କିରୋସିନ ବଂଟନ କ୍ଷେତ୍ରରେ ଚଂଚକତା,କଂଟାପଡା ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନଙ୍କ ଗଣ ଧାରଣା


କିରୋସିନ ବଂଟନ କ୍ଷେତ୍ରରେ ଚଂଚକତା,କଂଟାପଡା ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନଙ୍କ ଗଣ ଧାରଣା
                IYA NEWS(କଂଟାପଡା) ତା୦୨/୦୬/୨୦ରିଖ କେନ୍ଦ୍ର ସରକାର ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ  ମାସିକ ଦୁଇ ଲିଟର କିରୋସିନ ଯୋଗାଇ ଆସୁଛନ୍ତି  । ତେବେ କିରୋସିନ୍ ବଂଟନ କ୍ଷେତ୍ରରେ  ସରକାରୀ ଦର ଠାରୁ ଉଚ୍ଚ ଦରରେ ବିକ୍ରି କରା ଯାଇ  ଚଂଚକତା  ପୂର୍ବକ, ଜନ ସାଧାରଣଙ୍କୁ ଶୋଷଣ କରାଯାଉଛି  । ଏହି ପରିପ୍ରେକ୍ଷୀରେ ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ଆହ୍ୱାନ କ୍ରମେ, ରାଜ୍ୟର ବିଭିନ୍ନ ବ୍ଲକରେ ସାମାଜିକ ଦୂରତାକୁ ବଜାୟ ରଖି ଗଣ ଧାରଣା ପ୍ରଦର୍ଶନ କରାଯାଉଛି । ଏହି କିରୋସିନ ବଂଟନର ଅନିୟମିତତା   ହେତୁ, ଆଜି ଓସା,କଟକ ଜିଲ୍ଲା ତରଫରୁ କଂଟାପଡା ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନେ ଗଣ ଧାରଣା ପ୍ରଦର୍ଶନ କରିଥିଲେ  । 
                ତେବେ ବର୍ତ୍ତମାନ କରୋନା ବିପତ୍ତି ଯୋଗୁଁ  ସରକାର ଅଗ୍ରୀମ ତିନି ମାସର ୬ଲିଟର କିରୋସିନ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଡିଲର ମାନଙ୍କୁ ଏହି କିରୋସିନ ହିତାଧିକାରୀଙ୍କ ନିକଟରେ ପହଂଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ଡିଲରମାନେ ସମସ୍ତ ସରକାରୀ ନୀତି ନିୟମକୁ ଉଲଂଘନ କରି ୬ଲିଟର ଜାଗାରେ ୫ ଲିଟର କିରୋସିନ ଦେବା ସହ ଲିଟର ପିଛା ସକରାରୀ ନିର୍ଦ୍ଧାରିତ ଦରଠାରୁ ଚଢା ଦରରେ ଅର୍ଥାତ ୪୦ରୁ ୫୦ ଟଙ୍କା ଲିଟର ପିଛା ନେଇ ହିତାଧିକାରୀଙ୍କୁ ଲୁଟ କରିବାରେ ଲାଗିପଡିଛନ୍ତି । ଏହି ଭଳି ଭାବେ ଡିଲର ଏବଂ  ମାର୍କେଟିଙ୍ଗ ଇନସିପେକ୍ଟରଙ୍କ  ମିଳିତ ମଧୁ ଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି ।ରାସନ ସାମଗ୍ରୀ ବଂଟନ ବେଳେ,ଏହାର କୌଣସି ରସିଦ୍ ଦେଉନାହାନ୍ତି  ଏବଂ ବଂଟନ କାଗଜାତପତ୍ରରେ ୫ଲିଟର କିରୋସିନ ଦେଇ ୬ ଲିଟର ଲେଖି ଦେଉଛନ୍ତି।ଏତ୍ଦ ବ୍ୟତୀତ ଡିଲରମାନେ ସେମାନଙ୍କର ବଂଟନ କେନ୍ଦ୍ରରେ ଜନ ସାଧାରଣଙ୍କ ପାଇଁ କୌଣସି ମୂଲ୍ୟ ସୂଚୀ ପ୍ରଦର୍ଶନ କରୁ ନାହାନ୍ତି ଏବଂ  ଗଚ୍ଛିତ ସାମଗ୍ରୀ ସଂପର୍କରେ ଉଲ୍ଳେଖ କରାଯାଉନାହିଁ, ଯାହା ଅତ୍ୟନ୍ତ ପରିତାପର ବିଷୟ ଅଟେ ।  ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ  ସୂଚନାଧିକାରକର୍ମୀମାନେ ବିକ୍ଷୋଭକୁ ଆହୁରି ଜୋରଦାର କରାଯିବ ବୋଲି, ଆୟୋଜିତ ଗଣ ଧାରଣାରେ  କଟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି  । ପରିଶେଷରେ ଧାରଣା ସ୍ଥଳରେ ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ରୁବି ତପସ୍ବନୀ ଏବଂ ବ୍ଲକ୍ ଯାଗାଣ ଅଧିକାରୀ ନସିମା ବେଗମ୍  ସୂଚନାଧିକାରକର୍ମୀମାନଙ୍କ ସହିତ ଆଲୋଚନା ପୂର୍ବକ ଅସାଧୁ ଡିଲରମାନଙ୍କ ପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବା ସହିତ  ବଂଟନ କେନ୍ଦ୍ରରେ ମୂଲ୍ୟ ତାଲିକା ପ୍ରଦର୍ଶନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ନୀରବ ପ୍ରତିବାଦରେ, କଂଟାପଡା ବ୍ଲକ ସଂଯୋଜକ  ତଥା ସୂଚନାଧିକାରକର୍ମୀ ମାଧବାନନ୍ଦ ଭୋଇଙ୍କ ନେତୃତ୍ୱରେ ସୂଚନାଧିକାରକର୍ମୀ ବସନ୍ତ ଜେନା, ଅଭିମନୁୂ ମଲ୍ଲିକ୍,ସନ୍ତୋଷ ପ୍ରଧାନ, ଶରତ ପରିଡା, ନିରଂଜନ ଭୋଇ,ଦିଲ୍ଲୀପ ରାଉତରାୟ,ସୁକାନ୍ତ ସ୍ବାଇଁ, ରାଜ କିଶୋର ଦାସ ଏବଂ ରଶ୍ମୀ ରଂଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........