ଲଳିତା ଭାଷନ୍ତି ;ରାଧିକାଙ୍କୁ ଚାହିଁ,
ଶ୍ୟାମ ଘନ ଆଉ ଫେରିବ ନାହିଁ ।
ଦଗାଦିଆ, ନଟ, ହଟିଆ ନାଗର,
ଆଉ ତାର ମୁହଁ ଚାହିଁବି ନାହିଁ । ।
ବାର କୁଂଜେ ଆଉ; ଗାଉନି କୋକିଳ,
ବଂଶୀ ଡାକୁନାହିଁ;ରାଧାଲୋ ରାଧା,
ପିକ,ଶୁକ, ଶାରୀ ଗୋପାଙ୍ଗନା ନାରୀ
କୃଷ୍ଣ ପ୍ରେମେ ଆଉ; ହେବେ ନି ବଂଧା ।
ବିରସ ବଦନେ,ରାଧାରାଣୀ ଭାଷେ,
ଶ୍ୟାମ ! କୁଂଜେ ସିନା ନାଇଁଲୋ ସଖୀ,
ମନ ବୃନ୍ଦାବନେ ଆସୁଛି ମୋହନ
ବଂଶୀ ବଜାଉଛି, ମୁରୁକି ହସି ।
ନଶ୍ୱର ଶରୀର ଭାବ ଭବ ରଙ୍ଗ
ସୁକ୍ଷ୍ମେ ରହିଛନ୍ତି ମୋ ପ୍ରିୟ,ସହୀ !
ଅହଂ ତେଜି ଧିରେ, ସୋହଂ ତୁ ଭଜରେ
ଅନାହତ ନାଦ କରଇ ବାଇ ।
ଜଗତର ଗୁରୁ ପ୍ରେମ କଲ୍ପତରୁ୍ର
ଭକ୍ତି ପ୍ରେମେ ଭାବ,ହୃଦରେ ଧ୍ୟାୟୀ ।
କୀଟ,ତରୁ,ତୃଣ ସ୍ଥାବର ଜଙ୍ଗମ
ଲୀଳା କରୁଛନ୍ତି ହୃଦୟେ ରହି ।
ସବ ୁ ଅକାରଣ, ଲାଗେ ଶୂନ୍ୟ ଶୂନ୍ୟ
ତା ପ୍ରିତୀ ରସ ପ୍ରେମାନନ୍ଦ ବିନା ।
ଗୁପତରେ ଆସେ, ଗୁପତରେ ଭାଷେ
ଶୁଭେ ନିତି ମୋତେ ବଂଶୀ ମୂର୍ଚ୍ଛନା । ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...
No comments:
Post a Comment
ହୃଦୟର ଶରଧା ସହିତ...........