ତୁ ତ ମୁତୁରୀ, ମୁଁ ତ ମୁତୁରୀ
ହେଁସ କାହିଁ ପାଇଁ ଧୋଇବା,
ଆମର ପଲ୍ଲୀରେ ମଟନ ବୋତଲ
ଚାଲେ,ସେଇଠି ଖାଇବା।।
କାଲା କାଙ୍ଗାଳି ଆ,ଭୋଟ ବିକଳିଆ,
ନିଇତି ସେ ମେଳି କରୁଛି,
ନିଆଳିରେ କୁଜି,ବିଆଳୀ ବାଛିବେ
ଭୋକିଲାଙ୍କ ଭିଡ଼ ଜମୁଛି।।
ଭୋଟ୍ ପାଇଁ ଯେତେ ଲୋଡା ହେଵ ନୋଟ୍
ଚିନ୍ତା କର ନାହିଁ କୁଜି।
ସୁରା ସାକୀ ଠାରୁ ମଟନ ଚାଖଣ,
ସବୁ ମୁଁ ରଖିଛି ଖଞ୍ଜି।।
ଛବି ପ୍ରତିଛବି ଲାପତା ହୋଇବ
ସ୍ବାଧିନେ ଖାଇବ ଖଡା।
ଖଂଗ୍ରେସି ପିଲାର ମୁଁହ ପୋଡ଼ି ଦେବି
କରିଦେବି ଘରବୁଡା।।
ଛାମୁଙ୍କ କଥାରେ ହେଲେ କୃତ୍ୟ କୃତ୍ୟ
ଭୋକିଲା କୁଜି ଜନତା।
ଟିକେଟ ଆମରି,ଦଳ ବି ଆମରି
ଆମରି ରହିବ ସତ୍ତା।।
ନିଆଳି ମାଟିର ସ୍ବାଭିମାନ ଯାଉ
ଆଗେ ନିଜ ଝୁଲି ପୁରିଯାଉ।
ଖଟିଖିଆ ଖଟି ମରିଯାଉ ନିତି
ବାସି ପେଜ ପିଇଥାଉ।।
ନିଆଳୀର ନେତା ଭକୁଆ ଜନତା
ମହୀ କ୍ଷଣ କ୍ଷଣକରେ ଆନ।
ବେଳ ଥାଉଁ ବନ୍ଧ,ବାନ୍ଧ ହେଁ କୁମର
ବେଳୁ ହୁଅ ସାବଧାନ।।
🙏 *ସଂପାଦକ: ଉଦୟ ଭାନୁ,ଭୋଦଳ, ପାଟସୁନ୍ଦରପୁର,କଟକ, ସଂପର୍କ:୯୨୩୮୫୮୯୧୦୦*🙏



















