ଆମର ବଜ୍ର ଶପଥ, ତୁମେ ଆଜି ହୃଦେ ଜଗାଇ ଦିଅ ।
ହେ ସାଧକ, ହେ ମହାତ୍ମନ୍ ! କରେ ତବ ପଦ ବନ୍ଦନ । ।୪
ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ,ପାଟସୁନ୍ଦରପୁର,କଟକ,
ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କିଏ କରୁଛି ସର୍ବନାଶ

ମାଧବାନନ୍ଦ ଭୋଇ
ସତ କହିଲେ ଗାଳି ଖାଇବ, 
ପ୍ରତିବାଦ କଲେ ଜେଲ୍ ଯିବ ।
ଲୁଚା ଛପାରେ ହଣା ଖାଇବ,
ସ୍ବାର୍ଥପରଙ୍କ ଅପ୍ରିୟ ହେବ  । ।
ସଂପର୍କରେ ଚଉହଦୀରେ,
 ହେବ ତୁମେ ମହାକାଳ ଫଳ,
ସାକ୍ଷାତରେ  ଦେଖୁଥିବ ମିଠା ମିଠା ହସ ,
ପରଦାର ପଛ ପାର୍ଶ୍ଵରେ ତୁମ ପାଇଁ ଥିବ ଖାଲି ହଳା ହଳ ବିଷ । ।

ନୀଳ ବର୍ଣ୍ଣ ଶୃଗାଳ ପରି  କୁଜି ନେତା ବନିଯାାଅ,
ନେତାଙ୍କ ପାଇଁ ଗୁଣ୍ଡାଗିରି କର, 
ହାତରେ ଛୁରୀ ଭୁଜାଲି ଧର
ଅକ୍ଟୋପାସ୍ ପରି ଝୁଣି ପକାଅ ଗରିବର ରକତକୁ
ଖିନ୍ ଭିନ୍ କରି ଖାଇଯାଅ 
ମାଆ ଭଉଣୀର କଅଁଳା ମାଂସକୁ
 ହେବ ତୁମେ ସୁନା ପୁଅ,
 ହେବ ତୁମେ ସୁନା ପୁଅ । ।

 ଜୟ ଭୀମ୍ ଦେବ ନାରା,
 ଜୟ ଶ୍ରୀ ରାମ ଦେବ ନାରା,
 ଛଳନାର ଦେବ ଭୂମି ପରେ,  ହୋଇ ଦଳ ଦଳ.
ଟୁକୁଡା ଟୁକୁଡା କରି ଦିଅ ଦେଶ ।
 ସମାଜର  ଛାତି ଚିରି,
 ବିଂଚିଦେବ ହଳା ହଳ ବିଷ  ।
ସମାନତା, ମାନବିକତା ହେଉ ପଛେ ଧ୍ୱଂସ  । ।

 ଜୀଇଁବି ମୁଁ ନିଜ ପାଇଁ,   ହସିବି ମୁଁ ନିଜ ପାଇଁ
 ଅପୂର୍ଣ୍ଣତା ହେଉ ପଛେ ସ୍ବରାଜ୍ୟର ଗାଡ ।
ଆଜି ମଲେ କାଲି କି ଦିନ, ସରିବନି ସ୍ବପ୍ନ,
 ଗଢିବି ମୁଁ ସ୍ବପ୍ନର ଉଆସ,
 ଗରିବୀକୁ କରି ଉପହାସ । ।
ସୁରା ସାକୀ ସାମ୍ରାଜ୍ୟରେ କରି ଅଟ୍ଟହାସ୍ୟ,
ସମାଜର  ହୋଇଯାଉ ପଛେ ସର୍ବନାଶ । ।
ସମାଜର  ହୋଇଯାଉ ପଛେ ସର୍ବନାଶ । ।


ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ,କଟକ,ସଂପର୍କ:୯୨୩୮୫୮୯୧୦୦
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଦେଶ ଆଜି ମୋର ବଦଳୁଛି

କିଏ କହେ ଦେଶ ବଦଳୁଛି,
ତେଲିଆ ମୁଣ୍ଡରେ ତେଲ ଢଳା ଚାଲେ,
ଚଉଦ ପୁରୁଷକୁ  ନେତା ସମ୍ପତ୍ତି ରଖିଲେ,
ଟିକସ ବସାଇ,ଗରିବର ତଣ୍ଟି ନିଇତି ଚିପି,
ଘର ବୁଡି ପାଣି ଆଣ୍ଠୁଏ ହେଲାଣି,
କଣା କହେ ମେଘ ଦୁଲୁକୁଛି।।
ମୁଁ ଦୁଃଖୀ ଜନ ସେବା କରୁଅଛି।।
ମାଗଣା ଯୋଜନା କୁଜି ପାଉଅଛି,
ଲାଜ ଲୁଚେ ନାହି,ଲୁଗା ଖଣ୍ଡେ ପାଇଁ,
ଟଙ୍କେ ଚାଉଳରେ,ଭାଗ୍ୟ ବଦଳେ ନି।
ବାର୍ଦ୍ଧକ୍ୟ ଭତ୍ତାରେ ଜୀବନ ମିଳେ ନି,
ଜୀବନର ନଇରେ,କୁଟା ଖିଆ ପରି
ଭୋକିଲା ପେଟରେ ଚାହିଁ ଅଛି।।
ଦେଶ ଆଜି ମୋର ବଦଳୁଛି।।
ପୋଷେ ମୁଢ଼ି ପାଇଁ,କୋଶେ ଯିବି ଧାଇଁ,
ମାଗଣା ଯୋଜନା ,ମନ ହାଇଁ ପାଇଁ।
ପୋଡ଼ୁ ପଛେ ଶିକ୍ଷା,ପୋଡ଼ୁ ସ୍ବାଭିମାନ
ନେତା ହାତ ଟେକା, କରୁଅଛି ବୋକା।
ମାଗଣା ମିଳୁଛି,ଚାତକ ମୁଁ ନିତି ଚାହୁଁଅଛି।।
ଧନୀ ଗରିବର ପାଚେରୀ ହୋଇଛି,
ସତ ପାଶେ ମିଛ ବନ୍ଧା ପଡ଼ିଅଛି।
ରାମର ରାଇଜ ରାଜୁତି ହୋଇଛି।
ଭୋକରେ ମୁଁ ଦିନ କାଟୁଅଛି।
ଉଠୁରେ ପୁତା ଉଠୁ, ଉଠୁରେ ପୁତା ଉଠୁ।
ଦିନ ସରିଗଲା,କାଳ ଆସିଗଲା।
ଏମିତି ମୋ ଭାଗ୍ୟ ବଦଳୁଛି।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା

