Showing posts with label ଆମ ଅଧିକାର. Show all posts
Showing posts with label ଆମ ଅଧିକାର. Show all posts

Whatsapp ରେ ଦଶମଶ୍ରେଣୀ ପାସ ଛାତ୍ରଛାତ୍ରୀ ନିଜ ଡିଜିଟାଲ PDF ସାର୍ଟିଫିକେଟ Download କରିବାର Process

🙏 *Whatsapp ରେ ଦଶମଶ୍ରେଣୀ ପାସ ଛାତ୍ରଛାତ୍ରୀ ନିଜ ଡିଜିଟାଲ PDF ସାର୍ଟିଫିକେଟ Download କରିବାର Process :*🙏



1. ପ୍ରଥମେ ନିଜ ମୋବାଇଲରେ Whatsapp ନମ୍ବର 7710058192 କୁ save କରିବାକୁ ହେବ l

2. ଏହା ପରେ ସେହି Whatsapp ନମ୍ବରକୁ Hi କିମ୍ବା BSE ଲେଖି ମେସେଜ କରିବାକୁ ହେବ l

3. ଏହାପରେ ସେଥିରେ ତିନୋଟି Option ଆସିବ ଯଥା AHSC, MADHYAMA, SOSC (1st)  l ସେଥି ମଧ୍ୟରୁ ଆପଣଙ୍କର ଯେଉଁଟି ଆବଶ୍ୟକ Select କରିବେ l Exp - AHSC କୁ Selection କରି Click କରିବାକୁ ହେବ l

4. ଏହାପରେ AHSC 2024 ରେ Click କରିବାକୁ ହେବ l

5. ଏହା ପରେ ନିଜର ଦଶମ ପରୀକ୍ଷା ଦେଇଥିବା Roll No କୁ ସଠିକ ଭାବରେ  ଦେବାକୁ ହେବ l

6. Roll No ର Entry ସରିବା ପରେ ନିଜର ଜନ୍ମ ତାରିଖ ( Date of Birth) ଯାହା ଆଡମିଟ କାର୍ଡରେ ଅଛି ଦେବାକୁ ହେବ l

7. ଏହା ପରେ ମୋବାଇଲ ନମ୍ବର ଦେବାକୁ ହେବ ଆଉ ମୋବଇଲ ନମ୍ବର ଦେଇସାରିଲା ପରେ ମୋବାଇଲକୁ ଗୋଟିଏ OTP ଆସିବ l

8. OTP ଆସିଲା ପରେ ତାହାକୁ ଦେଇଥିବା ଖାଲି ଜାଗାରେ ପୂରଣ କରି Entry କଲେ, ସାଙ୍ଗେ ସାଙ୍ଗେ ଡିଜିଟାଲ PDF ସାର୍ଟିଫିକେଟ ଆସିଯିବ l

9. ଫଳାଫଳ ବାହାରିବାର ପ୍ରଥମ ସପ୍ତାହ ( ସାତ ଦିନ ) ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାଗଣାରେ Digital Certificate Download କରିପାରିବେ ପରବର୍ତ୍ତୀ ସମୟରେ ଫଳାଫଳ ପାଇଁ ଆବେଦନ Fees ପୈଠ କରିବାକୁ ପଡିବ l 

10. Digital Certificate pdf ଟି ପାଇଲା ପରେ A4 ସାଇଜରେ ପ୍ରିଣ୍ଟ ବାହାର କରିପାରିବେ l
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଓଡିଶା ଗ୍ରାମ ପଞ୍ଚାୟତ (ଅନୁସୂଚୀତ ଅଞ୍ଚଳସମୂହକୁ ସଂପ୍ରସାରଣ) ଚିଠା-ନିୟମାବଳୀ 2023

