ଆପଣଙ୍କୁ ଗିରଫ କରି ପାରିବନି ପୋଲିସ


ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ବ୍ୟକ୍ତିର କଣ କଣ ଅଧିକାର ଥାଏ ଆସନ୍ତୁ ଜାଣିବା ।


ପୋଲିସ ଗିରଫ କରିବାକୁ ଆସିବା ବେଳେ ସିଆରପିସିର ଧାରା ୫୦ ଅନୁସାରେ ଆପଣ ଗିରଫର କାରଣ ପଚାରି ପାରିବେ । ଆଉ ପୋଲିସ ଏହାର ଉତ୍ତର ଦେବାକୁ ବାଧ୍ୟ । ଗିରଫ କରିବାକୁ ଆସିଥିବା ପୋଲିସ ଅଫିସର ୟୁନିଫର୍ମରେ ଏବଂ ନାମଫଳକ ରହିବା ଜରୁରୀ ।

ସିଆରପିସିର ଧାରା ୫୦ (ଏ) ମୁତାବକ, ଗିରଫ ହେଉଥିବା ବ୍ୟକ୍ତି ଏନେଇ ନିଜ ପରିବାରକୁ ଜଣାଇ ପାରିବେ । ଯଦି ଏ ବାବଦରେ ସେ ଜଣାଇବାକୁ ଅସମର୍ଥ ହେଉଛନ୍ତି ତେବେ ପୋଲିସ ନିଜ ଆଡୁ ତାଙ୍କ ପରିବାରକୁ ସୂଚନା ଦେବେ ।

ସିଆରପିସିର ଧାରା ୪୧ (ବି) ଅନୁସାରେ, ପୋଲିସକୁ ଗିରଫ କରିବା ପୂର୍ବରୁ ଏକ ଆରେଷ୍ଟ ମେମୋ ପ୍ରସ୍ତୁତ କରିବାକୁ ପଡିଥାଏ । ସେଥିରେ ଗିରଫ କରିବାକୁ ଆସିଥିବା ପୋଲିସ ଅଧିକାରୀଙ୍କ ରିୟାଙ୍କ, ଗିରଫ କରିବା ସମୟ, ଉପସ୍ଥିତ ଅନ୍ୟ ପୋଲିସ ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ହସ୍ତାକ୍ଷର ରହିବା ଜରୁରୀ । ଏହି ମେମୋରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସ୍ୱାକ୍ଷର ମଧ୍ୟ ରହିବ ।

ସିଆରପିସିର ଧାରା ୫୪ ମୁତାବକ ଗିରଫ ହୋଇଥିବା ବ୍ୟକ୍ତି ଯଦି ମେଡ଼ିକାଲ ଟେଷ୍ଟ କରିବାକୁ ଚାହିଁବେ ତେବେ ପୋଲିସ ଏହା କରିବାକୁ ବାଧ୍ୟ । ମେଡ଼ିକାଲ ଟେଷ୍ଟର ଫାଇଦା ହେଉଛି ଯଦି ପୋଲିସ ହେପାଜତରେ ଆସିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ଆଘାତ ଲାଗୁଛି ତେବେ ଏଥିପାଇଁ ପୋଲିସ ଦାୟୀ ରହିବ । ନିୟମ ମୁତାବକ ଗିରଫ ହୋଇଥିବା ବ୍ୟକ୍ତିଙ୍କ ର ୪୮ ଘଣ୍ଟା ମଧ୍ୟରେ ମେଡ଼ିକାଲ ଯାଞ୍ଚ କରାଯିବା ଉଚିତ ।

ସିଆରପିସିର ଧାରା ୫୭ ମୁତାବକ ପୋଲିସ କୌଣସି ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖି ପାରିବ ନାହିଁ । ଯଦି ପୋଲିସ କାହାକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାଇଁ ନିଜ କବ୍ଜାରେ ରଖୁଛି ତେବେ ଧାରା ୫୬ ମୁତାବକ ତାଙ୍କୁ ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡ଼ିବ । ଏହାର କାରଣ ମଧ୍ୟ ଜଣାଇବାକୁ ବାଧ୍ୟ ।