                             ଗଣ ମାଧ୍ୟମ ହେଉଛି ଗଣତନ୍ତ୍ରର  ଚତୁର୍ଥ  ସ୍ତମ୍ଭ । ମାତ୍ର  ପରିତାପର ବିଷୟ ରାଜ୍ୟ ସରକାର ନିଜର ଦୁର୍ନିତୀକୁ ଲୁଚାଇବାକୁ ଯାଇ, ଲୋକ ସେବା ଭବନ ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଗଣ ମାଧ୍ୟମକୁ  ବାରଣ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ ଅଟେ । ସାହିତି୍ୟକ ଶିକ୍ଷୟତ୍ରୀ /ଶିକ୍ଷକ ବନ୍ଧୁମାନଙ୍କୁ ଅନୁରୋଧ ଦୟାକରି  ମୋତେ ଖରାପ ଭାବିବେ ନି  । କାରଣ  ଯେଉଁଠି ସମାଜରେ ଅହରହ କ୍ଷୁଧାର ତାଡନା ସହ ଦୁର୍ନୀତିର  ଗନ୍ଧ ବାରି ହୋଇ ପଡୁଛି, ସେଠି ମୋ କଲମ ଚାଳନା ଜାରି ରହିବ  । କାରଣ ଅତୀତରେ ମୋ ଲେଖାକୁ ଅନେକ ସାହିତ୍ୟ ସଙ୍ଗଠକ, ସ୍ରଷ୍ଟା ଓ ସାହିତ୍ୟ ଗୃପମାନେ ଅଣଦେଖା ପୂର୍ବକ ମୁଁ ସାହିତ୍ୟରେ ରାଜନୀତି କରୁଛି ବୋଲି ସମାଲୋଚିତ ହେବା ସହିତ  ଗୃପରୁ ମଧ୍ୟ ତଡା ଖାଇଛି ।   ଏହି ପ୍ରରିପ୍ରେକ୍ଷୀରେ ମୋର କବିତା “ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା”କୁ ପାଠ କରିବା ସହିତ ମତାମତ  ଦେବା ପାଇଁ ଅନୁରୋଧ ।  

ସାମ୍ବାଦିକକୁ ଇସ୍ କୁଲୁ ମନା । ।
ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା,
ସାମ୍ବାଦିକକୁ ଇସ୍ କୁଲୁ ମନା । ।
ନିତି ଏଇ ବାଟେ ଯାଉରେ ନାରଦ, ମୋବାଇଲି ବୁଉମ୍ ଧରି,
କଣା ଖୋଜୁଥାଉ, ମାଷ୍ଟରମାନଙ୍କ, ସତେ କି ଚାତକ ପରି । ।
 ଆଉ ସେ ସୁଯୋଗ ପାଇବୁ  ନାହିଁରେ, କହିଛି ସମୀର ନନାରେ... ନାରଦ ନନା । ।
ଦିଶିବନି ଆଉ ପାଣିଆ ଡାଲେମା,ମିଲି ମେକରର ଝୋଳ,
ଦରସିଝା କରି ପାଚିକା ଥୋଇବ, ବୋହିବନି ଆଉ ଝାଳ ।
 ମଧ୍ୟାହ୍ନ ଭୋଜନ, ଭାରି ହିନୀମାନ, ସମାଜେ ଉଡୁଛି କନାରେ ... ନାରଦ ନନା  । ।
ହେବ ଫଳାଫଳ , ଶହେ ଶହେ ଖେଳ, ପିଲା ନ ପଢନ୍ତୁ ପାଠ,
ମାଷ୍ଟର  ମାଷ୍ଟରାଣୀ ପଢାଇବେନି ପାଠ, ଚାଲିବ ପୀରତୀ ନାଟ?
 କହିବେନି କେହି, ଦେଖିବେନି କେହି, ଚାଲିବ ଫୁଙ୍ଗୁଳା ହାଟରେ.. ନାରଦ ନନା । ।
ଶିଖିଆ ମନ୍ତିରୀ ଭାରି ହୁସିଆରି, ଜାଣିଛି  କହିବା ଚାତୁରୀ,
 ଫାଇବି ଟିରେ କରିଅଛି ଖେଳ, ବିଦ୍ୟାଳୟ ହତଶିରୀ ।
 ଦୁରିନୀତି ଗନ୍ଧ, ମହ ମହ ବାସେ,ସବୁ ଭେଣ୍ଡି ଯାକ ସୁନାରେ...ନାରଦ ନନା । ।
ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ, ପାଟସୁନ୍ଦରପୁର, କଟକ,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପ୍ରଭୋ! ଦେଖାଅ ମୋତେ ସୁପଥ,

ମାଧବାନନ୍ଦ ଭୋଇ
ପ୍ରଭୋ!ଦେଖାଅ ମୋତେ ସୁପଥ,
 ସତ୍ୟ ଶାନ୍ତିି ଦୟା କ୍ଷମା ଭକ୍ତି ଥିବ,ଚାଲୁଥିବି ଅବିରତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ । ।
 ଦୁଃଖୀ  ନେତ୍ରୁ, କେବେ ଅଶ୍ରୁ ନ ଝରିବ,
କ୍ଷୁଧାତୁର  କ୍ଷୁଧା ତୃଷା ମେଣ୍ଟି ଯିବ,
 ସବୁରି ପରାଣ, ହୋଇବ ତୃପତ
ପୂର୍ଣ୍ଣ ହେଉ ଏ ମନୋରଥ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୧ । ।
 ଜହ୍ଲାଦ ଓଠରେ ସଇତାନୀ ହସ, 
ନ୍ୟାୟ ପାଳିକାକୁ କରେ ଉପହାସ,
ଅନ୍ୟାୟର ଅମା,ଯିବ ଅପସରି;
ଶୂନ୍ୟଗର୍ଭା ଧରା, ହେବ ପୂର୍ଣ୍ଣଗର୍ଭା ।
ଅସତ୍ୟ ହୋଇବ ହତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୨ । ।
 ସହୁଥିବି ନିନ୍ଦା ଅପବାଦ ବାଧା,
“ମୋର” ବୋଲି କହି ନ କରୁ ଶରଧା ।
 ଦୀପ ସମ ଜଳି,ଜୀବନକୁ ଜାଳି,
ସବୁରି ଓଠରେ ଫୁଟାଇବି ହସ
 କରିବି ସମାଜ ହିତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୩ । ।
 ଫୁଲ ସମ ମୁହିଁ ସୁବାସ ବିତରି,
ମାତୃଭୂମି କୋଳେ ଯିବି ଶେଷେ ଝରି ।
ଗାଁ ଶମଶାନେ, ତନୁ ଲୀନ ହେବ
 ମାଟି ଘଟ ମୋର, ମାଟିରେ  ମିଶିବ
ଯିବି ମୁହିଁ ଶେଷ ତୀର୍ଥ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ ।  । ।୪ । ।