🏵️ ଓଡିଶା ଗ୍ରାମ ପଞ୍ଚାୟତ (ଅନୁସୂଚୀତ ଅଞ୍ଚଳସମୂହକୁ ସଂପ୍ରସାରଣ) ଚିଠା-ନିୟମାବଳୀ 2023 👩‍👩‍👧
🎤 କତିପୟ ପରାମର୍ଶ✍️
ଉପକ୍ରମ-ଓଡିଶାର 3ଟି ମୁଖ୍ୟ ପଞ୍ଚାୟତ ଆଇନ (ଗ୍ରାମ ପଞ୍ଚାୟତ,ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ପାଇଁ) 73 ତମ ସମ୍ବିଧାନ ସଂଶୋଧନ 1992 ଓ ପେସା ଆଇନ 1996 ପୂର୍ବରୁ ଯାହା ଥିଲା ଏବେବି ମୂଳତଃ: ତାହା ଅଛି, କେବଳ ଉପରୋକ୍ତ ଦୁଇ ସାମ୍ବିଧାନିକ ଆଇନ ପ୍ରଣୟନ ପରେ ତାହାର କେତେକ ବ୍ୟବସ୍ଥାକୁ ଓଡିଶା ପଞ୍ଚାୟତ ଆଇନ ଗୁଡିକରେ ଯଥାକ୍ରମେ 1994 ଓ 1997ରେ ଯୋଡି ଦିଆଯାଇଛି । ଓଡିଶାର ପଞ୍ଚାୟତ ଗୁଡିକ ଉପରେ ଅମଲାତନ୍ତ୍ରର ସଂପୂର୍ଣ୍ଣ ନିୟନ୍ତ୍ରଣକୁ କାଏମ ରଖିବା ପାଇଁ ପ୍ରତି ପଞ୍ଚାୟତ ଆଇନରେ ‘ନିୟନ୍ତ୍ରଣ’ ଶୀର୍ଷକ ଏକ ଅଧ୍ୟାୟ ଅଛି (ଯଥା ଓ.ଗ୍ରା.ପ. ଆଇନର ଅଧ୍ୟାୟ-11) ଯାହାକି ଉଭୟ 73ତମ ସଂଶୋଧନ (ଧାରା 243 –G) ଓ ପେସା ଆଇନକୁ ବିରୁଦ୍ଧାଚରଣ କରୁଛି, ଏବଂ ସେହି କାରଣରୁ 73ତମ ସଂଶୋଧନର ଧାରା 243-N ଓ ପେସା ଆଇନର ଧାରା 5 ଅନୁଯାୟୀ ଓଡିଶାର ସମସ୍ତ ପଞ୍ଚାୟତ ଆଇନ ଅସାମ୍ବିଧାନିକ ଓ ବେଆଇନ ଅଟେ ଏବଂ ସେଗୁଡିକର ଆମୂଳଚୂଳ ସଂସ୍କାର ଆବଶ୍ୟକ । ଏହି ମୌଳିକ ବାସ୍ତବତାକୁ ଦୃଷ୍ଟିରେ ରଖି ଆମେ ପ୍ରସ୍ତାବିତ ଓଡିଶା ଗ୍ରାମ ପଞ୍ଚାୟତ ଅନୁସୂଚିତ ଅଞ୍ଚଳକୁ ସଂପ୍ରସାରଣ ଚିଠା ନିୟମାବଳୀ 2023 କୁ ଚର୍ଚ୍ଚା କରିବା ଆବଶ୍ୟକ ।                         
ନିୟମ -3 (ଅନୁସୂଚୀତ ଅଞ୍ଚଳସମୂହରେ ଗ୍ରାମଗୁଡିକର ଘୋଷଣା):- ପେସା ଆଇନର ଧାରା 4(b) ଅନୁଯାୟୀ ଗୋଟିଏ ଜନଗୋଷ୍ଠୀ (community)କୁ ନେଇ  ଗୋଟିଏ ଗ୍ରାମ ଗଠିତ ହେବାର ବ୍ୟବସ୍ଥା ଥିବାବେଳେ, ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964ର ଧାରା -3ର ପରନ୍ତୁକରେ ଏକ ବା ଏକାଧିକ Communitiesଙ୍କୁ ନେଇ ଅନୁସୂଚୀତ ଅଞ୍ଚଳରେ ଭିଲେଜ (village) ଗଠିତ ହେବାର ବ୍ୟବସ୍ଥା ରହିବା ଫଳରେ ଏପର୍ୟ୍ୟନ୍ତ ଓଡିଶାର ଅନୁସୂଚୀତ ଅଞ୍ଚଳରେ ଯଥାର୍ଥ ରୂପେ ଗୋଟିଏ ଜନଗୋଷ୍ଠୀ ଭିତ୍ତିକ ଗ୍ରାମ ଗଠିତ ହୋଇପାରି ନାହିଁ । ପୁଣି ଓ.ଗ୍ରା.ପ. ଆଇନରେ ଉଭୟ ‘ଗ୍ରାମ’ (Grama) [ଧାରା 2 (G)] ଏବଂ ‘ଭିଲେଜ’ (Village) [ଧାରା 2 (U) ର ଭିନ୍ନ ଭିନ୍ନ ସଜ୍ଞା ସହିତ ପଲ୍ଲୀସଭା [ଧାରା 2(o)] ଏବଂ ୱାର୍ଡ (Ward) [ଧାରା 8]ର ବ୍ୟବସ୍ଥାମାନ ଥିବାରୁ ସମଗ୍ର ବିଷୟଟି ଗୋଳମାଳିଆ ହୋଇପଡିଛି । ତେଣୁ ରାଜ୍ୟର ଅନୁସୂଚିତ ଅଞ୍ଚଳରେ ଏକ-ଜନଗୋଷ୍ଠୀ ଭିତ୍ତିକ ଗ୍ରାମ ଗଠନ ପାଇଁ  ଗ୍ରାମ ପୁର୍ନଗଠନ କମିଶନ ଗଠନର ଆବଶ୍ୟକତା ରହିଛି ।                                     
ନିୟମ -4 (ଗ୍ରାମଶାସନର କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷ ହେବ ଗ୍ରାମ ପଞ୍ଚାୟତ)- 
ଯେହେତୁ ଗ୍ରାମଶାସନ ଅନେକ ଗୁଡିଏ ରାଜସ୍ୱଗ୍ରାମ (ଭିଲେଜ)କୁ ନେଇ ଗଠିତ ଏବଂ ଏହା ଭିତରେ ଅନେକ ଗୁଡିଏ ପଲ୍ଲୀସଭା ପରିସରଭୁକ୍ତ, ତେଣୁ ଅନୁସୂଚୀତ ଅଞ୍ଚଳରେ ପ୍ରତି ପଲ୍ଲିସଭା ସ୍ତରରେ ତାହାର ନିଜସ୍ଵ ସ୍ଵତନ୍ତ୍ର ଅଫିସ, ରେକର୍ଡପତ୍ର ଓ କର୍ମଚାରୀ ରହିବା ଜରୁରୀ । ସମ୍ପୃକ୍ତ ୱାର୍ଡ ମେମ୍ବର ପଲ୍ଲୀସଭାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେବା ଦରକାର, ଯେ କି ଗୋଟିଏ ପଟରେ ଗ୍ରାମ ପଞ୍ଚାୟତ ଓ ଅନ୍ୟ ପଟରେ ଭିଲେଜ-ଭିତ୍ତିକ ଗ୍ରାମସଭା ନିକଟରେ ଉତ୍ତରଦାୟୀ ରହିବେ ।                   
ନିୟମ 5 (ଗ୍ରାମସଭାର କ୍ଷମତା ଓ କାର୍ଯ୍ୟାବଳୀ) – 
ଉପ-ନିୟମ (3)ରେ କୁହାଯାଇଛି ଯେ, ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିବାର କ୍ଷମତା ସରପଞ୍ଚଙ୍କର ରହିଛି, କିନ୍ତୁ ନିର୍ଦ୍ଦେଶ ଜାରି ହେବାର କେଉଁ ସମୟସୀମା ଭିତରେ ସମ୍ପୃକ୍ତ କର୍ତ୍ତୃପକ୍ଷ ତାଙ୍କର ଉତ୍ତର ଦେବେ ତାହା ସୂଚୀତ ହୋଇନାହିଁ । ଏହା ଛଡା, ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964ରେ ସ୍ଥାନିତ (ବର୍ତ୍ତମାନ ଅକାମୀ) ବ୍ୟବସ୍ଥା ତଥା ପେସା ଆଇନ 1996ର ଧାରା 4(a) ଅନୁଯାୟୀ ଗ୍ରାମବାସୀମାନଙ୍କ ଜନ୍ମ, ମୃତ୍ୟୁ, ବିବାହ, ଜାତି, ପେଶା ଓ ରୋଜଗାର ପ୍ରମାଣପତ୍ର ଗ୍ରାମପଞ୍ଚାୟତ ପ୍ରଦାନ କରିବା ବିଧେୟ ।                  
ନିୟମ 6 (ଜମି ଅଧିଗ୍ରହଣ)- 
ଉପ-ନିୟମ (5)ର ପରନ୍ତୁକରେ କୁହାଯାଇଛି ଯ, ଜମି ଅଧିଗ୍ରହଣ ଅଧିକାରୀ ଯଦି ଗ୍ରାମସଭା ଓ ଜିଲ୍ଲାପରିଷଦର ମତାମତରେ ସହମତ ନହୁଅନ୍ତି, ତେବେ ସେ ନିୟମ 17 ଅଧୀନରେ ସମ୍ପୃକ୍ତ RDCଙ୍କ ନିକଟରେ ଅପିଲ କରିପାରନ୍ତି । ଏପ୍ରକାର ବ୍ୟବସ୍ଥା ‘ଲାର’ ଆଇନ 2013ର ଧାରା 41କୁ ଉଲ୍ଲଂଘନ କରୁଛି, କାରଣ ଏହାର ଉପଧାରା (3)ରେ କୁହାଯାଇଛି ଯେ, ଅନୁସୂଚୀତ ଅଞ୍ଚଳରେ ଗ୍ରାମସଭାର ଅଗ୍ରୀମ ସମ୍ମତି ବିନା କୌଣସି ଜମି ଅଧିଗ୍ରହଣ ହୋଇପାରିବ ନାହିଁ । ନିୟମ -7 (ଅନୁସୂଚୀତ ଅଞ୍ଚଳସମୂହରେ କ୍ଷୁଦ୍ର ଜଳ।ଶୟର ପରିଚାଳନା)- 
ସମସ୍ତ କ୍ଷୁଦ୍ର ଜଳାଶୟର ନିର୍ମାଣ, କାର୍ଯ୍ୟ ଆଦେଶ, ଉଦ୍ଦିଷ୍ଟ ପାଣ୍ଠିର ବିନିଯୋଗ ସମ୍ପୃକ୍ତ ଗ୍ରାମସଭା ଓ ପଂଚାୟତଗୁଡିକ ଜରିଆରେ ସମ୍ପାଦିତ ହେବ ବୋଲି ଏହି ନିୟମରେ ଅନ୍ତର୍ଭୁକ୍ତ ହେବା ବିଧେୟ; ଦ୍ରଷ୍ଟବ୍ୟ ପେସା ଆଇନର ଧାରା 4(J) ।          
ନିୟମ-8 (ଲଘୁ ଖଣିଜ ସାମଗ୍ରୀ ଏବଂ ଏହାର ଅନୁସନ୍ଧାନ ଓ ଖନନ ଲିଜ ପାଇଁ ମଞ୍ଜୁରୀ) – 
ପ୍ରଥମତଃ ଏକ ଗ୍ରାମରେ  ଉପଲବ୍ଧ ହେଉଥିବା ଲଘୁ ଖଣିଜ ସାମଗ୍ରୀ ବାବଦ ସମସ୍ତ ରୟାଲଟି ଗ୍ରାମପାଣ୍ଠିକୁ ଆସିବ ବୋଲି ସୁସ୍ପଷ୍ଟ ବ୍ୟବସ୍ଥା ସ୍ଥାନିତ ହେବା ଜରୁରୀ- ଦ୍ରଷ୍ଟବ୍ୟ ପେସା ଆଇନ 1996ର ଧାରା 4 (K ଏବଂ l ) । ଦ୍ଵିତୀୟତଃ: ଜଙ୍ଗଲ ଜମିରୁ ଲଘୁ ଖଣିଜ ଦ୍ରବ୍ୟର ଉତଖନନ ଓ ବ୍ୟବହାର ଉପରେ ଗ୍ରାମସଭାର ନିୟନ୍ତ୍ରଣ ରହିବ ନାହିଁ ବୋଲି ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହା ପେସା ଆଇନର ଧାରା 4(D) କୁ ଉଲ୍ଲଂଘନ କରୁଛି । ପୁଣି, ଜଙ୍ଗଲ ଜମିରେ ଥିବା ଲଘୁ ଖଣିଜ ଦ୍ରବ୍ୟ ଉପର ରିହାତି ମଞ୍ଜୁରୀ ଲାଗୁ ହେବ ନାହିଁ ବୋଲି ପ୍ରସ୍ତାବିତ ନିୟମ କେବଳ ପେସା ଆଇନର ଉପରୋକ୍ତ ଧାରାଗୁଡିକ ନୁହେଁ, ବରଂ ଜଙ୍ଗଲ ଅଧିକାର ଆଇନ 2006ର ଧାରା 5(D)କୁ ଉଲ୍ଲଂଘନ କରୁଛି ।                     
ଏହାଛଡା, ଓଡିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ (DMF) ର ପାଣ୍ଠି ଗ୍ରାମସଭା ମାଧ୍ୟମରେ ବିନିଯୁକ୍ତ ହେବ। ବିଧେୟ, ଦ୍ରଷ୍ଟବ୍ୟ- ପେସା ଆଇନ 1996ର ଧାରା 4ର ଉପଧାରା (E ଓ F ) ।       
ନିୟମ-9: (ମାଦକ ଦ୍ରବ୍ୟ ଉପରେ ନିୟନ୍ତ୍ରଣ)- 
ଗୋଟିଏ ଗ୍ରାମରେ ମଦ ଦୋକାନ ଖୋଲିବାର ପ୍ରସ୍ତାବ କଲେକ୍ଟରଙ୍କ ଠାରୁ ଆସିବାର ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ । ବରଂ ମଦ ଦୋକାନ ଖୋଲାଯିବ କି ନାହିଁ ଓ କିଏ ଖୋଲିବ ଓ କେତେ ପରିମାଣରେ ସ୍ଥାନୀୟ ମଦ ପ୍ରସ୍ତୁତ ହେବ- ଏସବୁ ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରାମସଭା ହାତରେ ରହିବ – ଦ୍ରଷ୍ଟବ୍ୟ ପେସା ଆଇନ 1996ର ଧାରା 4 (m)(i) । ସମ୍ପୃକ୍ତ ମଦ ଦୋକାନୀର ପଞ୍ଜିକରଣ ଏବଂ ମାସିକ ଆୟର ଏକାଂଶ ଦେୟ ଗ୍ରାମ ପାଣ୍ଠିକୁ ଆସିବା ବିଧେୟ ।        
ଏହାଛଡା, ଏକ ଗ୍ରାମର ପରିସୀମା ଭିତରେ ବିଦେଶୀ ମଦ ଦୋକାନ ସମେତ ଅନ୍ୟ ଯେ କୌଣସି ନିଶାଦ୍ରବ୍ୟ (ଯଥା ଭାଙ୍ଗ, ଗଞ୍ଜେଇ)ର ଦୋକାନ ଖୋଲାଯିବା ଗ୍ରାମସଭାର ନିଷ୍ପତ୍ତି ଉପରେ ନିର୍ଭର କରିବ ଏବଂ ତାହାର ପଞ୍ଜୀକରଣ ଏବଂ ମାସିକ ଆୟର ଏକାଂଶ ଗ୍ରାମପାଣ୍ଠିକୁ ଆସିବ ବୋଲି ବ୍ୟବସ୍ଥା ରହିବା ବିଧେୟ ।                
ନିୟମ 10 (ଅନୁସୂଚୀତ ଅଞ୍ଚଳସମୂହରେ ଜମି ହସ୍ତାନ୍ତରକୁ ନିଷେଧ କରାଇବା ଏବଂ ହସ୍ତାନ୍ତରିତ ଜମି ଅନୁସୂଚୀତ ଜନଜାତିକୁ ପୁନରାର୍ପଣ କରାଇବା)- 
ଏହାର ଉପ-ନିୟମ (2)ରେ ସମ୍ପୃକ୍ତ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ କେତେଦିନ ଭିତରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତହିଁର ସମୟସୀମା ବିନିର୍ଦ୍ଦିଷ୍ଟ ହେବା ବିଧେୟ ।      
ନିୟମ 11 (ହାଟବଜାର ଉପରେ ନିୟନ୍ତ୍ରଣ) – 
ପେସା ଆଇନର ଧାରା 4(4) ଅନୁଯାୟୀ ଗୋଟିଏ ଗ୍ରାମର ପରିସୀମା ଭିତରେ ଯେ କୌଣସି ବ୍ୟବସାୟିକ ଉଦ୍ୟୋଗ, ଯଥା ହୋଟେଲ, ଲଜିଙ୍ଗ, ଓଷଧ ଦୋକାନ, କ୍ଲିନିକ, ଲୁହା-ସିମେଣ୍ଟ ଦୋକାନ, କାଠଗୋଲ। ଇତ୍ୟାଦି ମଧ୍ୟ ‘ହାଟବଜାର’ ସଜ୍ଞା ଭିତରେ ପରିସରଭୁକ୍ତ ହେବା ଦରକାର ଏବଂ ସେମାନେ ଗ୍ରାମ ପଂଚାୟତ ଦ୍ଵାରା ପଞ୍ଜୀକୃତ ହେବା ଏବଂ ସେମାନଙ୍କ ଠାରୁ ମାସିକ ଦେୟ ଗ୍ରାମପାଣ୍ଠିକୁ ଆସିବା ବିଧେୟ ।             
12॰ (ଅର୍ଥରୁଣ କାରବାର ଉପରେ ନିୟନ୍ତ୍ରଣ)- 
ପେସା ଆଇନର ଧାରା 4(5) ଅନୁଯାୟୀ, ଗ୍ରାମର ପରିସୀମା ଭିତରେ ପରିଚାଳିତ ହେଉଥିବା ବ୍ୟାଙ୍କ, ଏସଏଚଜି, ଚିଟଫଣ୍ଡ ଓ ସମବାୟ ସମିତି ଭଳି ରୁଣ-କାରବାରୀ ସଂସ୍ଥାଗୁଡିକ ମଧ୍ୟ ଗ୍ରାମ ପଂଚାୟତ ଦ୍ଵାରା ପଞ୍ଜୀକୃତ ହେବା ଏବଂ ଗ୍ରାମ-ପାଣ୍ଠିକୁ ମାସିକ ଦେୟ ପ୍ରଦାନ କରିବାର ବ୍ୟବସ୍ଥା ଏହି ନିୟମରେ ଅନ୍ତର୍ଭୁକ୍ତ ହେବା ବିଧେୟ ।                
ନିୟମ-13 (ଲଘୁ ବନଜାତ ଦ୍ରବ୍ୟର ମାଲିକାନା ଓ ବିକ୍ରିବଟା) – 
ଓଡିଶା ଗ୍ରାମ ପଞ୍ଚାୟତସମୂହ (ଲଘୁ ବନଜାତ ଦ୍ରବ୍ୟ ପ୍ରଶାସନ) ନିୟମାବଳୀ 2002) ଲାଗୁ ହେବ ବୋଲି କୁହାଯାଇଛି । ଏଥିରେ କୁହାଯାଇଛି ଯେ, ବେଆଇନ କାରବାରୀଙ୍କ ବିରୁଦ୍ଧରେ ସରପଞ୍ଚ ବା ସେକ୍ରେଟାରି DFOଙ୍କ ନିକଟରେ ଅଭିଯୋଗ ଦାଖଲ କରିବେ ଏବଂ DFO ସେହି କାରବାରୀଙ୍କ ବେଆଇନ ଜିନିଷକୁ ଜବତ କରି ସର୍ବସାଧାରଣରେ ନିଲାମ କରିବେ ଓ ତହିଁରୁ ଉପଲବ୍ଧ ଅର୍ଥରାଶିକୁ ଜଙ୍ଗଲ ବିଭାଗ ଆକାଉଣ୍ଟରେ ଡିପୋଜିଟ କରିବେ । ପୁଣି, ଉକ୍ତ ନିୟମାବଳୀରେ କୁହାଯାଇଛି ଯେ, ଗ୍ରାମ ପଞ୍ଚାୟତର ଏକ ନିଷ୍ପତ୍ତି ବିରୁଦ୍ଧରେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964ର ଧାରା 133 ଅନୁଯାୟୀ ଅପିଲ କରିହେବ, ଯେଉଁଥିରେ ସବ-କଲେକ୍ଟର ଓ କଲେକ୍ଟରଙ୍କୁ ଆପେଲେଟ କର୍ତ୍ତୃପକ୍ଷଙ୍କ କ୍ଷମତା ନ୍ୟସ୍ତ କରାଯାଇଛି । ଏପ୍ରକାର ବ୍ୟବସ୍ଥା ପେସା ଆଇନ 1996 ର ଧାରା 4 (M) (ii)ରେ ଗ୍ରାମସଭା ଓ ପଞ୍ଚାୟତଗୁଡିକୁ ପ୍ରଦତ୍ତ କ୍ଷମତା    ଏବଂ ଜଙ୍ଗଲ ଅଧିକାର ଆଇନ 2006ର ଧାରା 3(1)(C ) ସହିତ ପଠିତ ଧାରା 5ରେ ଗ୍ରାମସଭା ଏବଂ ଗ୍ରାମସ୍ତରୀୟ ଅନୁଷ୍ଠାନକୁ ପ୍ରଦତ୍ତ କ୍ଷମତାକୁ ଉଲ୍ଲଂଘନ କରୁଛି । 
ନିୟମ 14 (ଶାନ୍ତିରକ୍ଷା ଏବଂ ବିବାଦ-ମୀମାଂସାରେ ଗ୍ରାମସଭାର ଭୂମିକା)-  
ଏହାର ଉପନିୟମ (4)ରେ କୁହାଯାଇଛି ଯେ, କୌଣସି ଧର୍ତ୍ତବ୍ୟ ଅପରାଧ ବା ମାନବାଧିକାର ଉଲ୍ଲଂଘନ ଜଡିତ ଥିବା ବିବାଦକୁ ଗ୍ରାମସଭା କିମ୍ବା ସରପଞ୍ଚ ଆଦୌ ବିଚାର କରିବେ ନାହିଁ । କିନ୍ତୁ ଏହା ପେସା ଆଇନର ଧାରା 4(d)କୁ ଉଲ୍ଲଂଘନ କରୁଛି, କାରଣ ପେସା ଆଇନରେ ଗ୍ରାମସଭାର କ୍ଷମତାକୁ ସୀମାବଦ୍ଧ କରାଯାଇନାହିଁ । ଏହାଛଡା, ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964ର ଧାରା 153(1) (E) ଏବଂ ଧାରା 154 (ପଞ୍ଚାୟତ ପୋଲିସ ଓ ଅଦାଲତୀ ପଞ୍ଚାୟତର ସଂରକ୍ଷଣ)ର ମଧ୍ୟ ଉଲ୍ଲଂଘନ ହେଉଛି, କାରଣ ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1948ରେ ଯେଉଁ ପଞ୍ଚାୟତ ପୋଲିସ ଓ ଅଦାଲତୀ ପଞ୍ଚାୟତ ବ୍ୟବସ୍ଥା ଥିଲା, ସେଥିରେ ଉଭୟ ଦେବାନୀ ଓ ଲଘୁ ଫଉଜଦାରି ମାମଲାର ସମାଧାନ ପାଇଁ ବ୍ୟବସ୍ଥା ଥିଲା । 
ନିୟମ 15 (ଯଥୋଚିତ ସ୍ତରର ପଞ୍ଚାୟତଗୁଡିକରେ ଆସନ ସଂରକ୍ଷଣ ଓ ମନୋନୟନ)- 
ଏହାର ଉପଧାରା (1)ର ଅଣ-ଉପଧାରା (A)ରେ ଦର୍ଶାଯାଇଛି ଯେ, ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964ର ଧାରା 10 ଅଧୀନସ୍ଥ ଉପ-ଧାରା (5)ର ଅଣ-ଉପଧାରା (A) ଅନୁଯାୟୀ ସରପଞ୍ଚମାନଙ୍କ  ପାଇଁ ଆସନ ସରଂକ୍ଷିତ ହେବ । କିନ୍ତୁ ହେବା କଥା, ଅଣ-ଉପଧାରା (B) । ବିଚାର କରିବା କଥା, ପେସା ଆଇନ 1996ର ଧାରା 4 ଅଧୀନରେ ଉପାଧାର। (g) ଓ (h)ରେ ଯେଭଳି ସ୍ପଷ୍ଟ ଭାଷାରେ ଅନୁସୂଚୀତ    ଅଞ୍ଚଳ ପାଇଁ ଆସନ ସଂରକ୍ଷଣ ବିଷୟ ଲେଖାଯାଇଛି ଏବଂ ଓ. ଗ୍ରା.ପ. ଆଇନରେ ମଧ୍ୟ ଆବଶ୍ୟକୀୟ ସଂଶୋଧନ ସ୍ଥାନିତ ହୋଇଛି, ସେପରି ସ୍ଥଳେ ଏହି ଚିଠା-ନିଯମାବଳୀରେ ପୁଣି ଏ ବିଷୟ ଭର୍ତ୍ତି କରିବାର କି ଆବଶ୍ୟକତା ଅଛି ? ସୁତରାଂ, ଏହି ନିୟମ ଆଦୌ ଏଠାରେ ସ୍ଥାନିତ ହେବାର ଆବଶ୍ୟକତା ନାହିଁ । 
ନିୟମ 16 (ସାଧାରଣ) -  
ଏହାର ଉପନିୟମ (3)  ଓ ଉପ-ନିୟମ (4)ରେ କଲେକ୍ଟରଙ୍କୁ କ୍ଷମତା ଦିଆଯାଇଛି, ଯଥାକ୍ରମେ ଏହି ନିୟାମାବଳୀ ସହିତ ଆଉ କୌଣସି ନିୟମର ବିରୋଧାଭାସ ଦେଖାଦେଲେ ସେ ଏହା ଉପରେ ନିଷ୍ପତ୍ତି ନେବେ ଏବଂ ଏହି ନିୟମାବଳୀର ସୂଚାରୁ କାର୍ୟ୍ୟକାରିତା ପାଇଁ ସେ ଗ୍ରାମ ପଞ୍ଚାୟତକୁ ନିର୍ଦ୍ଦେଶ ଦେବେ । ଏପ୍ରକାର ବ୍ୟବସ୍ଥା କେବଳ ପେସା ଆଇନର  ଭାଷା ଓ ଭାବକୁ ନୁହେଁ, ବରଂ ସମ୍ବିଧାନର ଭାଗ-9 (ପଂଚାୟତ ସମୂହ)ରେ ଥିବା ଧାରା 243-G (ପଞ୍ଚାୟତର ସ୍ଵୟଂଶାସନ)କୁ ଉଲ୍ଲଂଘନ କରୁଛି । ଏହା ପରିବର୍ତ୍ତେ, ଗ୍ରାମ ପଞ୍ଚାୟତ କୌଣସି ସମସ୍ୟା ଉପୁଜିଲେ, ଯଥାକ୍ରମେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ପରାମର୍ଶ ଲୋଡିବା ଏବଂ ସେମାନେ ଆବଶ୍ୟକ ମୁତାବକ ସମୟାନ୍ତରରେ ପରାମର୍ଶ ଦେବାର ବ୍ୟବସ୍ଥା ସ୍ଥାନିତ ହେଲେ ଠିକ ହେବ । 
ନିୟମ 17 (ଅପିଲ କରିବାର କ୍ଷମତା) – 
ଗ୍ରାମସଭା କିମ୍ବା ଗ୍ରାମ ପଞ୍ଚାୟତର ନିଷ୍ପତ୍ତି ବିରୁଦ୍ଧରେ RDCଙ୍କ ନିକଟରେ ଅପିଲ କରିବ।ର ବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ । ଏହା ମଧ୍ୟ ସମ୍ବିଧାନର ଧାରା 243-Gକୁ ଉଲ୍ଲଂଘନ କରୁଛି । 
---------------------------------------------------------------------------------------------------------
A Discussion Paper prepared by Chitta Ranjan Behera, Advocate, Mobile -9437577546 , Date – 15 Dec 2023.Collection copy.

