ପ୍ରଭୋ! ଦେଖାଅ ମୋତେ ସୁପଥ,

ମାଧବାନନ୍ଦ ଭୋଇ
ପ୍ରଭୋ!ଦେଖାଅ ମୋତେ ସୁପଥ,
 ସତ୍ୟ ଶାନ୍ତିି ଦୟା କ୍ଷମା ଭକ୍ତି ଥିବ,ଚାଲୁଥିବି ଅବିରତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ । ।
 ଦୁଃଖୀ  ନେତ୍ରୁ, କେବେ ଅଶ୍ରୁ ନ ଝରିବ,
କ୍ଷୁଧାତୁର  କ୍ଷୁଧା ତୃଷା ମେଣ୍ଟି ଯିବ,
 ସବୁରି ପରାଣ, ହୋଇବ ତୃପତ
ପୂର୍ଣ୍ଣ ହେଉ ଏ ମନୋରଥ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୧ । ।
 ଜହ୍ଲାଦ ଓଠରେ ସଇତାନୀ ହସ, 
ନ୍ୟାୟ ପାଳିକାକୁ କରେ ଉପହାସ,
ଅନ୍ୟାୟର ଅମା,ଯିବ ଅପସରି;
ଶୂନ୍ୟଗର୍ଭା ଧରା, ହେବ ପୂର୍ଣ୍ଣଗର୍ଭା ।
ଅସତ୍ୟ ହୋଇବ ହତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୨ । ।
 ସହୁଥିବି ନିନ୍ଦା ଅପବାଦ ବାଧା,
“ମୋର” ବୋଲି କହି ନ କରୁ ଶରଧା ।
 ଦୀପ ସମ ଜଳି,ଜୀବନକୁ ଜାଳି,
ସବୁରି ଓଠରେ ଫୁଟାଇବି ହସ
 କରିବି ସମାଜ ହିତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୩ । ।
 ଫୁଲ ସମ ମୁହିଁ ସୁବାସ ବିତରି,
ମାତୃଭୂମି କୋଳେ ଯିବି ଶେଷେ ଝରି ।
ଗାଁ ଶମଶାନେ, ତନୁ ଲୀନ ହେବ
 ମାଟି ଘଟ ମୋର, ମାଟିରେ  ମିଶିବ
ଯିବି ମୁହିଁ ଶେଷ ତୀର୍ଥ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ ।  । ।୪ । ।

ସଂପାଦକ-ଉଦୟ ଭାନୁ ସା-ଭୋଦଳ,ପାଟସୁନ୍ଦରପୁର,କଟକ,ସଂପର୍କ-୯୨୩୮୫୮୯୧୦୦

4 comments:

  1. ଗର୍ବ ଅହଙ୍କାର ନ ହେଉ ଅଳଙ୍କାର
    ଦୁଃଖରେ ନ କାନ୍ଦୁ କାହାର ଅନ୍ତର
    ନ ହୁଏ ନରପତି ପାପ ସାମ୍ରାଜ୍ୟର
    କ୍ଷୁଧାତୁର ହୋଇ ନ ହୁଏ କେ ଆତୁର
    ଏଥିରୁ କର ବଞ୍ଚିତ
    ପ୍ରଭୁ!ଦେଖାଅ ମୋତେ ସୁପଥ......

    ReplyDelete
    Replies
    1. ଅଶେଷ ଶୁଭେଚ୍ଛା। ଶୁଭ ପ୍ରଣାମ

      Delete
    2. ବହୁତ ସୁନ୍ଦର ଲେଖା। ଶୁଭ ପ୍ରଣାମ।

      Delete

ହୃଦୟର ଶରଧା ସହିତ...........