ସଂପାଦକ-ଉଦୟ ଭାନୁ ସା-ଭୋଦଳ,ପାଟସୁନ୍ଦରପୁର,କଟକ,ସଂପର୍କ-୯୨୩୮୫୮୯୧୦୦

ସଂପର୍କ

ତୁମ ସହ ମୋର ଚିହ୍ନା ବି ନ ଥିଲା,                        
ନ ଥିଲା ସଂପର୍କ କିଛି ।
ଅଜାଣତେ ଆସି,  ଭଲ ପାଇ ଗଲ,
ମୋ ସାଥିରେ ଗଲ  ମିଶି । ।
 ପ୍ରକୃତରେ ଯେବେ ଭଲ ପାଉଥିବ,
ଯିବନି କେବେ ଦୂରେଇ,
ପ୍ରଥମ ଦେଖାରେ କରିଲ ନିଜର,
ମୁଁ କେବେ ଭୁଲିବି ନାହିଁ । ।
କଳପନା ମନ, ଲଭିଲା ସପନ
 କେତେ ଲାଗୁଥିଲା ଭଲ,
କେମିତି କହିବି; ଅନୁଭବ କଥା,
ଭଅଁର ବିହୁନେ ଫୁଲ । ।
ଗୁଣୁ ଗୁଣୁ ହୋଇ ଗୀତ ଗାଉଥିଲି,
ହୃଦୟର ବଗିଚାରେ,
 ଛୁପି ଛୁପି ଆସି,ଚୁମି ଚୁମି ଗଲ
ଭିଜିଲି ତୁମ ପ୍ରେମରେ । ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସନ୍ତକ

ଲେଖୁନି ଗଣିତ,ଲେଖୁନି ସାହିତ୍ୟ            
ଲେଖୁଅଛି ଇତିହାସ,
ପ୍ରେମ କେବେ ଥିଲା କୁହୁଡିର ଘର,
କରିବନି ଉପହାସ । । 
ବଗ ଉଡିଗଲେ, ଆକାଶ ଛାତିରେ
ବଗୁଲି ଝରାଏ ଲୁହ,
ତୁମ କଥା ମୋର ମନେ ପଡିଗଲେ
ଅନ୍ତରୁ ଝରଇ କୋହ । ।
ଜୀବନ ପଥରେ ସାଥୀ ହେବା ପାଇଁ
ପଛକୁ ଅନାଅ ନାହିଁ,
ସମୟ ବିତିବ,ଭାବିବାକୁ ହେବ,
ସମୟ ମିଳିବ ନାହିଁ । । 
ସରି ସରି ଆସେ ଜୀବନ ପ୍ରଦୀପ,
ଲିଭି ଲିଭି ଆସେ ଆୟୁ,
ଏ ମାୟା ସଂସାରୁ ବିଦାୟ ପୂର୍ବରୁ 
ଏତିକି ସନ୍ତକ ଥାଉ । ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଓଡିଆ ମୋ ମାତୃ ଭାଷା,

ମାଧବାନନ୍ଦ ଭୋଇ
କହିବି ଓଡିଆ, ପଢିବି ଓଡିଆ                                              ଓଡିଆ ମୋ ମାତୃ ଭାଷା,
ଭାଷା ଜଗତରେ,ସବୁ ଠୁ  ସେ’ ମିଠା
ରାଇଜ ମୋର ଓଡିଶା । ।
ନଦୀ ନାଳ ଗିରି ସବୁଜ ବନାନୀ
ଚଉଦିଗେ ଅଛି ଭରି,
ସାଗର ନୀଳିମା,କ୍ଷେତ ସବୁଜିମା,
କି ସୁନ୍ଦର ଶୋଭା ଶିରୀ । ।
ବାରବାଟୀ ମଡା  ଆଜି ଉଠେ ଚେଇଁ
ସାଧବ ପୁଅର ଗାଥା,
ମହାନଦୀ ପଠା, ଗୁମୁରି କାନ୍ଦୁଛି
 ସ୍ମୃତି ଆଜି ବାଲି ଯାତ୍ରା । ।
 ପାଇକ ପୁଅର ଢାଲ ତରବାରୀ,
ଖୁରଧାର ଲାଲମାଟି,
 ବାଜିଆ ରାଉତ, ଧରମାର କଥା
 ଫୁଲି ଉଠେ ଆମ ଛାତି । ।
 ଅତୀତର କଥା, ଲାଗେ ଆଜି ବ୍ୟଥା
 ମୁକ ସରକାର ନୀତୀ,
 ଇଂରେଜୀ ଶାସନ, କରୁଛି ଓଡିଆ,
 ଫାଟିଯାଏ  ଆମ ଛାତି । ।
 ଜାଗ ଜାଗ ଭାଇ ଉକ୍ରଳ ସନ୍ତାନ,
ବେଳ ନାହିଁ ଆଉ ନାହିଁ ,
 ବଜା ରଣ ତୁରୀ,ରଖ ସ୍ବାଭିମାନ
ମାଆ ମାତୃଭାଷା ପାଇଁ  ।  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଦୀର୍ଘ ଶ୍ୱାସ


ଇଚ୍ଛା ହୁଏ ପ୍ରିୟତମ, କେବଳ ତୁମକୁ ହିଁ;
ମନ  ପ୍ରାଣ ଦେଇ ଭଲ ପାଆନ୍ତି କି ?
ତୁମର ହାତ ନାହି ଁ  ଯେ !
ତୁମ ବାହୁ ବନ୍ଧନରେ ବାନ୍ଧି ହେବାକୁ ?
ଜୀବନ ତମାମ୍ ହଜି ଯିବାକୁ?

ଇଚ୍ଛା ହୁଏ ପ୍ରିୟତମ,ତୁମ ପାଦେ;
ସୁଖ ଦୁଃଖ ସମର୍ପି ଦେବାକୁ,
ତୁମର ପାଦ ନାହିଁ ଯେ !
କେମିତି  ଲଙ୍ଘିବି ଅସରନ୍ତି ପଥ
ଜୀବନ ସାଥୀଟେ ହୋଇ, 
ତୁମ ସହ ଚାଲିବାକୁ ?