ପ୍ରିୟ ଓଡ଼ିଶାବାସୀ,ଭାବି ଦେଖନ୍ତୁ

ପ୍ରିୟ ଓଡ଼ିଶାବାସୀ,ଭାବି ଦେଖନ୍ତୁ।
ଓଡ଼ିଆ ଜାତି ଚିନ୍ତା କର , ତୁମେ କଣ କରିବ ।ଆଉ କେତେ ଦିନ  ଏହି ଲୁଟେରା ମାନଙ୍କ କବଳରେ ଛଟପଟ ହେବ ।ଓଡ଼ିଶାର ସବୁ ବଡ଼ ବଡ଼ ସୁନା ଦୋକାନର ମାଲିକ ଅଣଓଡ଼ିଆ। ଓଡ଼ିଶାର ସବୁ ବଡ଼ ବଡ଼ ଡ୍ରେସ ଦୋକାନର ମାଲିକ ଅଣ ଓଡ଼ିଆ। ଓଡ଼ିଶାର ସବୁ ବଡ଼ ବଡ଼ ଦେଶୀ ମଦ ଭାଟିର ମାଲିକ ଅଣ ଓଡ଼ିଆ। ଓଡ଼ିଶାର ଏକାଧିକ ଷ୍ଟାର୍‌ ହୋଟେଲ୍‌ ଓ ହସ୍‌ପିଟାଲର ମାଲିକ ଅଣଓଡ଼ିଆ। ଓଡ଼ିଶାର ସବୁ ବଡ଼ ବଡ଼ ଟେକ୍‌ କମ୍ପାନୀର ମାଲିକ ଅଣଓଡ଼ିଆ। ଓଡ଼ିଶାର ସବୁ ବଡ଼ ବଡ଼ ଖଣି କମ୍ପାନୀଙ୍କ ମାଲିକ ଅଣଓଡ଼ିଆ। ଓଡ଼ିଶାର ସବୁ ବଡ଼ ବଡ଼ ଠିକା କମ୍ପାନୀର ମାଲିକ ଅଣଓଡ଼ିଆ। ଓଡ଼ିଶାର ସବୁ ପ୍ରଭାବଶାଳୀ ଓ କ୍ଷମତାଶାଳୀ ଅଫିସର ଅଣଓଡ଼ିଆ। ତାଲିକାରେ ଆହୁରି ଅନେକ କଥା ଯୋଡ଼ାଯାଇ ପାରିବ। ଆପଣମାନେ ସେ ଦାୟିତ୍ୱ ନିଅନ୍ତୁ।ସମସ୍ତେ share କରନ୍ତୁ । ବିନମ୍ର ନିବେଦନ।🙏
ଏମିତି ଏକ ନିମ୍ନୋକ୍ତ ବିଷୟରେ ଭାବି ଦେଖନ୍ତୁ।ରାଜ୍ୟରେ ଅଣ ଓଡ଼ିଆ ଠିକାଦାର ମାନେ କିପରି ମନଭରି ଓଡ଼ିଶାର ସମ୍ପଦକୁ ଲୁଟ କରି ଚାଲିଛନ୍ତି , ଏହି ତଥ୍ୟ ଗତ କିଛି ଦିନ ତଳେ ଆମ୍ଭେ ମୋ ଦଳ ତରଫରୁ ରାଜ୍ୟବାସୀଙ୍କୁ ଜନାଇଥିଲୁ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରେ ଥିବା କିଛି ମୁଷ୍ଟିମେୟ ଅଣ ଓଡ଼ିଆ ଅଫିସର ମାନେ ସେମାନଙ୍କ ଭାଇ ବନ୍ଧୁ କୁଟୁମ୍ବ ଙ୍କୁ ଡାକି ଆଣିଛନ୍ତି ଓଡ଼ିଶାକୁ ଲୁଟିବା ପାଇଁ । ତେଣୁ ରାଜ୍ୟର ସମସ୍ତ ବଡ଼ ବଡ ପ୍ରକଳ୍ପ ଅଣ ଓଡ଼ିଆ ଠିକାଦାରଙ୍କ ଅଧୀନରେ । ଆମ ରାଜ୍ୟର ଓଡ଼ିଆ ଠିକାଦାର ମାନେ ସେମାନଙ୍କର ପେଟି କନ୍ତ୍ରାକ୍ତର ହୋଇଛନ୍ତି । ଏହା ହେଉଛି ବିଜେଡି ଦଳର ଓଡ଼ିଶାକୁ ସର୍ବଶ୍ରେଷ୍ଠ ଅବଦାନ । 
ଭୁଵନେଶ୍ବର ସହରରେ  କିପରି ଅଣ ଓଡ଼ିଆ ଠିକାଦାର ମାନେ ସବୁ ବଡ଼ ବଡ ପ୍ରକଳ୍ପ ଦଖଲ କରିଛନ୍ତି  , ଏହାର ତଥ୍ୟ ମୁଁ ଏଠାରେ ଉପସ୍ଥାପନ କରୁଛି । 
1. ସ୍ୱେରେଜ୍ treatment plant ପାଇଁ M/S Tech WABAG, Chennai  ନେଇଛି - 268 କୋଟି 
2.ସ୍ୱେରେଜ ପାଇଁ Iron Triangle Ltd., Gujrat କୁ ମିଳିଛି -173 କୋଟି 
3.ସେୱେରେଜ ପାଣ୍ଟ ନିର୍ମାଣ ପାଇଁ Eureka Traders Bureau କୁ ମିଳିଛି -14କୋଟି 
4. Tata project Ltd. Hyderabad କୁ ଦିଆଯାଇଛି -345କୋଟି 
5. ସ୍ଵେରେଜ୍ ପ୍ଲାଣ୍ଟ ନିର୍ମାଣ ପାଇଁ  Laxmi Construction Ltd., Hyderabad କୁ ମିଳିଛି -235 କୋଟି ଟଙ୍କା 
6.larsen and Turbro Ltd., Chennai ku ଖାରବେଳ ଭବନ ନିର୍ମାଣ ପାଇଁ ମିଳିଛି -124 କୋଟି ଟଙ୍କା 
7. ଛ ନମ୍ୱର୍ ହସ୍ପିଟାଲ ମଧ୍ୟରେ ନିର୍ମିତ ମେଡିକାଲ  ରେସର୍ଚ୍ଚ ସେଣ୍ଟର୍ ପାଇଁ  Larsen and Toubro , Chennai କୁ ମିଳିଛି -235 କୋଟି 
8. ସହିଦନଗର ଓ ରାଜମହଲ କାର ପାର୍କିଂ ନିର୍ମାଣ ପାଇଁ M/S Badri Raj and Co କୁ ମିଳିଛି - 70କୋଟି ଟଙ୍କା
9.ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ MSI ପାଇଁ M/S Honeywell Automation India Ltd. କୁ ମିଳିଛି -700କୋଟି ଟଙ୍କା 
10. ବି.ଏମ.ସି.ବିଲ୍ଡିଂ ନିର୍ମାଣ ପାଇଁ M/S URC Construction Ltd, Chennai କୁ ଦିଆଯାଇଛି -73କୋଟି ଟଙ୍କା 
11. ଗାଡକଣ ବସ୍ତି ବାସିନ୍ଦାଙ୍କ ପାଇଁ ଉଦ୍ଧିଷ୍ଟ ପ୍ରକଳ୍ପ ନିର୍ମାଣ ପାଇଁ M/S Malar VRC India Ltd. କୁ ମିଳିଛି 85କୋଟି ଟଙ୍କା
12.ସୁବୁଧିପୂର୍ ରେ ପ୍ରକଳ୍ପ ନିର୍ମାଣ ପାଇଁ M/S NCC Ltd.  କୁ ମିଳିଛି 199କୋଟି ଟଙ୍କା 
13. କଳିଙ୍ଗ ନଗର  ଆବାସ ଗୃହ ନିର୍ମାଣ ପାଇଁ KMV project, Hyderabad କୁ ମିଳିଛି  61କୋଟି ଟଙ୍କା 
14. ବରମୁଣ୍ଡା ବସ ତର୍ମିନାଲ ନିର୍ମାଣ ପାଇଁ Bridge and Roof Co କୁ ମିଳିଛି 180 କୋଟି ଟଙ୍କା ।
ଏହିପରି ଏକାଧିକ ପ୍ରକଳ୍ପ ଅଣ ଓଡ଼ିଆ ଠିକାଦାର ମାନଙ୍କ ଆମ ରାଜ୍ୟର ବିକାଶମୂଳକ ପ୍ରକଳ୍ପ ଦିଆଯାଇଛି । ରାଜ୍ୟରେ ଯେପରି ପିସି କାରବାର ଚାଲିଛି , ଏହାକୁ ଯଦି ହିସାବକୁ ନିଆଯାଏ ,ତେବେ ଅଣ ଓଡ଼ିଆ ଅଫିସର ମାନେ ଶହ ଶହ କୋଟି ଟଙ୍କା ଲୁଟ  କରି ନେଇଛନ୍ତି ।ଏହି ଲୁଟ ଯୋଗୁ ଓଡ଼ିଶା ଆଜି କାଙ୍ଗାଳ । ଦାଦନ ଖଟି ଯିବା ବ୍ୟତୀତ ଆଉ କିଛି ଉପାୟ ନାହିଁ । 2024ରେ ବିଜେଡି ଯଦି କ୍ଷମତାକୁ ଆସେ ,  ଅଣ ଓଡ଼ିଆ ଅଫିସର ଓ ଅଣ ଓଡ଼ିଆ ଠିକାଦାରଙ୍କ ଲୁଟ ଆହୁରି ଭୟଙ୍କର ହେବ । ଓଡ଼ିଶାବାସୀ ସାବଧାନ ରୁହ । ନଚେତ୍ ଆହୁରି ଦୁର୍ଦ୍ଧିନ ଆମେ ଭୋଗିବା ।

ଋାସନ୍ କାର୍ଡ ସଂପର୍କରେ ଜାଣିବା କଥା



ଋାସନ୍ କାର୍ଡ ସଂପର୍କରେ ଜାଣିବା କଥା
୧. ନୂତନ ରାସନ କାର୍ଡ ପାଇଁ କେଉଁ ପ୍ରକ୍ରିୟାରେ ଆବେଦନ କରିହେବ  ? ଯଦି ଅନ୍ ଲାଇନ୍ ମାଧ୍ୟମରେ ଜନୈକ ବ୍ୟକ୍ତିର ଆବେଦନ କରିବା  ପାଇଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା କିପରି ଭାବରେ ଆବେଦନ କରିହେବ?
   ଉ-  ନୂତନ ରାସନ କାର୍ଡ ପାଇଁ ଅନ୍ ଲାଇନ୍ ବା ଅଫ୍ ଲାଇନ୍ (କାର୍ଯ୍ୟାଳୟରେ ଦରଖାସ୍ତ) ମାଧ୍ୟମରେ ଆବେଦନ କରିପାରିବେ ।
୨.   ନୂତନ ଋାସନ କାର୍ଡ ଆବେଦନ କରିବା ପାଇଁ ମୋବାଇଲ୍ ନମ୍ବର ବାଧ୍ୟତା ମୂଳକ କି ? ଯଦି  କୌଣସି ବ୍ୟକ୍ତିର ରାସନ୍ କାର୍ଡ ଡାଉନ୍ ଲୋଡ୍ ପାଇଁ ମୋବାଇଲ୍ ନମ୍ବର ନାହିଁ , ସେ କିପରି ରାସନ୍ କାର୍ଡ ( ଗ୍ରୀନ୍ କାର୍ଡ) ପ୍ରାପ୍ତ ହେବ , ଜଣାଇବା ପାଇଁ ଅନୁରୋଧ ।
ଉ-ଅନ୍ ଲାଇନରୁ ରାସନ କାର୍ଡ ଡାଉନ ଲୋଡ୍ କରିବା ପାଇଁ ମୋବାଇଲ୍  ନମ୍ବର ଆବଶ୍ୟକ । ଯଦି କୌଣସି ବ୍ୟକ୍ତିର ମୋବାଇଲ୍ ନମ୍ବର ନାହିଁ, ତେବେ ସେହି ବ୍ୟକ୍ତି  କାର୍ଯ୍ୟାଳୟରେ ଦରଖାସ୍ତ ଦେଇ ରାସନ୍ କାର୍ଡର ସଫ୍ଟ କପି ନେଇ ପାରିବେ କିମ୍ବା ପ୍ରିଂଟ୍ ଏଡ୍ ରାସନ୍ କାର୍ଡ ବିଭାଗରୁ ଆସିବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବେ ।
୩. ରାସନ୍ କାର୍ଡରେ  ମୋବାଇଲ୍ ନମ୍ବର ସଂଯୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ  କରିହେବ ଏବଂ କାହା ଦ୍ୱାରା କରିହେବ ଜଣାଇବା ପାଇଁ ଅନୁରୋଧ ?
ଉ- ରାସନ୍ କାର୍ଡରେ ବ୍ଲକ୍ କାର୍ଯ୍ୟାଳୟ ଯୋଗାଣ ଉପବିଭାଗରେ ଆର.ସି.ଏମ୍.ଏସ୍. ବିଭାଗରେ ଦରଖାସ୍ତ କରି ମୋବାଇଲ୍ ସଂଯୋଗ କରି ପାରିବେ ।
୪. ଋାସନ କାର୍ଡରେ  ଜନୈକ ବ୍ୟକ୍ତିଙ୍କୁ ସଂଯୋଗ,ତଥ୍ୟ ସଂଶୋଧନ ଏବଂ ବିୟୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ କରାଯିବ ଏବଂ କାହା ମାଧ୍ୟମରେ କରାଯିବ ?
ଉ-ଅନ୍ ଲାଇନରେ ଆବେଦନ କରିପାରିବେ (ଏଥିପାଇଁ  ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ନିହାତି ଆବଶ୍ୟକ)  କିମ୍ବା ବ୍ଲକ୍ କାର୍ଯ୍ୟାଳୟ ଯୋଗାଣ ଉପବିଭାଗରେ ଆର.ସି.ଏମ୍.ଏସ୍. ବିଭାଗରେ ଦରଖାସ୍ତ କରି ଆବେଦନ କରି ପାରିବେ  ।
୫. ଋାସନ କାର୍ଡରୁ ଜଣେ ମୃତ ବ୍ୟକ୍ତିଙ୍କୁ ବାଦ୍ ଦେବା ପାଇଁ ଏବଂ ଶିଶୁଙ୍କୁ  ରାସନ୍ କାର୍ଡରେ ସଂଯୋଗ କରିବାର ପ୍ରକ୍ରିୟା କଣ ଏବଂ କାହା ମାଧ୍ୟମରେ କରାଯିବ ତାହା ଜଣାଇବା ପାଇଁ ଅନୁରୋଧ  ।
ଉ-ଅନ୍ ଲାଇନରେ ଆବେଦନ କରିପାରିବେ (ଏଥିପାଇଁ  ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ନିହାତି ଆବଶ୍ୟକ)  କିମ୍ବା ବ୍ଲକ୍ କାର୍ଯ୍ୟାଳୟ ଯୋଗାଣ ଉପବିଭାଗରେ ଆର.ସି.ଏମ୍.ଏସ୍. ବିଭାଗରେ ଦରଖାସ୍ତ କରି ଆବେଦନ କରି ପାରିବେ  ।

