ଓଡିଆ ମୋ ମାତୃ ଭାଷା,

ମାଧବାନନ୍ଦ ଭୋଇ
କହିବି ଓଡିଆ, ପଢିବି ଓଡିଆ                                              ଓଡିଆ ମୋ ମାତୃ ଭାଷା,
ଭାଷା ଜଗତରେ,ସବୁ ଠୁ  ସେ’ ମିଠା
ରାଇଜ ମୋର ଓଡିଶା । ।
ନଦୀ ନାଳ ଗିରି ସବୁଜ ବନାନୀ
ଚଉଦିଗେ ଅଛି ଭରି,
ସାଗର ନୀଳିମା,କ୍ଷେତ ସବୁଜିମା,
କି ସୁନ୍ଦର ଶୋଭା ଶିରୀ । ।
ବାରବାଟୀ ମଡା  ଆଜି ଉଠେ ଚେଇଁ
ସାଧବ ପୁଅର ଗାଥା,
ମହାନଦୀ ପଠା, ଗୁମୁରି କାନ୍ଦୁଛି
 ସ୍ମୃତି ଆଜି ବାଲି ଯାତ୍ରା । ।
 ପାଇକ ପୁଅର ଢାଲ ତରବାରୀ,
ଖୁରଧାର ଲାଲମାଟି,
 ବାଜିଆ ରାଉତ, ଧରମାର କଥା
 ଫୁଲି ଉଠେ ଆମ ଛାତି । ।
 ଅତୀତର କଥା, ଲାଗେ ଆଜି ବ୍ୟଥା
 ମୁକ ସରକାର ନୀତୀ,
 ଇଂରେଜୀ ଶାସନ, କରୁଛି ଓଡିଆ,
 ଫାଟିଯାଏ  ଆମ ଛାତି । ।
 ଜାଗ ଜାଗ ଭାଇ ଉକ୍ରଳ ସନ୍ତାନ,
ବେଳ ନାହିଁ ଆଉ ନାହିଁ ,
 ବଜା ରଣ ତୁରୀ,ରଖ ସ୍ବାଭିମାନ
ମାଆ ମାତୃଭାଷା ପାଇଁ  ।  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........