ଇଚ୍ଛା ହୁଏ ପ୍ରିୟତମ, ନଶ୍ୱର ଏ ତନୁ ମନ,
ତୁମ କୋଳେ ଅଜାଡି ଦେବାକୁ,
ତୁମର କୋଳ ନାହିଁ ଯେ,
ଶାନ୍ତିରେ ମଥା ଥାପି, ଜନ୍ମାବଚ୍ଛିନ୍ନ ଯନ୍ତ୍ରଣାକୁ ଭୁଲି
ମୋର ଶେଷ ନିଶ୍ୱାସ,
 ତୁମ ପ୍ରଶ୍ୱାସରେ ମିଶାଇ ଦେବାକୁ । ।
ଉଦୟ  ଭାନୁ ପରିବାର, ଭୋଦଳ, ପାଟସୁନ୍ଦରପୁର,କଟକ-୦୧୮,ସଂପର୍କ:୯୨୩୮୫୮୯୧୦୦

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସତେ ଚୁମିବି ତବ ଚରଣ !

ସତେ ଚୁମିବି ତବ  ଚରଣ !
ମାଧବାନନ୍ଦ ଭୋଇ
କେହି ପଢୁ ବା ନ ପଢୁ ମୋ ମନର କବିତା,
 ତୁମେ, ନିତି ପ୍ରିୟତମ ପଢୁଛ,
ସପନେ ଆସୁଛ, ଗୋପନେ ଲୁଚିଛ
କାହିଁ ମୋତେ  ହଟ ହଟା କରୁଛ । ।
 କେତେ ଜନମର ବନ୍ଧନ  ବିତିଛି ତୁମ ପାଇଁ,
 ଏ ଜନମେ ତୁମକୁ ଖୋଜୁଛି,
ନୁହେଁ ମୁଁ କି ଯୋଗ୍ୟ, କାହିଁ  ମୋର ଭାଗ୍ୟ,
 ମଥା ପରେ  କର  ପିଟୁଛି । ।
ଅନ୍ତର ଯାମୀ, ମୋ ଅନ୍ତର କଥା ପାରୁନ କି ଜାଣି;
 ଦଗା ଦିଆ, ମିଛୁଆ ନାଗର,
ଭାବ ଅଶ୍ରୁ ନୀର,ବହେ ଝର ଝର;
କାହିଁ ଗଲ କୃପା ସାଗର ।
ଚାଟୁକାର କଥା  ଲୋଡା କି ହୋଇବ,  ବୃଥା ତୁମ ବିନା
ଝୁରେ ତବ ମଧୁ ପ୍ରେମ,
 ଆଖିରେ ଆଖିରେ  ରୁହ ତୁମେ  ଲାଖି,
 ସତେ ଚୁମିବି ତବ  ଚରଣ !


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସତେ ପ୍ରିୟ ତୁମେ ଆସିବ

ଜୀବନରେ ପରିପୂର୍ଣ୍ଣତା ପାଇଁ  ମଣିଷକୁ ପାରିବାରିକ ଜୀବନ, ସାମାଜିକ ଜୀବନ  ଓ  ଆଧ୍ୟାତ୍ମିକ ଜୀବନ ନିର୍ବାହ କରିବା ପାଇଁ ପଡିଥାଏ ।   ତେବେ ଜୀବନରେ ନାରୀର ପ୍ରେମ ପ୍ରଥମେ ଆକର୍ଷଣରୁ ଆରମ୍ଭ ହୋଇ ଶାରିରୀକ ସଂପର୍କରେ ଶେଷ ହୋଇଯାଏ । ଏହା କଣ ଜୀବନର ବାସ୍ତବତା ? ଜୀବନରେ ପ୍ରେମର ଅୟମାରମ୍ଭ, ବିଶ୍ୱ ନିୟନ୍ତାଙ୍କ ପାଇଁ ଆରମ୍ଭ ହୋଇ ପାରଲୌକିକ ସଂପର୍କରେ ଶେଷ ହେଉ ।  ପ୍ରାଣରେ ବ୍ୟାକୁଳତା ଆସୁ । ହୃଦୟରେ ବିରହ ବେଦନା ସୃଷ୍ଟି ହେଉ ତାଙ୍କରି ପାଇଁ  । ପ୍ରିୟତମଙ୍କ ପାଇଁ  ହେଉ ଶତ ଶତ ପ୍ରତୀକ୍ଷା  । ଆଜି ଏହି ପରିପ୍ରେକ୍ଷୀରେ ମୋର କବିତା ସତେ ପ୍ରିୟ ତୁମେ ଆସିବ । ପ୍ରିୟ ପାଠିକା/ପାଠକମାନେ କବିତାକୁ ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ସତେ ପ୍ରିୟ ତୁମେ ଆସିବ,
ଚାତକିନୀ ପ୍ରାଣ ରହିଛି ଅନାଇଁ,
ତୁମରି ପରଶ ଲଭିବ, ସତେ ପ୍ରିୟ ତୁମେ ଆସିବ । ।
 ଜନମ ଜନମ ହୋଇ ମୁଁ ପିଆସୀ,
ପ୍ରେମ ଅଶ୍ରୁ ନୀର, ଝରାଉଛି ବସି,
ନିଶି ଯାଏ ପାହି,ତୁମେ ଆସ ନାହିଁ,
କେତେ ଯେ ପ୍ରତୀକ୍ଷା ବିତିବ,ସତେ ପ୍ରିୟ...  । ।
 ସନ୍ତାପିତ ପ୍ରାଣ, ହୃଦ ତନ୍ତ୍ରୀ ଝୁରେ,
ଅନାହତ ବଂଶୀ ବାଜୁଛି ଶୂନ୍ୟରେ ।
ଉଚ୍ଚାଟିତ ପ୍ରାଣ, କରେ ସମ୍ମୋହନ,
 କେତେ ମନ ଆଉ ଝୁରିବ ;ସତେ ପ୍ରିୟ... । ।
  ବିରହ ବେଦନା କରେ ଆନମନା,
 ଝରୁଛି ରୁଧିର, ବଢୁଛି ଯାତନା,
 ନକର ନିରାଶ, ଆହେ ପ୍ରାଣ ନାଥ,
 କୃପାନେତ୍ରେ ଥରେ ଚାହିଁବ, ସତେ ପ୍ରିୟ... । ।
ହୃଦ ସିଂହାସନ, ପଡିଅଛି ଶୂନ୍ୟ,
ଭବ ମାୟା ଜାଲେ, ଜଳ ବିନେ ମୀନ,
ଜୀବନ ପାତ୍ର ମୋ, କରିଦିଅ ପୂର୍ଣ୍ଣ,
ତୁମରି ଆଶୀଷ ଲଭିବ, ସତେ ପ୍ରିୟ... । ।
ସାଧାରଣ ସଂପାଦକ:ଉଦୟ ଭାନୁ,
ଭୋଦଳ,ପାଟସୁନ୍ଦରପୁର,କଟକ,ସଂପର୍କ:୯୨୩୮୫୮୯୧୦୦
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...