୬.   ଋାସନ୍ କାର୍ଡରେ ରାସନ  ସାମଗ୍ରୀ ପାଇବା ପାଇଁ  ଆଧାର କାର୍ଡ  ଜରୁରୀ କି ? ଯଦି ଜନୈକ ବ୍ୟକ୍ତିର ଆଧାର କାର୍ଡ  ନାହିଁ, ସେ ରାସନ୍ ସାମଗ୍ରୀ କିପରି  ପାଇବ, ତାହା ଜଣାଇବା ପାଇଁ ଅନୁରୋଧ ।
ଉ-ରାସନ୍ କାର୍ଡରେ ରାସନ ସାମଗ୍ରୀ ପାଇବା ପାଇଁ ଆଧାର କାର୍ଡ ନିହାତି ଜରୁରୀ । ଯଦି କୌଣସି ବ୍ୟକ୍ତିଙ୍କର ଆଧାର କାର୍ଡ ନାହିଁ  । ତେବେ ସେହି ବାବଦରେ ସନ୍ତୋଷଜନକ କାରଣ  ସହ କାର୍ଯ୍ୟାଳୟରେ ଦରଖାସ୍ତ ଦେଲେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ  ।
୭.   ଯଦି କୌଣସି   ପାଂଚ ବର୍ଷ ବୟସରୁ କମ୍  ପିଲାର ଆଧାର କାର୍ଡ ହୋଇ ପାରି ନାହିଁ, ସେ ରାସନ୍ ସାମଗ୍ରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବ କି ?
ଉ-ରାସନ କାର୍ଡରେ ନାମ ସଂଯୋଗ କରିବା ପାଇଁ ଆଧାର ବାଧ୍ୟତା ମୂଳକ  । କୌଣସି ବିଶେଷ କ୍ଷେତ୍ରରେ ଯଦି କୌଣସି ଛୋଟ ପିଲାର ଆଧାର ଉଠି ପାରୁ ନାହିଁ । ତେବେ ସେହି ବାବଦରେ ସନ୍ତୋଷ କନକ କାରଣ ସହ କାର୍ଯ୍ୟାଳୟରେ ଦରଖାସ୍ତ ଦେଲେ, ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।
୮.   ଏକ ରାସନ୍ ଡିଲରର ମାନକ ସଂଚାଳନ ପ୍ରକ୍ରିୟା (SOP) କଣ?  ସେ କେଉଁ  ନିୟମାବଳୀ ଆଧାରରେ ଜନ ସାଧାରଣଙ୍କୁ  ସେବା ପ୍ରଦାନ କରିବ, ତାହା ଜଣାଇବା ପାଇଁ ଅନୁରୋଧ ।
ଉ- ଏହି ତଥ୍ୟ ଓ.ପି.ଡି.ଏସ୍ କ୍ରଂଟୋ୍ରଲ୍ ଅର୍ଡର ୨୦୧୬ରେ ଉପଲବ୍ଧ  ।
୯. ଋାସନ ଡିଲର  ପାଇଁ ଆବେଦନ ପ୍ରକ୍ରିୟାଏବଂ ନିୟମାବଳୀ କଣ , ତାହା ଜଣାଇବା ପାଇଁ ଅନୁରୋଧ  ଏବଂ  ଆପଣଙ୍କର  କଂଟାପଡା, ନିଆଳୀ ଓ  ବାରଙ୍ଗ ବ୍ଲକ ଅଧିନରେ ଥିବା  ସମସ୍ତ ଡିଲରଙ୍କ ନାମ, ଶିକ୍ଷାଗତ ଯୋଗ୍ୟତା ଏବଂ ଯୋଗାଯୋଗ ନମ୍ବର  ପ୍ରଦାନ କରିବା ପାଇଁ ଅନୁରୋଧ ।
ଉ- ଦୟାକରି ଆମର ଲିଙ୍କ୍ କ୍ଲକ୍ କରି ସବିଶେଷ ବିବରଣୀ ଦେଖନ୍ତୁ  । ସୂଚନା ଅଧିକାର ଆଇନ୍ ମାଧ୍ୟମରେ ମିଳିଥିବା ତଥ୍ୟ ସଂଲଗ୍ନ କରାଯାଇଛି ।
୧୦. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ   ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟରେ ପ୍ରଭେଦ କଣ ? ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ , ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ଅଧିନିୟମ ସଂପର୍କରେ ପ୍ରଦାନ କରିବା ପାଇଁ ଅନୁରୋଧ ।
ଉ- ଦୟାକରି ଆମର ଲିଙ୍କ୍ କ୍ଲକ୍ କରି ସବିଶେଷ ବିବରଣୀ ଦେଖନ୍ତୁ  । ସୂଚନା ଅଧିକାର ଆଇନ୍ ମାଧ୍ୟମରେ ମିଳିଥିବା ତଥ୍ୟ ସଂଲଗ୍ନ କରାଯାଇଛି ।








ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ହେତୁ ଆପଣଙ୍କ ସୁବିଧା କଣ ଏବଂ ରାସନରେ ସୂଚନା ଅଧିକାର ଆଇନର ପ୍ରୟୋଗ

🙏 ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ହେତୁ ଆପଣଙ୍କ  ସୁବିଧା କଣ ଏବଂ ରାସନରେ ସୂଚନା ଅଧିକାର ଆଇନର ପ୍ରୟୋଗ🙏


ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ମାଗିବା ଦ୍ୱାରା କୌଣସି କାର୍ଯ୍ୟାଳୟର  ଅତିରିକ୍ତ ବୋଝ ବଢି ଯାଉଛି କିମ୍ବା ଜଣେ ସୂଚନାଧିକାରକର୍ମୀ ଆକ୍ରୋଶମୂଳକ ଭାବରେ ଅଧିକାରୀଙ୍କୁ ହଇରାଣ କରାଯାଉଛି ବୋଲି ଯେଉଁ ପ୍ରଶ୍ନଟି ଉଠେ , ତାହା ଆମ ପାଇଁ ଅବୈଧ ବୋଲି ମନେ ହୁଏ ।ସମାଜରେ ଅସହାୟ ବ୍ୟକ୍ତିମାନଙ୍କର କଥା ଶୁଣିବା କିମ୍ବା ଆବେଦନ ପତ୍ର ଗ୍ରହଣ କରିବା ଏ ଦାୟିତ୍ୱ ପ୍ରଶାସନର ଅଟେ।ମାତ୍ର ସରକାରୀ ନିୟମ ନ ଜାଣିବା ହେଉ  କିମ୍ବା ଲୋକମାନଙ୍କୁ ହଇରାଣ କରିବା ଚକ୍କରରେ ହେଉ, ଅନେକ ପ୍ରଶାସନିକ ଅଧିକାରୀ ଲୋକମାନଙ୍କୁ ହଇରାଣ କରିଥାନ୍ତି  ଏବଂ ବେଳେ  ବେଳେ  ଏ ସଂପର୍କରେ ସେମାନଙ୍କୁ ଅବଗତ କଲେ ମଧ୍ୟ ସାମାଜିକ କର୍ମୀମାନଙ୍କ ସହିତ ବିତଣ୍ଡା ଯୁକ୍ତି କରିଥାନ୍ତି  । ତେଣୁ ଅନ୍ୟୋପାୟ ହୋଇ ଆମକୁ କାଗଜ କଲମର ସାହାରା ନେବା ପାଇଁ ପଡିଥାଏ ।ଏହି ପ୍ରରିପ୍ରେକ୍ଷୀରେ ଗତ ତା-୨୯/୦୬/୨୦୨୨ରିଖରେ ଘଟିଥିବା  ଘଟଣାରେ ବାରଙ୍ଗ ବ୍ଲକ୍ ଉନୟନ  ଅଧିକାରୀଙ୍କ  ର୍ଦୁବ୍ୟବହାର ସ୍ଥାନିତ କରୁଅଛି ।
       ପ୍ରକାଶ୍ୟ,ଗତ ତା:୨୯/୦୬/୨୦୨୨ରିଖ ଦିନ କୁରାଙ୍ଗସ୍ଥିତ ବାଲିସାହିର ଜନୈକ  ଦଳିତ ବ୍ୟକ୍ତିଙ୍କର ରାସନ୍ କାର୍ଡରେ ନୂତନ ବ୍ୟକ୍ତିଙ୍କ ସଂଯୋଗ  କରିବା ସହିତ ମୋବାଇଲ ନମ୍ବର ସଂଯୋଗ  କରିବା ପାଇଁ ବାରଙ୍ଗ ବ୍ଲକର କାର୍ଯ୍ୟାଳୟ ଯାଇଥିଲୁ। ସଙ୍ଗରେ ସୂଚନାଧିକାରକର୍ମୀ  ବସନ୍ତ ଜେନା ମଧ୍ୟ ଥାଆନ୍ତି। ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ସାକ୍ଷାତ ମଧ୍ୟ ହୋଇଗଲା। ପରିତାପର ବିଷୟ  ଅଧିକାରୀ  ଜଣକ  ଆବେଦନ ପତ୍ରଟିକୁ କିଛି ସମୟ ପାଇଁ ଅବଲୋକନ କଲା ପରେ ଗ୍ରହଣ କଲେ ନାହିଁ। ବରଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଯୁକ୍ତି ଅନୁସାରେ, ମୁଁ ଆବେଦନ ପତ୍ର ରଖିବି ନାହିଁ। ଆପଣ ଜନ ସେବା କେନ୍ଦ୍ର ଯାଆନ୍ତୁ, ସେଠାରେ ମୋବାଇଲ ନମ୍ବର ସଂଯୋଗ କରିବା ସହିତ ନୂତନ ଲୋକ ଆଡ୍ କରିଦେବେ, ଏଗୁଡ଼ିକ  ଏଠାରେ ହୋଇ ପାରିବ ନାହିଁ। 
     ମାତ୍ର ରାସନ୍ କାର୍ଡରେ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ଆବଶ୍ୟକ ବୋଲି ମୁଁ ଅଧିକାରୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲି। ମାତ୍ର  ଯୋଗାଣ ନୀରିକ୍ଷକଙ୍କ ବଦଳି ହୋଇଯାଇଛି, ଏଗୁଡ଼ିକ ଏଠି ହୋଇ ପାରିବ ନାହିଁ ବୋଲି ରୁକ୍ଷ ସ୍ବରରେ କହି, ଆବେଦନ ପତ୍ର ଗ୍ରହଣ  କରି ନ ଥିଲେ। ବରଂ ତୁମେ ଜନ ସେବା କେନ୍ଦ୍ର ଯାଇ ମୋବାଇଲ ନମ୍ବର ସଂଯୋଗ କରିବା ସହିତ ନୂତନ   ଲୋକଙ୍କୁ ଆଡ଼ କରି ଆଣିବା ପାଇଁ କହିଲେ। ଶେଷରେ ମୁଁ ଜଣେ ଜନ ସେବା କେନ୍ଦ୍ର ପରିଚାଳକ ବୋଲି ପରିଚୟ ପ୍ରଦାନ କରିବା ସହିତ, ରାସନ କାର୍ଡରେ ମୋବାଇଲ ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ନିତାନ୍ତ ଆବଶ୍ୟକ ସହିତ ଏହା ଫୂଡ୍ ଓଡ଼ିଶାର ଓ୍ବେବ୍ ସାଇଟରେ ଦର୍ଶାଯାଇଛି ବୋଲି ପ୍ରକାଶ କରିଥିଲି। ମାତ୍ର ମୋ କଥାରେ ଉନ୍ନୟନ ଅଧିକାରୀ ଜଣକ ଉତକ୍ଷିପ୍ତ ହୋଇ ମୋ ଉପରେ ବର୍ଷିଗଲେ। ତୁମର ଜନ ସେବା କେନ୍ଦ୍ର ନାହିଁ ବୋଲି ମୋର ବିଶ୍ବାସ ହେଉ ନାହିଁ। ତୁମେ ଅନ୍ ଲାଇନ୍ କାମ ଜାଣି ନାହି ବୋଲି ବିରକ୍ତି ପ୍ରକାଶ  କରିଥିଲେ। ଶେଷରେ ଆବେଦନ ପତ୍ର ରଖିଲେ ନାହିଁ।  ପରେ ପରେ ଆମେ ଯୋଗାଣ ନୀରିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ।  ସେଠାରେ ଥିବା ତାଙ୍କର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ରାସନ୍ କାର୍ଡରେ  ମୋବାଇଲ ସଂଯୋଗ ସଂପର୍କରେ ପଚାରିଥିଲୁ ଏବଂ ପୂର୍ବରୁ ଯୋଗାଣ ନିରୀକ୍ଷକଙ୍କୁ ଏ ଘଟଣା ସଂପର୍କରେ ଅବଗତ କରିବା  ବିଷୟରେ ପ୍ରକାଶ କରିଥିଲୁ। ସବୁ ଠାରୁ ଆଶ୍ଚର୍ଯ୍ୟର ବିଷୟ, ସେ ଏ କଥା ଶୁଣିବା ପରେ ଆମର ମୋବାଇଲ ସଂଯୋଗକୁ ତାଙ୍କର କଂପ୍ୟୁଟରରେ କରି ଦେଇଥିଲେ ଏବଂ ରାସନ୍ କାର୍ଡ ସହିତ ମୋବାଇଲ ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ନିତାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।  
      ପ୍ରକାଶ୍ୟ ଯେ,ରାସନ୍ କାର୍ଡରେ ମୋବାଇଲ ସଂଯୋଗ ହେଲା ପରେ, ଆପଣ ଓ୍ବେବ୍ ସାଇଟରୁ ରାସନ୍ କାର୍ଡ ଡାଉନ୍ ଲୋଡ କରିବା, ନୂତନ ବ୍ୟକ୍ତି ଯୋଗ କରିବା, ମୃତ ବ୍ୟକ୍ତିଙ୍କୁ ବିୟୋଗ କରିବା ଓ ପରିବାର ସ୍ଥାନାନ୍ତର କରିବା କାର୍ଯ୍ୟ ଗୁଡ଼ିକ ହୋଇ ଥାଏ। ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ, ଗରିବ ଜନ ସାଧାରଣଙ୍କ କାମ କରିବା ପାଇଁ, ଏ ବ୍ଲକ୍ ଅଧିକାରୀଙ୍କର ଆନ୍ତରିକତା ନାହିଁ । ଏହି ପ୍ରରିପ୍ରେକ୍ଷୀରେ ଯଦି ପ୍ରଶାସନିକ ସ୍ତରରେ ଜନ ସାଧାରଣ ପ୍ରଶ୍ନ କଲେ କିମ୍ବା  ଏକକ ସରକାରୀ ସେବା ବିଷୟରେ ଜାଣିବା ପାଇଁ ଜିଜ୍ଞାସା ପ୍ରକାଶ କଲେ,ଯଦି ସଠିକ୍ ଉତ୍ତର ନ ମିଳିବା ସହିତ ଅଧିକାରୀ ଉତକ୍ଷିପ୍ତ ହେଉଛନ୍ତି। ତେଣୁ ସୂଚନା ଅଧିକାର ଆଇନ ମାଧ୍ୟମରେ ନିଜର ହକ୍ ବିଷୟରେ ଜାଣିବା ପାଇଁ ଆମର ଅଧିକାର ରହିଛି। ତେଣୁ ମୁଁ ରାସନ୍ କାର୍ଡ ସଂପର୍କରେ ଦଶ ଗୋଟି ପ୍ରଶ୍ନ  ପ୍ରଶାସନ ପାଇଁ ପ୍ରସ୍ତୁତ କରିଅଛି,ଯାହାର ଉତ୍ତର ରାସନ୍ କାର୍ଡ ଉପଭୋକ୍ତାମାନଙ୍କ ହିତରେ ସହାୟକ ହେବ ବୋଲି ଆଶା ପ୍ରକାଶ କରୁଅଛି, ଯାହା ନିମ୍ନରେ ବର୍ଣ୍ଣନା କରାଯାଇଅଛି।

