ଜୀବନରେ ପରିପୂର୍ଣ୍ଣତା ପାଇଁ ମଣିଷକୁ ପାରିବାରିକ ଜୀବନ, ସାମାଜିକ ଜୀବନ ଓ ଆଧ୍ୟାତ୍ମିକ ଜୀବନ ନିର୍ବାହ କରିବା ପାଇଁ ପଡିଥାଏ । ତେବେ ଜୀବନରେ ନାରୀର ପ୍ରେମ ପ୍ରଥମେ ଆକର୍ଷଣରୁ ଆରମ୍ଭ ହୋଇ ଶାରିରୀକ ସଂପର୍କରେ ଶେଷ ହୋଇଯାଏ । ଏହା କଣ ଜୀବନର ବାସ୍ତବତା ? ଜୀବନରେ ପ୍ରେମର ଅୟମାରମ୍ଭ, ବିଶ୍ୱ ନିୟନ୍ତାଙ୍କ ପାଇଁ ଆରମ୍ଭ ହୋଇ ପାରଲୌକିକ ସଂପର୍କରେ ଶେଷ ହେଉ । ପ୍ରାଣରେ ବ୍ୟାକୁଳତା ଆସୁ । ହୃଦୟରେ ବିରହ ବେଦନା ସୃଷ୍ଟି ହେଉ ତାଙ୍କରି ପାଇଁ । ପ୍ରିୟତମଙ୍କ ପାଇଁ ହେଉ ଶତ ଶତ ପ୍ରତୀକ୍ଷା । ଆଜି ଏହି ପରିପ୍ରେକ୍ଷୀରେ ମୋର କବିତା ସତେ ପ୍ରିୟ ତୁମେ ଆସିବ । ପ୍ରିୟ ପାଠିକା/ପାଠକମାନେ କବିତାକୁ ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ସତେ ପ୍ରିୟ ତୁମେ ଆସିବ,
ଚାତକିନୀ ପ୍ରାଣ ରହିଛି ଅନାଇଁ,
ତୁମରି ପରଶ ଲଭିବ, ସତେ ପ୍ରିୟ ତୁମେ ଆସିବ । ।
ଜନମ ଜନମ ହୋଇ ମୁଁ ପିଆସୀ,
ପ୍ରେମ ଅଶ୍ରୁ ନୀର, ଝରାଉଛି ବସି,
ନିଶି ଯାଏ ପାହି,ତୁମେ ଆସ ନାହିଁ,
କେତେ ଯେ ପ୍ରତୀକ୍ଷା ବିତିବ,ସତେ ପ୍ରିୟ... । ।
ସନ୍ତାପିତ ପ୍ରାଣ, ହୃଦ ତନ୍ତ୍ରୀ ଝୁରେ,
ଅନାହତ ବଂଶୀ ବାଜୁଛି ଶୂନ୍ୟରେ ।
ଉଚ୍ଚାଟିତ ପ୍ରାଣ, କରେ ସମ୍ମୋହନ,
କେତେ ମନ ଆଉ ଝୁରିବ ;ସତେ ପ୍ରିୟ... । ।
ବିରହ ବେଦନା କରେ ଆନମନା,
ଝରୁଛି ରୁଧିର, ବଢୁଛି ଯାତନା,
ନକର ନିରାଶ, ଆହେ ପ୍ରାଣ ନାଥ,
କୃପାନେତ୍ରେ ଥରେ ଚାହିଁବ, ସତେ ପ୍ରିୟ... । ।
ହୃଦ ସିଂହାସନ, ପଡିଅଛି ଶୂନ୍ୟ,
ଭବ ମାୟା ଜାଲେ, ଜଳ ବିନେ ମୀନ,
ଜୀବନ ପାତ୍ର ମୋ, କରିଦିଅ ପୂର୍ଣ୍ଣ,
ତୁମରି ଆଶୀଷ ଲଭିବ, ସତେ ପ୍ରିୟ... । ।
ସାଧାରଣ ସଂପାଦକ:ଉଦୟ ଭାନୁ,
ଭୋଦଳ,ପାଟସୁନ୍ଦରପୁର,କଟକ,ସଂପର୍କ:୯୨୩୮୫୮୯୧୦୦
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...
No comments:
Post a Comment
ହୃଦୟର ଶରଧା ସହିତ...........