ଯନ୍ତ୍ରଣାର ଶରଶଯ୍ୟା

ମଶାଣୀ ଡରୁଛି କୋକେଇକୁ,
ମଣିଷ ଡରୁଛି କରୋନାକୁ ।
ସଂଗ୍ରାମୀ କେବେ ଚାହେଁନା, 
କାପୁରୁଷ ହୋଇ ମରିବାକୁ । ।
 ଯନ୍ତ୍ରଣାର  ଶର ଶଯ୍ୟା ପରେ,
 କୋଭିଡ୍ର କଳା କହରରେ,
ମୁହଁ ଶିଝି ଯାଏ, କଥା ହଜିଯାଏ,
ଅମାନିଆ ଅଶ୍ରୁ ଝରିଯାଏ । ।
ସଂଗ୍ରାମୀର କାମ କେବେ ସରେନା,
ମହାମାରୀ ବ୍ୟାଧିକୁ ଡରେନା,
ଶହୀଦ୍  ସାଜିବ ମରଣ ଜାତକେ,
ଜୀବନର ଶେଷେ ଏହି କାମନା । ।
ଆଉ କେତେ କଥା ରହିଛି ବାକି,
ସରିଯିବ ସବୁ  ବୁଝିଲେ ଆଖି,
ପୁଣି ଜନ୍ମ ନେବ, ସଂଗ୍ରାମୀଟେ ହୋଇ.
ସାଧନାର ସିଦ୍ଧି ରହିବ ବାକି । ।
ସାଧନାର ସିଦ୍ଧି ରହିବ ବାକି । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପଂଚଶୀଳ ନିର୍ବାଣ

ନିର୍ବାଣ ଲଭିଲ, ସଂସାର ବର୍ଜିଲ;        
ସାଧନା କଂଟକ ପଥେ,
ସିଦ୍ଧିର ଆଲୋକ ବିଛୁରିଲ ପ୍ରଭୋ
ସମାଜ ହିତ,ପ୍ରୀତ୍ୟାର୍ଥେ । ।
 ଜୀବ ହିଂସା ଠାରୁ,ମହା ପାପ ନାହିଁ,
ଜୀବ ହତ୍ୟା ଅଧରମ ।
ଜୀବେ ଦୟା ବହି, ସର୍ବେ ଆତ୍ମା ଧ୍ୟାୟୀ,
କର ସଦା ସୁକରମ । ।
ଚୋରୀ ଦାରୀ ନାରୀ ବରଜିବ ସଦା
ନ କରିବ ବ୍ୟଭିଚାର ।
ସଦାଚାର ହୋଇ, ମିଥ୍ୟା ନ ଭାଷିବ.
ମନେ କରି ସୁବିଚାର । ।
କଲେ ସୁରା ପାନ, ଲଭିବ ମରଣ,
ନିଶା ଦରବ ତେଜିବ ।
ସର୍ବ ଘଟେ ଚାହିଁ ପରମାତ୍ମା ଧ୍ୟାୟୀ,
ଜୀବ ନିର୍ବାଣ ଲଭିବ ।
ଜୀବ ନିର୍ବାଣ ଲଭିବ । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କୋଇଡାର ଭୋକ

ମାଧବାନନ୍ଦ ଭୋଇ
ପେଟର ଭୋକ ଅନେକ ସମୟରେ ମଣିଷକୁ ଅସହାୟ କରିଦିଏ  । ପେଟ ପାଇଁ ତ ସବୁ ନାଟ  । ୟେ ତ ଅଜ୍ଞାନ ମାଆ ଛେଉଣ୍ଡ  ଅଢେଇ ବର୍ଷର ଶିଶୁର କଥା ।  ତା ପେଟର ବ୍ୟଥା । କିଛି ଦିନ ପୂର୍ବେ ଭୋକ ସମ୍ଭାଳି ନ ପାରି  ସେ ଏକ ବିବାହ ଭୋଜିର ଅଇଁଠା ଖଲି ପତ୍ରକୁ ଚାଟିବା   ଜନ ମାନସରେ ଆଲୋଡନ ସୃଷ୍ଟି କରିପାରେ  । ମାତ୍ର ଏ ଘଟଣା ସୁନ୍ଦରଗଡରେ ଘଟିଥିଲେ ମଧ୍ୟ ସାରା ଓଡିଶାର ପ୍ରତି କୋଣ ଅନୁକୋଣରେ ନ ଘଟୁଛି ବୋଲି କିଏ କହିବ ? କାରଣ ଗରିବ ହିଁ ସବୁବେଳେ ଗରିବ  । ଏହି ପରିପ୍ରେକ୍ଷୀରେ ମୋର କବିତା କୋଇଡାର ଭୋକ ପାଠ କରି ମତାମତ ଦେବା ପାଇଁ ପ୍ରିୟ ପାଠିକା/ପାଠକଙ୍କୁ ଅନୁରୋଧ ।
କାଜଲ ପାଇଁ କି କଙ୍କଡା ଝୋଳ,
ଓଡିଶାରେ ହେଲା ବଡ ଖବର,
ଭୋକ ବିକଳରେ ଗରିବ ପିଲା,
ଅଇଁଠା ଖଲି ପତର ଚାଟିଲା । ।
ମାଆ ଛେଉଣ୍ଡ  ତା ବାପା ମୁରୁଖ,
କାଠକୁ ବିକିଲେ ପୂରଇ ପେଟ ।
ଘରେ ହାଣ୍ଡି ମାଙ୍କଡ ଚିତ୍  ମାରୁଛି,
ଖାଲି ପେଟରେ; ନାହି ଡେଉଁଛି । ।
 ଭୋକର ବେଦନା କିଏ ବୁଝିବ ?
ଗରିବ ଲୁହକୁ କିଏ ପୋଛିବ ।
ତେଲିଆ ମୁଣ୍ଡରେ ତେଲ ଭାଇ ସିନା,
ନୁଖୁରା ବାଳକୁ କିଏ ଚାହିଁବ ?
ଗରିବୀ ଭୋଟରେ ଜିତୁଛି ନେତା.
ଗାନ୍ଧୀ ଟୋପି ପିନ୍ଧି କାଟଇ ଫିତା,
ଉପରେ ଯୋଜନା ମାଳକୁ ମାଳ,
ଉପର ସୁନ୍ଦର ଭିତର ଖୋଳ । ।
ପେଟ ପୋଡିଗଲେ ନିଦ ଆସଇ,
ଲୁହ ପିଇ ପିଇ ଶୋଷ ମରଇ,
ଓଳିଏ ଖାଇଲେ  ଓଳିଏ ଉପାସ,
ଛିଣ୍ଡା ଲୁଗା ପିନ୍ଧେ ଲାଜ ଲୁଚାଇ । ।
ସେର ପୁରିଗଲେ,କାଳ ସରିବ,
ପଡି ପଡି କେବେ ଜୀବନ ଯିବ ?
ଆସିଛୁ ଲଙ୍ଗଳା,ଯିବୁ ତୁ ଫୁଙ୍ଗୁଳା,
ଭୋକିଲା ପେଟରେ ଦିନ ସରିବ  । ।
ସଂପାଦକ:ଉଦୟ ଭାନୁ, ସା:ଭୋଦଳ,ପୋ:ପାଟସୁନ୍ଦରପୁର,ବ୍ରାହ୍ମଣ ସାଇଲୋ,କଟକ-୦୪୮,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରକତ ହୋଲି