   ରାସନ୍ କାର୍ଡ ପାଇଁ କେତୋଟି ପ୍ରଶ୍ନ
୧. ନୂତନ ରାସନ କାର୍ଡ ପାଇଁ କେଉଁ ପ୍ରକ୍ରିୟାରେ ଆବେଦନ କରିହେବ  ? ଯଦି ଅନ୍ ଲାଇନ୍ ମାଧ୍ୟମରେ ଜନୈକ ବ୍ୟକ୍ତିର ଆବେଦନ କରିବା  ପାଇଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା କିପରି ଭାବରେ ଆବେଦନ କରିହେବ?
୨.  ନୂତନ ଋାସନ କାର୍ଡ ଆବେଦନ କରିବା ପାଇଁ ମୋବାଇଲ୍ ନମ୍ବର ବାଧ୍ୟତା ମୂଳକ କି ? ଯଦି  କୌଣସି ବ୍ୟକ୍ତିର ରାସନ୍ କାର୍ଡ ଡାଉନ୍ ଲୋଡ୍ ପାଇଁ ମୋବାଇଲ୍ ନମ୍ବର ନାହିଁ , ସେ କିପରି ରାସନ୍ କାର୍ଡ ( ଗ୍ରୀନ୍ କାର୍ଡ) ପ୍ରାପ୍ତ ହେବ , ଜଣାଇବା ପାଇଁ ଅନୁରୋଧ ।
୩. ରାସନ୍ କାର୍ଡରେ  ମୋବାଇଲ୍ ନମ୍ବର ସଂଯୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ  କରିହେବ ଏବଂ କାହା ଦ୍ୱାରା କରିହେବ ଜଣାଇବା ପାଇଁ ଅନୁରୋଧ ?
୪. ରାସନ କାର୍ଡରେ  ଜନୈକ ବ୍ୟକ୍ତିଙ୍କୁ ସଂଯୋଗ,ତଥ୍ୟ ସଂଶୋଧନ ଏବଂ ବିୟୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ କରାଯିବ ଏବଂ କାହା ମାଧ୍ୟମରେ କରାଯିବ ?
୫. ରାସନ କାର୍ଡରୁ ଜଣେ ମୃତ ବ୍ୟକ୍ତିଙ୍କୁ ବାଦ୍ ଦେବା ପାଇଁ ଏବଂ ଶିଶୁଙ୍କୁ  ରାସନ୍ କାର୍ଡରେ ସଂଯୋଗ କରିବାର ପ୍ରକ୍ରିୟା କଣ ଏବଂ କାହା ମାଧ୍ୟମରେ କରାଯିବ ତାହା ଜଣାଇବା ପାଇଁ ଅନୁରୋଧ  ।
୬.  ରାସନ୍ କାର୍ଡରେ ରାସନ  ସାମଗ୍ରୀ ପାଇବା ପାଇଁ  ଆଧାର କାର୍ଡ  ଜରୁରୀ କି ? ଯଦି ଜନୈକ ବ୍ୟକ୍ତିର ଆଧାର କାର୍ଡ  ନାହିଁ, ସେ ରାସନ୍ ସାମଗ୍ରୀ କିପରି  ପାଇବ, ତାହା ଜଣାଇବା ପାଇଁ ଅନୁରୋଧ ।
୭.  ଯଦି କୌଣସି   ପାଂଚ ବର୍ଷ ବୟସରୁ କମ୍  ପିଲାର ଆଧାର କାର୍ଡ ହୋଇ ପାରି ନାହିଁ, ସେ ରାସନ୍ ସାମଗ୍ରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବ କି ?
୮.  ଏକ ରାସନ୍ ଡିଲରର ମାନକ ସଂଚାଳନ ପ୍ରକ୍ରିୟା (SOP) କଣ?  ସେ କେଉଁ  ନିୟମାବଳୀ ଆଧାରରେ ଜନ ସାଧାରଣଙ୍କୁ  ସେବା ପ୍ରଦାନ କରିବ, ତାହା ଜଣାଇବା ପାଇଁ ଅନୁରୋଧ ।
୯. ରାସନ ଡିଲର  ପାଇଁ ଆବେଦନ ପ୍ରକ୍ରିୟା ଏବଂ ନିୟମାବଳୀ କଣ,ତାହା ଜଣାଇବା ପାଇଁ ଅନୁରୋଧ  ଏବଂ  ଆପଣଙ୍କର  କଂଟାପଡା, ନିଆଳୀ ଓ  ବାରଙ୍ଗ ବ୍ଲକ ଅଧିନରେ ଥିବା  ସମସ୍ତ ଡିଲରଙ୍କ ନାମ, ଶିକ୍ଷାଗତ ଯୋଗ୍ୟତା ଏବଂ ଯୋଗାଯୋଗ ନମ୍ବର  ପ୍ରଦାନ କରିବା ପାଇଁ ଅନୁରୋଧ ।
୧୦. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ   ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟରେ ପ୍ରଭେଦ କଣ ? ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ , ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ଅଧିନିୟମ ସଂପର୍କରେ ପ୍ରଦାନ କରିବା ପାଇଁ ଅନୁରୋଧ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସୃଚନାଧିକାର ଲଢେଇ:ମିଳିଲା ରାସନ

 

ସୂଚନା ଅଧିକାର ଆଇନ୍ ହେଉଛି ଦୁର୍ନିତୀ ବିରୁଦ୍ଧରେ  ଲଢେଇ କରିବା ପାଇଁ ଏକ ପ୍ରମୁଖ ଅସ୍ତ୍ର ଅଟେ  । ତେବେ କେବଳ ଦୁର୍ନିତୀ ନୁହେଁ, ଏହି  ଆଇନକୁ ପ୍ରୟୋଗ କରି ସମାଜରେ ହନ୍ତ ସନ୍ତ ହେଉଥିବା ଦୁସ୍ଥ ମାନବର ହିତ ସାଧନ କରାଯାଇ ପାରିବ  । ଏତଦ୍ ବ୍ୟତୀତ ପ୍ରଶାସନିକ ସ୍ତରରେ ହେଉ କିମ୍ବା ରାଜନୈତିକ ସ୍ତରରେ ହେଉ, ସମାଜର କୌଣସି  ଖରାପ ବ୍ୟବସ୍ଥାକୁ ପରିବର୍ତନ  ମଧ୍ୟ କରାଯାଇପାରିବ । ଏହି କଥାକୁ ଚେତାଇବା ଆମର ଓଡିଶା ସୂଚନା ଅଭିଯାନର ଆବାହକ  ତଥା ମୋର ମାର୍ଗଦର୍ଶକ ଭାଇ ପ୍ରଦୀପ ପ୍ରଧାନ  ସୂଚନାଧିକାରକର୍ମୀମାନଙ୍କୁ ଚେତାଇ ଆସିଛନ୍ତି ।   ମାତ୍ର ପରିତାପର ବିଷୟ,  ସୂଚନା ଅଧିକାର ଆଇନ୍ ମାଧ୍ୟମରେ ପ୍ରଶାସନିକ ଅଧିକାରୀଙ୍କୁ କର୍ମୀମାନେ  ବ୍ଲାକ ମେଲିଂ କରୁଛନ୍ତି କିମ୍ବା ଟଙ୍କା ମାଗୁଛନ୍ତି ବୋଲି ଅନେକ ଲୁଟେରା କର୍ମଚାରୀମାନେ ଅମୂଳକ ମନଗଢା କାହାଣୀ ପ୍ରକାଶ କରିଥାନ୍ତି, ଯାହା ଆଦୌ ଶୋଭନୀୟ ନୁହେଁ । ପ୍ରକାଶ୍ୟ ଯେ, ଏହି ସୂଚନା ଅଧିକାର ଆଇନ  ୨୦୦୫  ମସିହା  ଅକ୍ଟୋବର ୧୨ ତାରିଖ ଠାରୁ ଓଡିଶାରୁ କାର୍ଯ୍ୟକାରୀ ହେଲା  ।  ମାତ୍ର ବିଡମ୍ବନାର ବିଷୟ, ଉକ୍ତ ଆଇନର କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ୫ ଗୋଟି ବିଭାଗକୁ ବାଦ୍ ଦେଇଥିଲେ ।  ପରେ ପରେ ଆମର ସୂଚନାଧିକାରକର୍ମୀମାନେ ବହୁତ ଘାତ ପ୍ରତିଘାତ ମଧ୍ୟରେ   ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାରଙ୍କ ବିଭିନ୍ନ   ଦୁର୍ନୀତିର ଖୁଲସା କରିବା ସହିତ ଅନେକ ଜନ ହିତକର କାର୍ଯ୍ୟ କରିଆସିଛନ୍ତି  । ଏହି ପ୍ରରିପ୍ରେକ୍ଷୀରେ   ସୂଚନା ଅଧିକାର ଆଇନକୁ ପ୍ରୟୋଗ କରି, ଏକ ଅସହାୟ ମହିଳାକୁ କିପରି ରାସନ୍ କାର୍ଡ ପ୍ରଦାନ କରାଯାଇଛି,  ତାହା ନିମ୍ନରେ ବର୍ଣ୍ଣିତ କରାଯାଇଛି ।
ମଂଜୁଲତା ଭୋଇ ଜଣେ ବିଧବା ମହିଳା ।  ଦୀର୍ଘ ବର୍ଷ ହେଲା ନିଜର ସ୍ବାମୀଙ୍କୁ ହରାଇଛନ୍ତି  । ବେଳେ ବେଳେ ଜୀବନ ରେଖା ପରିବର୍ତନ ହୋଇଯାଏ  । ସମୟ ଚକ୍ରରେ ମଣିଷର ସ୍ଥାନାନ୍ତରଣ ହୁଏ  । ନିଜର ଏକମାତ୍ର ପୁଅକୁ କଂଟାପଡା ବ୍ଲକର ଭୋଦଳ ଗ୍ରାମରେ ବିବାହ କରିଦେଲା ପରେ, ଅନେକ ସମୟରେ ପାରିବାରିକ  କାରଣ ହେତୁ ଇତସ୍ତତଃ ତଥା ଅନ୍ୟତ୍ର ହେଉଥିଲେ । ମଣିଷ ପାଇଁ ଖାଦ୍ୟ ମୌଳିକ ଆବଶ୍ୟକତା  ସହିତ ଖାଦ୍ୟ ସୁରକ୍ଷା  ଆଇନ୍ ମାଧ୍ୟମରେ ରାସନ ପାଇବା ମଧ୍ୟ ସାମ୍ବିଧାନିକ ଅଧିକାର ଅଟେ ।  ତେଣୁ ତାଙ୍କର ରାସନ୍ କାର୍ଡକୁ ଅନ୍ ଲାଇନରେ ଆବେଦନ କରିବା ପାଇଁ  ଆବଶ୍ୟକୀୟ କାଗଜାତପତ୍ର  ସହିତ ମୋ ଜନ  ସେବା କେନ୍ଦ୍ରରେ ପହଂଚିଲେ । ମାତ୍ର ପରିତାପର ବିଷୟ, ଆବେଦନକାରୀଙ୍କର ତଥ୍ୟ ପ୍ରଦାନ କଲା ପରେ ଅନ୍ ଲାଇନ ପୋର୍ଟାଲରେ . ଉକ୍ତ ତଥ୍ୟ ଗୁଡିକ ଗ୍ରହଣ  କଲା  ନାହିଁ  । ବରଂ  ପୂର୍ବରୁ ତାଙ୍କର ରାସନ କାର୍ଡ ହୋଇ ଯାଇଛି ବୋଲି ଦର୍ଶାଇବା ସହିତ  ତାଙ୍କର ରାସନ୍ କାର୍ଡଟି ସହିତ  ତାଙ୍କର ଆଧାର ନଂଟି ପଞ୍ଜୀକୃତ ହୋଇଯାଇଛି ବୋଲି ଦର୍ଶାଉଥିଲା । ମାତ୍ର ଏହି ବୃଦ୍ଧା ମାଆ ଜଣକ ରାସନ କାର୍ଡ ପାଇ ନ ଥିଲେ । ବିଡମ୍ବନାର ବିଷୟ,ପୂର୍ବରୁ  ତାଙ୍କ ନାମରେ ରାସନ୍ କାର୍ଡ  ପଞ୍ଜୀକୃତ ହେବା ସହିତ କେତେ ଖାଦ୍ୟ ସାମଗ୍ରୀ ଉଠାଣ ହୋଇଥିବ, ତାହା ମୋ ପାଇଁ  ଅଦ୍ୟାବଧି ଏକ ଅସମାହିତ ପ୍ରଶ୍ନ ବୋଲି ରହିଗଲା ।

