ମଶାଣୀ ଡରୁଛି କୋକେଇକୁ,
ମଣିଷ ଡରୁଛି କରୋନାକୁ ।
ସଂଗ୍ରାମୀ କେବେ ଚାହେଁନା,
କାପୁରୁଷ ହୋଇ ମରିବାକୁ । ।
ଯନ୍ତ୍ରଣାର ଶର ଶଯ୍ୟା ପରେ,
କୋଭିଡ୍ର କଳା କହରରେ,
ମୁହଁ ଶିଝି ଯାଏ, କଥା ହଜିଯାଏ,
ଅମାନିଆ ଅଶ୍ରୁ ଝରିଯାଏ । ।
ସଂଗ୍ରାମୀର କାମ କେବେ ସରେନା,
ମହାମାରୀ ବ୍ୟାଧିକୁ ଡରେନା,
ଶହୀଦ୍ ସାଜିବ ମରଣ ଜାତକେ,
ଜୀବନର ଶେଷେ ଏହି କାମନା । ।
ଆଉ କେତେ କଥା ରହିଛି ବାକି,
ସରିଯିବ ସବୁ ବୁଝିଲେ ଆଖି,
ପୁଣି ଜନ୍ମ ନେବ, ସଂଗ୍ରାମୀଟେ ହୋଇ.
ସାଧନାର ସିଦ୍ଧି ରହିବ ବାକି । ।
ସାଧନାର ସିଦ୍ଧି ରହିବ ବାକି । ।
ଅତି ସୁନ୍ଦର କବିତା
ReplyDelete