“ରକତ ହୋଲି” କବିତାଟି ପ୍ରିୟ ସୂଚନାଧିକାରକର୍ମୀ ଭାଇ/ଭଉଣୀମାନଙ୍କ ପାଇଁ ,କିନ୍ତୁ ୟେ କବିତା ଅନେକଙ୍କୁ ବିରକ୍ତବୋଧ ହୋଇ  ପାରେ  । କଣ ନା ସାହିତ୍ୟରେ ରାଜନିତୀ କଲା । ମାତ୍ର ଯାହା ଲେଖିଛି,ସତ ଲେଖିଛି । ଗତ ଦୁଇ ଦିନ ପୂର୍ବେ ଶାସକଗୋଷ୍ଠୀ ପୋଷାଗୁଣ୍ଡାଙ୍କ ବୋମାମାଡରେ  ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସୂଚନାଧିକାରକର୍ମୀ ସର୍ବେଶ୍ୱର ବେହେରା ଆହତ ହୋଇ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ସେ ସୂଚନା ଅଧିକାର ଆଇନ୍ ମାଧ୍ୟମରେ  ଶାସକ ଗୋଷ୍ଠୀଙ୍କ ଦ୍ୱାରା ହୋଇଥିବା ଅନେକ ଦୁର୍ନୀତିର  ପର୍ଦ୍ଦାଫାଶ  କରି ଲୋକ ଲୋଚନକୁ ଆଣିଥିଲେ ।ଏପରିକି ଏହି ଦୁର୍ନିତୀ ଗୁଡିକୁ  ନେଇ  ଲୋକାୟୁକ୍ତରୁ ସୁପ୍ରିମକୋର୍ଟ  ପର୍ଯନ୍ତ ମାମଲା ରୁଜୁ କରିଥିଲେ ।ବିଶେଷ କରି ସୁଚନା ଅଧିକାର ଆଇନକୁ ବ୍ୟବହାର କରି ସର୍ବେଶ୍ୱର ଧର୍ମଶାଳା ବ୍ଲକରେ ଅନେକ ଦୁର୍ନୀତିର ଖୋଲାସା ସହ , ଲୋକାୟୁକ୍ତଙ୍କ ନିକଟରେ ଅନେକ ଅଭିଯୋଗ ଦାଖଲ କରିଛନ୍ତି । ବିଛାଖଣ୍ଡି ଓ ଡଙ୍କାରି ପାହାଡରେ ଖଣିଜ ଦ୍ରବ୍ୟର ହରିଲୁଟ , ପୋଲିସ , ସ୍ଥାନୀୟ ପ୍ରଶାସନ ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ବେଇନ କଳାପଥର ଲୁଟ , ପ୍ରଶାସନ ସହାୟତାରେ ବେଆଇନ କ୍ରଶର ଚାଲିବା, ପିଡ଼ିଏସ ସାମଗ୍ରୀର ଲୁଟ , ଗତ ବନ୍ୟାରେ କେଳୁଅ ନଦୀର ବନ୍ଧକୁ ଡିନାମାଇଟ ଲଗେଇ ଉଡେଇଦେବା ସମ୍ପର୍କରେ ତଦନ୍ତ ପାଇଁ ସେ ଲୋକାୟୁକ୍ତଙ୍କ ନିକଟରେ କେଶ କରିଛନ୍ତି । ପ୍ରାୟ ସମସ୍ତ କେଶରେ ଲୋକାଯୁକ୍ତ ତଦନ୍ତ ନିର୍ଦ୍ଦେଶ  ଦେଇଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ, ଉକ୍ତ ଆକ୍ରମଣର ଉଛସ୍ତରୀୟ ତଦନ୍ତ  ଓ ସର୍ବେଶ୍ୱର ପରିବାରଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇଦେବା ପାଇଁ ଆମ୍ଭେ ଦାବି କରୁଛୁ ।
ଶୁଣ ହେ ନବୀନ୍ ସରକାର,
କେତେ  ଆଉ ରକତ ଦରକାର ।
ସଂଗ୍ରାମୀ  ଖେଳିବ ରକତର  ହୋଲି
ସରିବ ତୋ ରାଜନୀତି ପଶାପାଲି ।
ଜନତାର ହେବ ଜୟକାର । ।

ଅହିଂସା କହୁଛୁ,ହିଂସା କରୁଛୁ,
ଅନୀତି କରିଣ ନୀତି କହୁଛୁ,
ଖୋଲିଅଛୁ ଦୁର୍ନୀତି ଗନ୍ତାଘର .
ତୁ ବଡ ବାହାପିଆ ସରକାର । ।

ବୋମା  ବନ୍ଧୁକର ପିଚକାରୀ.
ଖେଳିଲୁ ନିତି ରକତ ହୋଲି.
ଦୁର୍ନୀତିର ମୁଖା ଯିଏ ଖୋଲିଲା,
ପୋଷା ଗୁଣ୍ଡା ହାତେ ଜୀବନ ଗଲା । ।