ତେବେ ଏହି ବୃଦ୍ଧା ମାଆଙ୍କର ରାସନ୍ କାର୍ଡ ହେବ କିପରି ? କଂଟାପଡା ବ୍ଲକ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାରୁ କୌଣସି ସୁଫଳ ମିଳିଲା ନାହିଁ  । ଯେଉଁଠି ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ସହିତ ରାସନ ଡିଲରମାନଙ୍କ ସହିତ ମଧୁ ଚନ୍ଦ୍ରିକା ହୁଏ,ସେଠାରେ ସାଧାରଣ ଜନତାର ସ୍ବରକୁ ଚାପି ଦିଆଯାଏ ।   ଜଣେ ସାମାଜିକ କର୍ମୀ ଭାବରେ ଅନ୍ୟର ତଥ୍ୟ  ଆବଶ୍ୟକ କରିଥିବାରୁ ମୋତେ ଅଣ ଦେଖା କରାଗଲା । ସର୍ବଶେଷରେ   ସୂଚନା ଅଧିକାର ଆଇନ ମାଧ୍ୟମରେ ୨୦୧୫-୨୦୨୧ ବର୍ଷର ଅବଧି ମଧ୍ୟରେ ବଡ ପାଟସୁନ୍ଦରପୁର ଗ୍ରା.ପ. ସ୍ଥିତ ଭୋଦଳର   ମଞ୍ଜୁଲତା  ଭୋଇଙ୍କ ପଡି କାର୍ଡ  ( କାର୍ଡ ନଂ୦୭୦୭୦୨........) ସଂପର୍କରେ ତଥ୍ୟ ପାଇଁ ଆବେଦନ କରାଗଲା । ଏହା ସହିତ . (୧) ବଡ ପାଟସୁନ୍ଦରପୁର ଗ୍ରା.ପ. ସ୍ଥିତ ଭୋଦଳର   ମଞ୍ଜୁଲତା  ଭୋଇଙ୍କ ପଡି କାର୍ଡ  ( ନଂ.୦୭୦୭୦୨୧,,,,,,,,,,) କେତେ ତାରିଖରେ ହୋଇଥିଲା ? (୨)  ଏହି କାର୍ଡ (ନଂ. ୦୭୦୭୦୨୧,,,,,,,,,)ଟି କେବେ  ବ୍ଲକ କାର୍ଯ୍ୟାଳୟରେ  ଦାଖଲ କରାଗଲା ? (୩)  ଏହି କାର୍ଡ ନଂ. ୦୭୦୭୦୨୧,,,,,,,,,)ଟି କେଉଁ ଡିଲର ନିକଟରେ କାର୍ଯ୍ୟ କରୁଥିଲା ଏବଂ ଉକ୍ତ କାର୍ଡରେ କେତେ ପରିପାଣରେ ରାସନ ସାମଗ୍ରୀ  ଉଠାଣ କରାଯାଇଛି, ଜାଣିବାକୁ ଚାହୁଁଥିବା ନିର୍ଦ୍ଦିଷ୍ଟ ସୁଚନାର ବିବରଣୀ  ପାଇଂ ଆବେଦନ କରାଯାଇଥିଲା ।  ମାତ୍ର ପରିତାପର ବିଷୟ,  ଏକ ମାସ ବିତି  ଯାଇଥିଲେ ମଧ୍ୟ ଏହାର  ତଥ୍ୟ ମିଳି ନ ଥିଲା । ବରଂ ଆପୋଷ ସମାଧାନ ପାଇଁ ଜନୈକ ରାସନ ଡିଲରଙ୍କ ଦ୍ୱାରା  ଏକ ଚାପ ସୃଷ୍ଟି  କରାଗଲା ।   ଜଣେ ସୂଚନାଧିକାରକର୍ମୀ  କୌଣସି ଏକ କାର୍ଯ୍ୟାଳୟର ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ଆବେଦନ କଲା ପରେ, ଆବେଦନ କରିବାର ୩୦ ଦିନ ମଧ୍ୟରେ ଲୋକ ସୂଚନା ଅଧିକାରୀ ଆବଶ୍ୟକୀୟ ତଥ୍ୟ ପ୍ରଦାନ ସହିତ କାଗଜାତ ପତ୍ର କରିବା ପାଇଁ ବାଧ୍ୟ ଅଟନ୍ତି ।  ଅବଶ୍ୟ କଗଜାତ ନଥି ପତ୍ରର ଜେରକ୍ସ ପାଇଁ ଆବେଦନକାରୀଙ୍କୁ ଦୁଇ ଟଙ୍କା ଦେବା ପାଇଁ ପଡିଥାଏ । ଯଦି ଉକ୍ତ ୩୦ ଦିନ ମଧ୍ୟରେ ତଥ୍ୟ ପ୍ରଦାନ ନ କରନ୍ତି,ଏହାପରେ ପ୍ରଥମ ଅପିଲ କରିବା ପାଇଁ   ପ୍ରଥମ ଅପିଲ୍ କତୃପକ୍ଷଙ୍କ ନିକଟରେ   ଫର୍ମ-ଘ ମାଧ୍ୟମରେ ନିୟମ ୭(୧)ଦ୍ରଷ୍ଟବ୍ୟ ଅଧିନିୟମ ଧାରା ୧୯(୧) ଅନୁଯାୟୀ ଏକ ଅପିଲ ସ୍ମାରକ ଫର୍ମରେ ଆବେଦନ କରାଯାଇଥାଏ । କିନ୍ତୁ ଏ ଘଟଣାରେ ଆବେଦନକାରୀ  ପ୍ରଥମ ଅପିଲ ପାଇଁ ରାଜି ନଥିଲେ ।   ବରଂ ପୂର୍ବରୁ ରାସନ ଡିଲର ଜଣକ ଯାହା ଖାଇ ଥିଲା ଖାଇଥାଉ ଏବଂ ତଥ୍ୟ ମଧ୍ୟ ନ ମିଳୁ  ଆଉ କୌଣସି ମତେ ନୂତନ ରାସନ୍ କାର୍ଡ ହୋଇଯାଉ ବୋଲି ଭାବୁଥିଲେ । ପରିଶେଷରେ ଆବେଦନକାରୀ ନୀରବଦ୍ରଷ୍ଟା ହୋଇ  ନୂତନ ରାସନ କାର୍ଡ  ଗ୍ରହଣ କରିବା ପାଇଁ  ଆଗ୍ରହ ପ୍ରକାଶ କରିଥିଲେ ।   ପରେ ପରେ ସୁପରିକଳ୍ପିତ ସୂଚନାନୁସାରେ ସ୍ଥାନୀୟ ରାସନ ଡିଲରଙ୍କ ନିକଟରେ  ଉକ୍ତ ବୃଦ୍ଧା ମାଆଙ୍କର କାର୍ଡ  ହୋଇ ଯାଇଛି ବାବବରେ ସୂଚନା ପହଂଚିଥିଲା । ବର୍ତମାନ ଚାରିମାସ ହେଲା ଉକ୍ତ ବୃଦ୍ଧା ମାଆଙ୍କୁ ଚାଉଳ ମିଳୁଅଛି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅଭିଶପ୍ତା ଚିଙ୍ଗୁଡିଆ ନଈ

କଟକ ଜିଲ୍ଲା ଅଧିନସ୍ଥ ଅତୀତର ଚିଙ୍ଗୁଡିଆ ନଦୀଟି ଭୌଗଳିକ ଦୃଷ୍ଟି କୋଣରୁ ଏହା ଏକ ଶାଖା ନଦୀ ଅଟେ । ଦୁଇଟି ବ୍ଲକର ଆଠ ଗୋଟି ପଂଚାୟତର ଅଧିବାସୀମାନେ ଏହି ଜଳକୁ କୃଷିକାର୍ଯ୍ୟରେ ବିନିଯୋଗ କରୁଥିଲେ । ଏତ୍ଦ ବ୍ୟତୀତ  ଉକ୍ତ ଜଳକୁ  ପାନୀୟ ଜଳ ଭାବରେ ବ୍ୟବହାର କରିବା  ସହିତ ସ୍ନାନ ଶୌଚାଦିରେ ବ୍ୟବହାର କରୁଥିଲେ । ମାତ୍ର ପରିତାପର ବିଷୟ,ବର୍ତମାନ ଉକ୍ତ  ନଇଟି କଲିକତି ଦଳ, ଓ ନାନାଦି ଗୁଳ୍ମ ଲତାରେ ପରିପୂର୍ଣ୍ଣ ହୋଇ ପ୍ରଦୂଷିତ ହୋଇ ଯାଇଅଛି  । ତେବେ ୨୦୧୪ ମସିହା ପର ଠାରୁ ଅବଗତ ହେଲୁକି, ଏହା ଡ୍ରେନେଜ୍ ବିଭାଗକୁ ଯାଇଅଛି  ।  ଏହି ଡ୍ରେନେଜ୍ଟି ଜରିପଡା-ତେଲିଜୋରି ଭାବରେ  ଡ୍ରେନେଜ୍ ଅଧିନରେ ଯାଇଅଛି । ଏହି ପ୍ରରିପ୍ରେକ୍ଷୀରେ ବିଗତ ଦୁଇ ବର୍ଷ ପୂର୍ବେ ଚିଙ୍ଗୁଡିଆ ନଇର ସମସ୍ୟା ସଂପର୍କରେ  ସୁଚନାଧିକାରକର୍ମୀ  ଭାଇ ବସନ୍ତ ଜେନାଙ୍କ ସହିତ ଆଲୋଚନା ହୋଇଥିଲା । ପରେ ପରେ  ଉକ୍ତ ସମସ୍ୟା ସଂପର୍କରେ କୌଣସି ଏକ ପଦକ୍ଷେପ ଗ୍ରହଣ କରିବା ପ୍ରରିପ୍ରେକ୍ଷୀରେ  ଆମର ପ୍ରେରଣାଦାତା ତଥା ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ସହିତ ଆଲୋଚନା ହୋଇଥିଲା । ପ୍ରଦୀପ ଭାଇଙ୍କ ପରାମର୍ଶକ୍ରମେ ନଇର  ବିଭିନ୍ନ  ସମସ୍ୟା ସଂପର୍କରେ ତା୨୧/୦୩/ ୨୧ରିଖରେ ଜିଲ୍ଲାପାଳ କଟକଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲୁ । ପରେ ପରେ ଉକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ସମସ୍ୟା ସଂପର୍କିତ ସାକ୍ଷାତରେ ମଧ୍ୟ ଆଲୋଚନା ହେବା ସହିତ ଫୋନରେ ବାରମ୍ବାର ବାର୍ତାଳାପ ହୋଇଥିଲା । ତେବେ ଉକ୍ତ ସମସ୍ୟାଗୁଡିକୁ ଅବଗତ କଲା ପରେ, ବିଭାଗୀୟ ଅଧିକାରୀ ଚଳିତ ମଇ-ଜୁନ୍  ମାସରେ ସଫା କରାଯିବ ବୋଲି ମୌଖିକରେ ସୂଚନା ପ୍ରଦାନ କରିଥିଲେ ।ଅଦ୍ୟାବଧି  ଉକ୍ତ ନଇଟି ସଫେଇ ନ ହେବା କାରଣରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଜଳାଭାବରୁ ଚାଷୀମାନଙ୍କର ଅନେକ ଅର୍ଥକାରୀ ଫସଲ ଉପôାଦନରେ ବାଧାପ୍ରାପ୍ତ ହେଉଅଛି  ଏବଂ  ମଶାମାଛି ସରୀସୃପମାନଙ୍କର ଉପଦ୍ରବ ଜନିତ ସମସ୍ୟାଗୁଡିକ ସୃଷ୍ଟି ହୋଇ ଜନ ସାଧାରଣଙ୍କର ଧନଜୀବନ କ୍ଷତି ହେଉଅଛି । ଏଣୂ ଆମ୍ଭେମାନେ ଅବଗତ କରୁକି, “ ଉକ୍ତ ନଇଟିକୁ ଚିଙ୍ଗୁଡିଆ ଦଳ ଗୁଳ୍ମାଦିମୁକ୍ତ କରି,ସଫା କରାଯିବା ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉ । ଯଦି ଏ ସଂପର୍କରେ  ଆସନ୍ତା ଦିନରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ, ତେବେ ଆପଣଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ବାଧ୍ୟ ହେବୁ ।”  ଗତ କାଲି ଏ ସଂପର୍କରେ ଆମେ ମୁଖ୍ୟ ଯନ୍ତôୀ  ବାଲେଶ୍ୱର ନାଥ ସାହୁ, ଜଳ ନିକାସ, କଟକଙ୍କୁ  ଚିଙ୍ଗୁଡିଆ ନଇର ସମସ୍ୟା ସଂପର୍କରେ ଦରଖାସ୍ତ ପ୍ରଦାନ କରିବା ସହିତ ଆଲୋଚନା କରାଯାଇଥିଲା । ଆଲୋଚନାକ୍ରମେ କଟକ ଜିଲ୍ଲା ନିକାସ ଗଣ୍ଡରପୁର ବାର୍ଷିକ ୫୦ ଲକ୍ଷରୁ ଷାଠିଏ  ଲକ୍ଷ ଟଙ୍କା ବ୍ୟୟ ବରାଦ ହେଊଥିଲା ବେଳେ,ଉକ୍ତ ଜଳ ନିକାସରେ ଜରିପଡା-ତେଲିଜୋରି ନିକାସ ପରି ୮ଟି ନିକାସ ରହିଛି  । ତେବେ ସରକାରୀ ନିର୍ଦ୍ଦେଶକ୍ରମେ  ବର୍ଷାଦିନେ ନଇରେ  ଅନେକ ସ୍ଥାନରେ ଦଳ ଲାଗିଯାଇଥିବାରୁ, ଉକ୍ତ ସଫେଇ କେବଳ ବର୍ଷା ଦିନେ ହୋଇପାରିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ । ଏହି  ସଫେଇକୁ ସେମାନେ ଖରା ଦିନେ କରିଥାନ୍ତି  ବୋଲି ଶ୍ରଯୁକ୍ତ ସାହୁ ମଧ୍ୟ ପ୍ରକାଶ କରିଥିଲେ ।  ପରେ ପରେ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ସାହୁଙ୍କ ନିର୍ଦ୍ଦେଶକ୍ରମେ ସନ୍ଦୀପ କୁମାର, ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଅନ୍ୟ ଦୁଇ ଜଣ ଯନ୍ତ୍ରୀଙ୍କ ଉପସ୍ଥିତିରେ  ଏକ ଆଲୋଚନା ମଧ୍ୟ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରଙ୍ଗ ବ୍ଲକରେ ଥିବା   ଜଳ ସମ୍ପଦ ବିଭାଗର କେତୋଟି ତୃଟିପୂର୍ଣ୍ଣ ପ୍ରକଳ୍ପ ସଂପର୍କରେ ବାର୍ତାଳାପ ହୋଇଥିଲା । ପରିଶେଷରେ  ଚିଙ୍ଗୁଡିଆ ନଇ ସହିତ ଅନ୍ୟ ପ୍ରକଳ୍ପଗୁଡିକର ପରିଦର୍ଶନ କରିବା ପାଇଁ ଶ୍ରୀଯୁକ୍ତ କୁମାର ଆସନ୍ତା ଶୁକ୍ରବାର ଦିନ ପରିଦର୍ଶନରେ ଆସିବେ ବୋଲି ପ୍ରକାଶ କରିଥିଲେ । ପରେ ପରେ  ଏହାର ଏକ କିତା ନକଲ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରିତ କରାଗଲା ।   ସୂଚନାଧିକାରକର୍ମୀ ବସନ୍ତ ଭାଇ ମଧ୍ୟ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ସୂଚନା ଅଧିକାର ଦରଖାସ୍ତ ଦାଖଲ ହେଲା ।    (ଆମ ଦୁହିଁଙ୍କ ସମାନ ପ୍ରଶ୍ନ କ୍ରମେ  ସୂଚନା ଅଧିକାର ଦରଖାସ୍ତ)

୧. ୨୦୧୨-୨୦୨୨ ଅବଧି ମଧ୍ୟରେ ଜରିପଡା-ତେଲିଜୋରି ଡ୍ରେନେଜ୍  ଉପରେ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି, ଏହାର ସବିଶେଷ ତଥ୍ୟ ସହିତ ମୁଖ୍ୟ ଡ୍ରେନେଜ ସହିତ ଶାଖା ଡ୍ରେନେଜ ଗୁଡିକର ନକ୍ସା ପ୍ରଦାନ କରାଯାଉ? 
୨. କେଉଁ କେଉଁ ଆର୍ଥକ ବର୍ଷରେ କେତେ ଟଙ୍କା ବ୍ୟୟ ହୋଇଅଛି  ଏବଂ କେଉଁ କେଉଁ କାରଣରୁ ବ୍ୟୟ ହୋଇଅଛି, ଯଥା ଚେକ୍ ଡ୍ୟାମ୍, ସେତୁ, ବନାବର ସଟର୍ ଏ ବଂ ଉଭୟ ବନ୍ଧ ବାଡ ଇତ୍ୟାଦି ।
୩.  ଯେଉଁ ସ୍ଥାନରେ ପ୍ରକଳ୍ପ ସମାପନ କରାଯାଇଛି, ଉକ୍ତ ସ୍ଥାନଗୁଡିକର ପ୍ରକଳ୍ପ ଜନିତ ପୂର୍ବାବସ୍ଥା ଏବଂ  ପରାବସ୍ଥାର ଫଟୋ କପି ପ୍ରଦାନ କରାଯାଉ ।
୪ .ଯେଉଁ ସ୍ଥାନମାନଙ୍କରେ ସେତୁ ଆରମ୍ଭ କଲେ,  ଏହାର ଚୟନ ଆଧାର ଜନିତ  କାଗଜାତପତ୍ର ବିବରଣୀ ପ୍ରଦାନ କରିବା ସହିତ ଏହାର ଫଟୋକପି ପ୍ରଦାନ କରାଯାଉ ।
୫.ଉକ୍ତ ଜରିପଡା-ତେଲିଜୋରି ଡ୍ରେନେଜରେ କେତେ ଜଣ କର୍ମଚାରୀ ନିଯୁକ୍ତି  ଅଛନ୍ତି ଏବଂ ସେମାନଙ୍କର ବୟସ ଶିକ୍ଷାଗତ ଯୋଗ୍ୟତା ଓ ବେତନର ବିବରଣୀ ପ୍ରଦାନ କରାଯାଉ ।






ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ନଦୀ ବଞ୍ଚାଅ, ଓଡ଼ିଶା ବଞ୍ଚାଅ

Participated INDIAN PENINSULAR RIVER COUNCIL (Odisha Chapter)  with Waterman Rajendra Singh Sudarsan Das.