ସିଆରପିସିର ଧାରା ୪୧ (ଡି) ଅନୁସାରେ ଗିରଫ ବ୍ୟକ୍ତି ନିଜ ପରିଜନ ଓ ଓକିଲ ସହ କଥା ହୋଇ ପାରିବେ । ଯଦି ଅପରାଧ ଗମ୍ଭୀର ନୁହେଁ ତେବେ ଗିରଫ ବ୍ୟକ୍ତିଙ୍କ ନିକଟରେ ନିଜ ଗିରଫ ଓ।ରେଣ୍ଟ ଦେଖିବାର ଅଧିକାର ରହିଛି । ଯଦି ଅପରାଧ ଗୁରୁତର ତେବେ ପୋଲିସ ବିନା ଓ।ରେଣ୍ଟରେ ବ୍ୟକ୍ତିଙ୍କୁ ଗିରଫ କରି ପାରିବେ ।

ସିଆରପିସିର ଧାରା ୪୬ (ଏ) ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଓ ସୂର୍ଯ୍ୟାଦୟ ପୂର୍ବରୁ ଗିରଫ କରାଯାଇ ପାରିବ ନାହିଁ । ଯଦି କେବେ ଜରୁରୀ ଥାଏ ଓ* *ମହିଳାଙ୍କୁ ରାତିରେ ଗିରଫ କରିବା ଦରକାର ହୁଏ ତେବେ ପ୍ରଥମେ ପୋଲିସକୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡ଼ିଥାଏ ।

ସିଆରପିସିରଧାରା ୫୫ (୧) ମୁତାବକ ଗିରଫ ବ୍ୟକ୍ତିଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟର ଯତ୍ନ ପୋଲିସ କୁ ନେବାକୁ ପଡିଥାଏ ।

ଦଣ୍ଡ ବିଧି ଆଇନ ଵ୍ୟତିତ ଭାରତୀୟ ସମ୍ବିଧାନ ମଧ୍ୟ ଏ କ୍ଷେତ୍ରରେ ସାଧାରଣ ନାଗରିକଙ୍କୁ କେତେକ ବିଶେଷ ଅଧିକାର ଦେଇଛନ୍ତି ।

ଏହି ଅଧିକାର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ବେଆଇନ ଗିରଫ କରାଯାଇଛି ତେବେ ଏହା ସମ୍ବିଧାନର ଅନୁଚ୍ଛେଦ ୨୦, ୨୧ ଓ ୨୨ ରେ ଦିଆଯାଇଥିବା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ।

ସମ୍ବିଧାନର ଅନୁଚ୍ଛେଦ ୨୦ ମୁତାବକ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଅପରାଧ ପାଇଁ ମାତ୍ର ଥରେ ହିଁ ଗିରଫ କରାଯାଇପାରିବ । ପୋଲିସ କୌଣସି ବ୍ୟକ୍ତିଙ୍କୁ ନିଜ ବିରୋଧରେ ସାକ୍ଷୀ ହେବାକୁ ବାଧ୍ୟ କରି ପାରିବ ନାହିଁ ।
ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ କୌଣସି ବ୍ୟକ୍ତିଙ୍କୁ କେବଳ ଆଇନ ଅନୁସାରେ ଦଣ୍ଡ ଦିଆଯାଇ ପାରିବ । ତାଙ୍କୁ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯାଇ ପାରିବ ନାହିଁ ।

ସମ୍ବିଧାନର ଅନୁଚ୍ଛେଦ ୨୨ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ମନଇଚ୍ଛା ପୋଲିସ ଅଟକ ରଖିଛି ତେବେ ତାଙ୍କୁ ତିନି ପ୍ରକାରର ସ୍ୱାଧୀନତା ମିଳିପାରିବ । ପ୍ରଥମରେ ଗିରଫ ର କାରଣ  କହିବାକୁ ପଡ଼ିବ । ଦ୍ୱିତୀୟ ରେ ୨୪ ଘଣ୍ଟା ଭିତରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରିବାକୁ ହେବ ଏବଂ ତୃତୀୟ ରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନିଜ ଇଚ୍ଛା ମୁତାବକ ଓକିଲ ବାଛିବା ଅଧିକାର ରହିଥାଏ
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

1 comment:

ହୃଦୟର ଶରଧା ସହିତ...........