ସୂଚନାକର୍ମୀ କରିଛି ପଣ,
ଲଭୁ ସେ ଧମକ ଆଉ ମରଣ;
ଦୁର୍ନୀତି ତରୁର ଉପôାଟନ ଯାଏ,
ଲଢୁଛି ଲଢିବ ମରିବା ଯାଏ ।
କାନ୍ ଖୋଲକର ଶୁଣ୍ ସରକାର୍
ସୂଚନା ଆଇନର ହେବ ଜୟକାର । ।


ଜୀବନ ରେଖା

ଶୂନ୍ୟତା  ନଥିଲେ ଅନୁଭବରେ ମଜା କାହିଁ ? ଜୀବନରେ ଶୂନ୍ୟତା  ନଥିଲେ ବଂଚିବାରେ  ମଜା ନାହିଁ  । ତଥାପି  ବଂଚିବାକୁ ହେଲେ,ଅସଜଡା  "ଜୀବନ ରେଖା"କୁ କବିତାରେ ସଜାଡି ହେବ  । ମୋର ଏହି କବିତା ପାଠ ପୂର୍ବକ ପ୍ରଦାନ କରିବାକୁ ଅନୁରୋଧ ।
ଜୀବନ ଯୁଦ୍ଧରେ ପରାଜିତ ଆଜି
ଫେରିଯାଏ ଖାଲି ହାତେ ।
ହିସାବ ରଖିନି ଜିତିଛି ମୁଁ କେତେ,
ହାରିଛି ମୁଁ ଆଜି କେତେ ।
ନିଜେ ମୁଁ ଜଳଛି ଆଲୋକ ଦେଇଛି
ବୁଝିନି ପୁଣ୍ୟ କି ପାପ ।
ତେଲ ସରିଲାଣି, କେମିତି ମାପିବି 
ଜୀବନର ମାଟିଦୀପ । ।
ଜୀବନ ଆକାଶେ ବେଳ ରତ ରତ
ସଞ୍ଜ ଆସେ ନଇଁ ନଇଁ ।
ମଶାଣି ଭୂଇଁରେ ଜୀବନ ସଜଡା,
ମୋହ ଲାଗେ କାହା ପାଇଁ ?
ଜୀବନର ରଙ୍ଗ,କବିତାର ରେଙ୍ଗ,
ତଥାପି ଜୀବନ ଫିକା ।
ଜୀବନ ସରିଲେ,ଜୀବନ କବିତା 
ହୋଇଯାଏ ଅଧା ଲେଖା । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କେବଳ ତୁମର

ପ୍ରତିଶ୍ରୁତି ଏବଂ ପ୍ରତାରଣା ମଧ୍ୟରେ ଜୀବନ  । ଅତୀତର ଦସ୍ତାବିଜକୁ ଘାଂଟି ଚକଟି ହୋଇ ନିଜେ ସନ୍ତୁଳି ହେବା ସହିତ ସେଥିରେ ନିଜକୁ ଖୋଜିବା ଏକ ପାଗଳାମୀ ନୁହେଁ ତ ଆଉ କଣ ? ପୁଣି ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ ଏ କବିତା “କେବଳ ତୁମର”ପାଠ କରି ମତା ମତାମତ ଦେବା ପାଇଁ  ଅନୁରୋଧ ।
ଜହ୍ନ ଯେପରି କଇଁର,ମୁଁ ସେହିପରି  ତୁମର,
ଲହରୀ ଯେମିତି ସାଗରର,ମୁଁ ବି ସେମିତି ତୁମର । ।
ସପନ ଯେପରି ନିଦର,ମୁଁ ସେହିପରି ତୁମର,
ଫୁଲ ଯେମିତି ଭଅଁରର,ମୁଁ ବି ସେମିତି ତୁମର । ।
ସିନ୍ଦୁର ଯେମିତି ମଥାର, ମୁଁ ସେହିପରି  ତୁମର, ।
ରଙ୍ଗ ଯେମିତି ଫଗୁଣର,ମୁଁ ବି ସେମିତି ତୁମର । ।
ବରଷା ଯେପରି ଶ୍ରାବଣର, ମୁଁ ସେହିପରି  ତୁମର,
ଜଳ  ଯେମିତି ମୀନର,ମୁଁ ବି ସେମିତି ତୁମର । ।
ମନ୍ଦିର ଯେପରି ଦେବତାର, ମୁଁ ସେହିପରି  ତୁମର,
ପଥ ଯେ ପଥିକର,ମୁଁ ବି ସେମିତି ତୁମର । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବୁର୍ଜୁଆ ସମାଜ

ତେଲ ଦର ବଢିଛି ।  ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ମଧ୍ୟ ବଢିଛି  । ସରକାର ବଢୁଥିବା ଟିକସ କୁ ନେଇ ଜନ ହିତରେ ଲଗାଉଛନ୍ତି ବୋଲି ଅନେକ ଭାଇଭଉଣୀ  ଯୁକ୍ତି ବାଢୁଛନ୍ତି  । ହେଲେ ଗୋଟିଏ ମଧ୍ୟବିତ କିମ୍ବା ନିମ୍ନ ମଧ୍ୟବିତ ପରିବାରର ଅବସ୍ଥା କଣ ହୋଇଛି ,ତାହା କେବେ ବି ସରକାର ଅନୁଭବ କରି ପାରିବେ ନାହିଁ  । ଏହି ପରିପ୍ରେକ୍ଷୀରେ ମୋର କବିତା “ବୁର୍ଜୁଆ ସମାଜ” ପାଠ କରିବା ପାଇଁ ଅନୁରୋଧ ।

ପେଟ୍ରୋଲ୍ ବଢୁଛି ଘୁ ଘୁ,
ଡିଜେଲ୍ ବଢୁଛି ସୁ ସୁ
ଖଟିଖିଆ ପୁଅ ମୁଣ୍ଡେ ହାତ ଦେଇ, ବୋଲେ!
ବାପ ଥାଉ   ଆଗ ମରି ଯାଏ ମୁଁ । ।
ଦୁଇ କିସ୍ତୀ ଲୋନ୍ ବାକି ରହିଅଛି,
ବାରିରେ  ପରିବା ନି’ତି ସଢୁଛି
ଋାସନ୍ ସଉଦା ଚଢା ।
 ଘରଣୀଟା ଖାଲି ଗର ଗର ହୁଏ
ବନ୍ଦ ହୁଏ ରନ୍ଧା ବଢା ।
ତେଲିଆ ମୁଣ୍ଡରେ ତେଲ  ଭାଇ ସିନା,
ମାଆ ପେଟୁୁ ଆଣିଛି ସୁନା ଗିନା;
ଟିକସ ପଛକେ  ବଢୁ, ଜନତା ମରି କି ସଢୁ,
ଦେଇ ଦେଇ ଦାତା,ନେଇ ନେଇ ନେତା
ଭାଗ ମୋର  ଆଗେ ଛିଡୁ । ।
ସମୟର ଚକ ଏମିତି ଗଡିବ,
ଭକୁଆ ଜନତା ଖାଲି ଦେଖୁଥିବ
ସକାଳ ସୁରୂଜ ସଂଜ ନଇଁଯିବ,
ଆଶା ବଇତରଣୀ,  ମନରେ ମରିବ,
ବଢିଯିବ ଦୀର୍ଘଶ୍ୱାସ ।
ସବୁ ଜାଣିଶୁଣି ଅଜଣା ରହିଲେ,
 ଖାଲି ହେବ ସର୍ବନାଶ, ଖାଲି ହେବ ସର୍ବନାଶ । ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଫେରିଲେ ସାରଥୀ