ଆଜି ଓଡିଶା ନଦୀ ବଂଚାଅ ସମ୍ମିଳନୀରେ  ଆଂଚଳିକ ଦୃଷ୍ଟିକୋଣରୁ ବିଭିନ୍ନ ନଦୀମାନଙ୍କ ସୁରକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି  ଫୁଲ ନଖରା ଠାରୁ  ଅସ୍ତରଙ୍ଗ ପର୍ଯ୍ୟନ୍ତ ପ୍ରାଚୀ ଅବବାହିକା ଅବସ୍ଥାପିତ ହୋଇଥିଲା ବେଳେ, ଏହାର ପୁନରୁଦ୍ଧାର  ହେବା ଆବଶ୍ୟକ  । ଏହି ପ୍ରରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାଚୀ ପୁନରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟ କଳ କରାଯାଇଛି  । ତେବେ ପ୍ରାଚୀ ନଦୀ ପରି ଅନେକ ନଦୀ,ଉପ ନଦୀଗୁଡିକ ବିଲୁପ୍ତ ପ୍ରାୟ ହୋଇଥିବା ବେଳେ, ଅନେକ ନଦୀଗୁଡିକ ମୃତ  ।  ଏହି ଦୃଷ୍ଟି କୋଣରୁ ସରକାର ମଧ୍ୟ ବିଭିନ୍ନ ନଦୀମାନଙ୍କୁ  ସବୁଜ କ୍ଷେତ୍ର,ନୀଳ କ୍ଷେତ୍ର ଏବଂ ଲାଲ୍ କ୍ଷେତ୍ର ଭାବରେ ଦର୍ଶିତ କରିଛନ୍ତି । ଏହି ପରି ଭାବରେ ଆମର ନିକଟବର୍ତୀ ନଦୀଗୁଡିକ ଭାବରେ ପ୍ରାଚୀ, ଗଙ୍ଗୁଆ, କୁଶଭଦ୍ରା, ମାଲିଆ ଓ ବିରୁପା ନଦୀ ସଂପର୍କରେ ଆଲୋଚନା କରା ଯାଇଥିଲା । ତେବେ ନଦୀ ଗୁଡିକୁ ସଜୀବ କରିବା ପାଇଁ  ନଦୀ ଜବର ଦଖଲମୁକ୍ତ, ପ୍ରଦୁଷଣ ମୁକ୍ତ ଓଏହାକୁ ରେକର୍ଡ ଭୁକ୍ତ କରିବାର ଆବଶ୍ୟକ ରହିଛି । ମହାନଦୀ  କ୍ଷେତ୍ରରେ, ଛତିଶଗଡ ଏବଂ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କିଛି ସୁଫଳ ମିଳିବାର ଆଶା ରହିଛି  । ମାତ୍ର ପରିତାପର ବିଷୟ, ୨୦୦୪ ମସିହାରୁ ୨୦୧୬ ମଧ୍ୟରେ ଛତିଶଗଡ ସରକାର ମନମୁଖୀ ବ୍ୟାରେଜ୍ ଏବଂ ମହାନଦୀ ଉପତ୍ୟକାରେ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଅନୈତିକ ଭାବରେ ନିର୍ମାଣ କରିଥିବାରୁ  ଓଡିଶାବାସୀ ଭୀଷଣ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ଗ୍ରୀନ ମହାନଦୀ ମିଶନ ଗଠନ କରିଥିଲେ ମଧ୍ୟ, ତାହା ଫଳପ୍ରଦ ନ ହେବା, ରାଜ୍ୟ ସରକାରଙ୍କ ଅପାରଗତା ବ୍ୟତୀତ ଆଉ କଣ ଅଛି ? ଗ୍ରୀନ୍ ଟ୍ରିବୁ୍ୟନାଲରେ ଅସଫଳତା ହାସଲ କରିବା ଯେ, ଓଡିଶାବାସୀଙ୍କ ପ୍ରତି ବୈମାତୃକ  ମନୋଭାବ ବ୍ୟତୀତ ଆଉ କଣ ଆଶା କରାଯାଇପାରେ?  ଏତଦ୍ ବ୍ୟତୀତ ରାଜ୍ୟ ସରକାର କଳ କାରଖାନାକୁ ଜଳ ଗୁଡିକ ବିକ୍ରି କରୁଥିବା ସହିତ କଳ କାରଖାନାର ବିଭିନ୍ନ ବର୍ଜ୍ୟବସ୍ତୁଗୁଡିକ ଆସି ନଦୀ ଜଳକୁ ପ୍ରଦୂଷିତ କରୁଅଛି  । ଜଳ ହିଁ ଜୀବନ ନ୍ୟାୟରେ ଯଦି ବର୍ତମାନ ସମୟରୁ ଓଡିଶା ବାସୀମାନଙ୍କ ମଧ୍ୟରେ ଆମର ନଦୀ ସଂପର୍କରେ ଚିନ୍ତନ ଏବଂ ଜନ ଜାଗରଣ ସୃଷ୍ଟି ନ ହୁଏ, ନଅ ଅଙ୍କ ଦୁର୍ଭିକ୍ଷ ପରି ଘୋର ବିପଦର ସମ୍ମୁଖୀନ  ନ ହେବ , ତାହା ଏଡାଇ ଯାଇ ପାରିବ ନାହିଁ  । ଏଣୁ ଏଥିପାଇଁ ଜନ ଆନ୍ଦୋଳନର ନିତାନ୍ତ ଆବଶ୍ୟକତା ରହିଛି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବଡ ମେଡିକାଲରେ ଚିକିତ୍ସା ପାଇଁ ବର୍ହି ବିଭାଗରେ ଅନ୍ ଲାଇନ୍ ଟିକେଟ୍

ବଡ ମେଡିକାଲରେ ଚିକିତ୍ସା ପାଇଁ  ବର୍ହି ବିଭାଗରେ ଅନ୍ ଲାଇନ୍ ଟିକେଟ୍  କରିବେ କିପରି ?
            

 ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସପିଟାଲ,କଟକ  ଜନ ସାଧାରଣଙ୍କ ସେବା ପ୍ରରିପ୍ରେକ୍ଷୀରେ  ଜୁନ୍ ୧ ତାରିଖ ୧୯୪୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।  ବର୍ତମାନ ସମୟରେ   ଉକ୍ତ ମେଡିକାଲଟି ବୈଷୟିକ ଜ୍ଞାନ କୌଶଳରେ  ଉନ୍ନତି କରଣ କରିଥିଲେ ମଧ୍ୟ, ବର୍ତମାନ ସମୟରେ ବଡ ମେଡିକାଲର ବର୍ହି ବିଭାଗରେ ପ୍ରବଳ ଗହଳି ପରିଲକ୍ଷିତ ଦୃଷ୍ଟିରୁ ରୋଗୀମାନେ ଆଉଟ ଡୋର ଧାଡିରେ ଅପେକ୍ଷା ନ କରି ନିଜର ଘରେ ଅନ ଲାଇନ୍ ମାଧ୍ୟମରେ ଟିକେଟ  ପଞ୍ଜୀକରଣ କରି ପାରିବେ  । ଉକ୍ତ ଅନ ଲାଇନ୍ ପ୍ରକ୍ରିୟାଟି  ସ୍ବାସ୍ଥ୍ୟ ପ୍ରବନ୍ଧନ ସୂଚନା ପ୍ରଣାଳୀ (HMIS) ଦ୍ୱାରା ସମ୍ପାଦିତ ହେଉଅଛି  । ବିଶେଷ ଏହି ଅନ୍ ଲାଇନ୍ ଆବେଦନ ପ୍ରକ୍ରିୟାଟି ଅତ୍ୟନ୍ତ ସରଳ ହୋଇଥିଲା ବେଳେ, ଆବେଦନ ସମୟରେ  ରୋଗୀଙ୍କର ମୋବାଇଲ ନମ୍ବରଟି ବାଧ୍ୟତା ମୂଳକ କରା ଯାଇଛି  । ତେବେ ଆସନ୍ତୁ ଜାଣିବା, ଆପଣମାନେ ବଡ ମେଡିକାଲକୁ ଚିକିତ୍ସା ପାଇଁ ଆସିବା ପୂର୍ବରୁ, କିପରି ଘରେ ବସି ଅନ୍ ଲାଇନରେ ଆବେଦନ କରିବେ, ତାହା ନିମ୍ନରେ  ପ୍ରଦାନ କରୁଅଛି ।
୧. ପ୍ରଥମେ  https://eswasthya.odisha.gov.in   ପୋର୍ଟାଲକୁ  ପ୍ରବେଶ କରନ୍ତୁ । ଅନ ଲାଇନ୍ ଟିକେଟ କରିବା ପାଇଁ ମୋଜିଲା ଫାୟାର ଫକ୍ସ ବ୍ରାଉଜର ଭଲ ହେବ  । ଲାଟେଷ୍ଟ ଗୁଗୁଲ୍ କ୍ରୋମ୍ ଓ ମୋବାଇଲ ଆଣ୍ଡଣ୍ଡୋଏଡ୍ ପ୍ଲାଟଫର୍ମରେ ମଧ୍ୟ   ଟିକେଟ ହୋଇ ପାରୁଛି । ଏହା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଏକ ପୋର୍ଟାଲ ଅଟେ ଏବଂ  ଉକ୍ତ ପୋର୍ଟାଲଟି ଅନ୍ ଲାଇନ୍  ଟିକେଟ୍ ପଞ୍ଜୀକରଣ କରିବା ପାଇଁ  ରାତ୍ର  ୧୨ ଘଟିକାରୁ ଅପରାହ୍ନ ୩ ଘଟିକା ଧାର୍ଯ୍ୟ କରାଯାଇଛି ।
୨. ଏହା ପରେ ଆପଣ Online Provisional Registration   ଲିଙ୍କରେ କ୍ଲିକ୍ କରନ୍ତୁ  । ଏହାପରେ ଆପଣ ଏକ  ବିକଳ୍ପର ସମ୍ମୁଖୀନ ପୂର୍ବକ, ଯଦି ଆପଣ ପୂର୍ବରୁ ଅନ୍ ଲାଇନ୍  ପ୍ରକ୍ରିୟା ମାଧ୍ୟମରେ ଯଦି, ଚିକିତ୍ସିତ ହୋଇଥାନ୍ତି, ତେବେ ଆପଣ “ହଁ” କୁ   ଚୟନ କରି କେନ୍ଦ୍ରୀୟ କ୍ରମାକ ନଂ  ପୂରଣ କରନ୍ତୁ ; ନତୁବା ନୂତନ ଟିକେଟ୍ କରିବା ପାଇଁ  “ନାହିଁ” ଚୟନ କରନ୍ତୁ ।  ଯଦି ଆପଣ “ନାହିଁ” ଚୟନ  କରୁଛନ୍ତି, ଆପଣଙ୍କୁ ଏକ ଅନ୍ ଲାଇନ୍ ଫର୍ମ ପୂରଣ କରିବା  ସହିତ ଆବଶ୍ୟକୀୟ ବ୍ୟକ୍ତିଗତ ତଥ୍ୟ ପୂରଣ କରନ୍ତୁ ।
୩. ଉକ୍ତ ଅନ୍ ଲାଇନ୍ ଫର୍ମଟିକୁ ତିନୋଟି ବିଭାଗ କରାଯାଇଛି  । ପ୍ରଥମ ବିଭାଗରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସପିଟାଲ,କଟକର ନାମ ସ୍ବୟଂ ଚାଳିତ ଭାବରେ ଆସିଲା ବେଳେ,  ରୋଗୀ ଡାକ୍ତରଖାନାକୁ ଯିବା ପାଇଁ  ଆପଣଙ୍କ ଇଛା ଅନୁସାରେ ତାରିଖ ସ୍ଥିରୀକୃତ କରିବା ପାଇଁ ହେବ  ।    ବର୍ତମାନ ସମୟରେ ଉକ୍ତ ମେଡିକାଲର ୨୮ ଗୋଟି  ନିଦାନ ବିଭାଗ ପ୍ରଦର୍ଶନ କରିବା  ବେଳେ, ରୋଗୀଙ୍କୁ ତାଙ୍କର ରୋଗ ସଂପର୍କିତ ବିଭାଗଟିକୁ , ପ୍ରଦତ ବିଭାଗ ତାଲିକାରୁ  ଚୟନ କରିବା ପାଇଁ ହେବ  । ପରେ ପରେ ସ୍ବୟଂ ଚାଳିତ ଭାବେ ମେଡିକାଲର ଆଉଟ୍ ଡୋର୍ ସମୟ ଅନୁଯାୟୀ ସକାଳ  ୮ ଘଟିକା ୩୦ ମିନିଟରୁ ୧୨ ଘଟିକା ୩୦ ମିନିଟ ପ୍ରଦର୍ଶିତ ହେବ ।
୪. ଉକ୍ତ ଅନ୍ ଲାଇନ୍ ଫର୍ମର ଦ୍ୱିତୀୟ ବିଭାଗରେ, ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଗୁଡିକୁ ପୂରଣ କରିବା ପାଇଁ ଅନୁରୋଧ । ଏଥିରେ ନାମ, ଜନ୍ମ ତାରିଖ/ବୟସ, ଲିଙ୍ଗ,ବାପା,ସ୍ତ୍ରୀ/ସ୍ବାମୀଙ୍କ ନାମ ଓ  ଆଧାର ନଂ ପୂରଣ କରନ୍ତୁ  । ଆଧାର ନଂ ନିହାତି ଆବଶ୍ୟକ ନୁହେଁ, ଯଦି ଆଧାର ନଂ ଦେଉଛନ୍ତି, ଏକ  ଘୋଷଣାନାମା  କଂପୁ୍ୟଟର ପରଦାରେ ଆସିବ.ତାକୁ  ଆପଣ “ହଁ” କୁ   ଚୟନ କରନ୍ତୁ । ଉକ୍ତ ଅନ୍ ଲାଇନ୍ ଫର୍ମର ତୃତୀୟ ବିଭାଗରେ, ଆପଣଙ୍କର ଠିକଣା , ମୋବାଇଲ ନଂ ଓ ଇ-ମେଲ୍ ଆଇଡି ତଥ୍ୟ ଗୁଡିକୁ ପୂରଣ କରିବା ପାଇଁ ଅନୁରୋଧ ।
୫. ଆପଣ ଅନ୍ ଲାଇନ୍ ଫର୍ମଟିକୁ ପୂରଣ କଲା ପରେ, ରେଜିଷ୍ଟରରେ କ୍ଲିକ କରନ୍ତୁ  । ଏହା ପରେ, ଆପଣଙ୍କ ଫର୍ମ ସବ୍ ମିଟ ହେବ  । ପରେ ପରେ ଆପଣଙ୍କୁ ବର୍ହି ବିଭାଗର ଟିକେଟ୍ ପ୍ରଦର୍ଶିତ ହେବ  ।  ଯଦି ଅନିବାର୍ଯ୍ୟ ବଶତଃ  ଆପଣ ଉକ୍ତ ଚୟନ କରିଥିବା ତାରିଖ ଠାରୁ ଆଉଟ ଡୋରରେ ପରାମର୍ଶ କଲା ପରେ,  ପୁନଃ ପରାମର୍ଶ  ପାଇଁ ଉକ୍ତ ଟିକେଟଟି ୩୦ ଦିନ ପାଇଁ ବୈଧ ହେବ । ନତୁବା ଆପଣ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଏହି ପୋର୍ଟାଲକୁ ପରିଦର୍ଶନ କରି, ପୁନଃ କେନ୍ଦ୍ରୀୟ ପଞ୍ଜୀକରଣ ନମ୍ବରକୁ ପ୍ରଦାନ କରି ପୁନଃ ପରାମର୍ଶ ପାଇଁ , ବର୍ହି ବିଭାଗର  ତାରିଖ ସ୍ଥିର କରି ପାରିବେ ।  ଏଥିରେ ଆବଶ୍ୟକୀୟ ସ୍କ୍ରିନ୍ ସର୍ଟଗୁଡିକ , ଆମର ସାଇଟରେ ମଧ୍ୟ ପ୍ରଦାନ କରିଅଛି ।ଯଦି ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି, ତେବେ ଜନସେବା କେନ୍ଦ୍ର, ଭୋଦଳ, ସଂପର୍କ-୯୨୩୮୫୮୯୧୦୦ ସହିତ କଥା ହେବା ପାଇଁ ଅନୁରୋଧ  । 







ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

How to Complained about MGNREGS Corruption

🤺 *How to Complained about MGNREGS Corruption*🗣️
ମନରେଗା ଯୋଜନା ରେ ଓଡ଼ିଶାରେ ବାର୍ଷିକ ହଜାର ହଜାର କୋଟି ଟଙ୍କା ଆଖି ବୁଜି ଦୁର୍ନୀତି ହେଉଛି ରାଜ୍ୟର ଥିବା ନବୀନ ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଙ୍କ ମିଳିତ ଭାବରେ. ମନରେଗା ଯୋଜନା ହେଉଛି ଗୋଟିଏ Act ଯେଉଁ ଥିରେ ବର୍ଷ କୁ ଶହେ ଦିନ କାମ ଯୋଗାଇବା ନିୟମ କହୁଛି ଶ୍ରମିକ ମାନଙ୍କୁ କିନ୍ତୁ ଓଡ଼ିଶାରେ ଏହି ଯୋଜନା ରେ ଶତକଡ଼ା ୯୯% ଦୁର୍ନୀତି ହେଉଛି।ଓଡ଼ିଶାରେ ପେନସନ ଧାରୀ ଆଉ 65ବର୍ଷ ରୁ ଉର୍ଦ୍ଧ୍ବ ତଥା ଓଡିଶା ବାହାରେ ରହୁଥିବା ଲୋକଙ୍କ ନାମରେ ମଧ୍ୟ ଶ୍ରମିକ ଦେଖାଇ ଟଙ୍କା ଲୂଟ ଚାଲିଛି।
ଏହି ଯୋଜନା ରେ ହେଉଥିବା ଦୁର୍ନୀତି ରୋକିବା ପାଇଁ ଜିଲ୍ଲା ରେ ଗୋଟିଏ କମିଟ ଅଛି ଏମାନଙ୍କୁ ନେଇ
1. District magistrate/district planning co-ordinator(dpc)-chairman
2.the member secretary district legal service authority-member
3.one sub-collector and one bdo of the district(nominated by DPC) as member
4.one person of voluntary organisation involved with NREGA-nominated member by DPC
5.the project director DRDA-member secretary.

ତଳେ ଦିଆଯାଇଛି form A। ଏହି form ଅନୁଯାୟୀ ଆପଣ ମାନଙ୍କ ଅଭିଯୋଗ email କିମ୍ବା ପୋଷ୍ଟ କିମ୍ବା ବ୍ୟକ୍ତିଗତ ଭାବେ ଦେଇ ପାରିବେ ରେ ଥିବା programme officer(po) କିମ୍ବା district programme officer(dpc) କିମ୍ବା state rural employment guarantee commissioner (sregc)ଙ୍କ ନିକଟରେ।
ମନରେଗା ଆଇନ 2010 ଅନୁଯାୟୀ ଅଭିଯୋଗ ପାଇବାର ସାତ ଦିନ ଭିତରେ ସେମାନେ ଅଭିଯୋଗ କାରୀଙ୍କୁ ଜଣାଇବା ସହ ତଦନ୍ତ କରିବେ ଆଉ ମାସକ ମଧ୍ୟରେ ତଦନ୍ତ କରି ମାମଲା ବନ୍ଦ କରିବେ ଆଉ ଏହି ଆଇନ ଅନୁଯାୟୀ କୌଣସି ଦୁର୍ନୀତି ବାହାରିଲେ ତଦନ୍ତ ଜାରି କମିଟ ଦୁର୍ନିତି କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଜୋରିମାନା ଆଦାୟ ସହ ipc ଅନୁଯାୟୀ ସେମାନଙ୍କ ନାମରେ ଥାନାରେ ମାମଲା ମଧ୍ୟ ଦେବେ.. ତେଣୁ ଆପଣ ମାନଙ୍କୁ ଅନୁରୋଧ ଏହି ମନରେଗା ଯୋଜନା ଉପରେ ହେଉଥିବା ଦୁର୍ନୀତି ଉପରେ ତୁରନ୍ତ ଅଭିଯୋଗ କରନ୍ତୁ ବହୁ ମାତ୍ରାରେ
ନିବେଦକ
ମାଧବାନନ୍ଦ ଭୋଇ
ସୂଚନା ଅଧିକାର କର୍ମୀ
କଟକ ଜିଲ୍ଲା ସୂଚନା ଅଧିକାର ଅଭିଯାନ
ଯୋଗାଯୋଗ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଆପଣଙ୍କୁ ଗିରଫ କରି ପାରିବନି ପୋଲିସ


ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ବ୍ୟକ୍ତିର କଣ କଣ ଅଧିକାର ଥାଏ ଆସନ୍ତୁ ଜାଣିବା ।


ପୋଲିସ ଗିରଫ କରିବାକୁ ଆସିବା ବେଳେ ସିଆରପିସିର ଧାରା ୫୦ ଅନୁସାରେ ଆପଣ ଗିରଫର କାରଣ ପଚାରି ପାରିବେ । ଆଉ ପୋଲିସ ଏହାର ଉତ୍ତର ଦେବାକୁ ବାଧ୍ୟ । ଗିରଫ କରିବାକୁ ଆସିଥିବା ପୋଲିସ ଅଫିସର ୟୁନିଫର୍ମରେ ଏବଂ ନାମଫଳକ ରହିବା ଜରୁରୀ ।

ସିଆରପିସିର ଧାରା ୫୦ (ଏ) ମୁତାବକ, ଗିରଫ ହେଉଥିବା ବ୍ୟକ୍ତି ଏନେଇ ନିଜ ପରିବାରକୁ ଜଣାଇ ପାରିବେ । ଯଦି ଏ ବାବଦରେ ସେ ଜଣାଇବାକୁ ଅସମର୍ଥ ହେଉଛନ୍ତି ତେବେ ପୋଲିସ ନିଜ ଆଡୁ ତାଙ୍କ ପରିବାରକୁ ସୂଚନା ଦେବେ ।

ସିଆରପିସିର ଧାରା ୪୧ (ବି) ଅନୁସାରେ, ପୋଲିସକୁ ଗିରଫ କରିବା ପୂର୍ବରୁ ଏକ ଆରେଷ୍ଟ ମେମୋ ପ୍ରସ୍ତୁତ କରିବାକୁ ପଡିଥାଏ । ସେଥିରେ ଗିରଫ କରିବାକୁ ଆସିଥିବା ପୋଲିସ ଅଧିକାରୀଙ୍କ ରିୟାଙ୍କ, ଗିରଫ କରିବା ସମୟ, ଉପସ୍ଥିତ ଅନ୍ୟ ପୋଲିସ ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ହସ୍ତାକ୍ଷର ରହିବା ଜରୁରୀ । ଏହି ମେମୋରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସ୍ୱାକ୍ଷର ମଧ୍ୟ ରହିବ ।

ସିଆରପିସିର ଧାରା ୫୪ ମୁତାବକ ଗିରଫ ହୋଇଥିବା ବ୍ୟକ୍ତି ଯଦି ମେଡ଼ିକାଲ ଟେଷ୍ଟ କରିବାକୁ ଚାହିଁବେ ତେବେ ପୋଲିସ ଏହା କରିବାକୁ ବାଧ୍ୟ । ମେଡ଼ିକାଲ ଟେଷ୍ଟର ଫାଇଦା ହେଉଛି ଯଦି ପୋଲିସ ହେପାଜତରେ ଆସିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ଆଘାତ ଲାଗୁଛି ତେବେ ଏଥିପାଇଁ ପୋଲିସ ଦାୟୀ ରହିବ । ନିୟମ ମୁତାବକ ଗିରଫ ହୋଇଥିବା ବ୍ୟକ୍ତିଙ୍କ ର ୪୮ ଘଣ୍ଟା ମଧ୍ୟରେ ମେଡ଼ିକାଲ ଯାଞ୍ଚ କରାଯିବା ଉଚିତ ।

ସିଆରପିସିର ଧାରା ୫୭ ମୁତାବକ ପୋଲିସ କୌଣସି ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖି ପାରିବ ନାହିଁ । ଯଦି ପୋଲିସ କାହାକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାଇଁ ନିଜ କବ୍ଜାରେ ରଖୁଛି ତେବେ ଧାରା ୫୬ ମୁତାବକ ତାଙ୍କୁ ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡ଼ିବ । ଏହାର କାରଣ ମଧ୍ୟ ଜଣାଇବାକୁ ବାଧ୍ୟ ।

ସିଆରପିସିର ଧାରା ୪୧ (ଡି) ଅନୁସାରେ ଗିରଫ ବ୍ୟକ୍ତି ନିଜ ପରିଜନ ଓ ଓକିଲ ସହ କଥା ହୋଇ ପାରିବେ । ଯଦି ଅପରାଧ ଗମ୍ଭୀର ନୁହେଁ ତେବେ ଗିରଫ ବ୍ୟକ୍ତିଙ୍କ ନିକଟରେ ନିଜ ଗିରଫ ଓ।ରେଣ୍ଟ ଦେଖିବାର ଅଧିକାର ରହିଛି । ଯଦି ଅପରାଧ ଗୁରୁତର ତେବେ ପୋଲିସ ବିନା ଓ।ରେଣ୍ଟରେ ବ୍ୟକ୍ତିଙ୍କୁ ଗିରଫ କରି ପାରିବେ ।

ସିଆରପିସିର ଧାରା ୪୬ (ଏ) ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଓ ସୂର୍ଯ୍ୟାଦୟ ପୂର୍ବରୁ ଗିରଫ କରାଯାଇ ପାରିବ ନାହିଁ । ଯଦି କେବେ ଜରୁରୀ ଥାଏ ଓ* *ମହିଳାଙ୍କୁ ରାତିରେ ଗିରଫ କରିବା ଦରକାର ହୁଏ ତେବେ ପ୍ରଥମେ ପୋଲିସକୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡ଼ିଥାଏ ।

ସିଆରପିସିରଧାରା ୫୫ (୧) ମୁତାବକ ଗିରଫ ବ୍ୟକ୍ତିଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟର ଯତ୍ନ ପୋଲିସ କୁ ନେବାକୁ ପଡିଥାଏ ।

ଦଣ୍ଡ ବିଧି ଆଇନ ଵ୍ୟତିତ ଭାରତୀୟ ସମ୍ବିଧାନ ମଧ୍ୟ ଏ କ୍ଷେତ୍ରରେ ସାଧାରଣ ନାଗରିକଙ୍କୁ କେତେକ ବିଶେଷ ଅଧିକାର ଦେଇଛନ୍ତି ।

ଏହି ଅଧିକାର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ବେଆଇନ ଗିରଫ କରାଯାଇଛି ତେବେ ଏହା ସମ୍ବିଧାନର ଅନୁଚ୍ଛେଦ ୨୦, ୨୧ ଓ ୨୨ ରେ ଦିଆଯାଇଥିବା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ।

ସମ୍ବିଧାନର ଅନୁଚ୍ଛେଦ ୨୦ ମୁତାବକ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଅପରାଧ ପାଇଁ ମାତ୍ର ଥରେ ହିଁ ଗିରଫ କରାଯାଇପାରିବ । ପୋଲିସ କୌଣସି ବ୍ୟକ୍ତିଙ୍କୁ ନିଜ ବିରୋଧରେ ସାକ୍ଷୀ ହେବାକୁ ବାଧ୍ୟ କରି ପାରିବ ନାହିଁ ।
ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ କୌଣସି ବ୍ୟକ୍ତିଙ୍କୁ କେବଳ ଆଇନ ଅନୁସାରେ ଦଣ୍ଡ ଦିଆଯାଇ ପାରିବ । ତାଙ୍କୁ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯାଇ ପାରିବ ନାହିଁ ।

ସମ୍ବିଧାନର ଅନୁଚ୍ଛେଦ ୨୨ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ମନଇଚ୍ଛା ପୋଲିସ ଅଟକ ରଖିଛି ତେବେ ତାଙ୍କୁ ତିନି ପ୍ରକାରର ସ୍ୱାଧୀନତା ମିଳିପାରିବ । ପ୍ରଥମରେ ଗିରଫ ର କାରଣ  କହିବାକୁ ପଡ଼ିବ । ଦ୍ୱିତୀୟ ରେ ୨୪ ଘଣ୍ଟା ଭିତରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରିବାକୁ ହେବ ଏବଂ ତୃତୀୟ ରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନିଜ ଇଚ୍ଛା ମୁତାବକ ଓକିଲ ବାଛିବା ଅଧିକାର ରହିଥାଏ
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...