ପ୍ରବଚନଜିବୀ ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ଓକିଲ କହିବାନୁଯାୟୀ “ସେ ବ୍ରାହ୍ମଣ ଲୋକ ଆଉ ଗରିବ ଲୋକ, ପ୍ରବଚନ  ବୃତି ଦ୍ୱାରା ସେ ଉଦର  ପ୍ରତିପୋଷଣ କରିବେ”  ।  କୋର୍ଟ ମଧ୍ୟ ୨୦୦ ଲୋକଙ୍କୁ ନେଇ ପ୍ରବଚନ ଦେବେ ବୋଲି ରାୟ ପ୍ରଦାନ କରିଛନ୍ତି  । ହେଲେ ଅତୀତରେ ବିଭିନ୍ନ କୁକର୍ମ କରି ହୋଟେଲରେ ରହି ଆମିଷ  ଭକ୍ଷଣ କରିବା ସହିତ ମହିଳା ସମ୍ଭୋଗ କରିବା କୌଣସି ସାଧୁର ଲକ୍ଷଣ ନୁହେଁ  । ଏହା ଏକ ଚୁତିଆମୀ ଅଟେ । ଅପର ପକ୍ଷରେ ପରକୀୟା ପ୍ରିତୀ ଅପରାଧ ନୁହେଁ ବୋଲି ମଧ୍ୟ  ନ୍ୟାୟାଳୟ ରାୟ ପ୍ରଦାନ କରିଛନ୍ତି । ଜଣାପଡୁଛି ୟେ ତିଳକ ମରା ସାଧୁର ଖେଳ ବେଶ୍ ଜମିବ  । ଆଂଠୁଆ ଗୋପାଳ ବେଶରେ ସ୍ତନ୍ୟପାନ ପାଇଁ ଯିଏ ଅତୀତରେ ପୀନ ପୟୋଧରାମାନଙ୍କୁ ଚୟନ କରୁଥିଲା, ତା ଠାରୁ ଆଉ କଣ ବା ଆଶା କରାଯାଇପାରିବ  । ଏହି ପରିପ୍ରେକ୍ଷୀରେ ମୁଁ  ଏ ଆଇନ ବ୍ୟବସ୍ଥାକୁ ଘୋର ନିନ୍ଦା କରୁଛି  । ନିନ୍ଦା କରୁଛି ପ୍ରବଚନଜିବୀ ଆଉ ପରକୀୟାଜିବୀଙ୍କୁ  । କିନ୍ତୁ ଓଡିଶାରେ ଅନେକ ମାଆ/ଭଉଣୀ କଲମ ଧରିଥିଲା ବେଳେ, ପରିବର୍ତନ ପାଇଁ କୌଣସି ଆନ୍ଦୋଳନାତ୍ମକ ଲେଖା ନ ହେବା ଅତ୍ୟନ୍ତ ଦୁଃଖ ଦାୟକ । ଶେଷରେ ସାରଥୀ ବିଷୟକୁ ଭିତି କରି ମୋର କବିତା “ଫେରିଲେ ସାରଥୀ”  ଆପଣମାନଙ୍କ ପାଇଁ  । 
ଯୁବତୀ ରସିଆ କାମିନୀ ରଙ୍କିଆ
ଆସୁଅଛି ଭଣ୍ଡ ସାରଥୀ ।
କଳିକାଳ କୃଷ୍ଣ ସାଜି ନାରୀ ମେଳେ
କରିବ ଅଭେଦ ପ୍ରିତୀ । ।
ପ୍ରବଚକ ନୁହେଁ  ପବଚଂକ ସେହି
ସାଜିବ ସେ  ଧର୍ମ ବକ ।
ଧର୍ମର ଅଫିମେ ମଦ ମତ ମନ
ନାଚୁଥିବେ ଅନ୍ଧ ଭକ୍ତ । ।
ସିମେଂଟ୍ ଗାଇରୁ ଦୁଗ୍ଧ ବାହାରିବ
 ବିଭୁତି ସତେ ଝରିବ?
ପୀନୋ ପୟୋଧରା ଆତ୍ମା ତୃପ୍ତ ହେବ.
ବାଳ ଗୋପାଳ ସାଜିବ  ।
 ଅନ୍ଧ ରାଇଜରେ ଦର୍ପଣ ବିକିଲେ,
ସତେ କଣ ବିକ୍ରି ହେବ ।
ବେଦ ପାଠ କରେ ସଇତାନ୍ ଏଠି
ସତ୍ୟକୁ କିଏ କହିବ ?
ଧର୍ମ ନାମେ ଏଠି ମିଥ୍ୟା ପ୍ରବଂଚନା
ବଢେ ଶୋଷଣ କଷଣ ।
ଧର୍ମେ ରାଜନୀତି,ବଢେ ଭେଦ ଭାବ,
ବୁଝେ ନାହିଁ ମୂଢ ଜନ । 
ଅଗାଣ୍ଡିଆ ରାଜା,ପାଳ ବିଣ୍ଡା ମନ୍ତ୍ର ୀ
ରାଜ୍ୟେ କରିଲେ ଶାସନ । ।
ଅନାହାର ଦୁଃଖ, ଅନ୍ୟାୟ ଅନିତୀ
ଦୁଃଖ କ୍ଳେଶ ଲଭେ ଜନ । ।
 ଭଣ୍ଡ ଭାଣ୍ଡ ଶଠ ଠକ ପ୍ରତାରକ
ଦୁରାତ୍ମା ନାଶିବା ପାଇଁ ।
ଜନତା ଜାଗିଲେ, ଏ ଦେଶ ଜାଗିବ,
ବେଳ ନାହିଁ ଆଉ ବେଳ ନାହିଁ । ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...