ଗଛ ମାରିଦେଲା ମଣିଷ

ଗଛ ମାରିଦେଲା ମଣିଷ
IYA NEWS (କଂଟାପଡା) ତା୨୩/୦୫/୨୦୨୦ରିଖ ଆସିଥିଲା ସାବିତ୍ରୀ ବ୍ରତ  । ହାତରୁ  ଲିଭି  ନ ଥିଲା କାଲିର ମେହେନ୍ଦୀ, ଲିଭି ନ ଥିଲା ପାଦର ଅଳତା । ହାତରେ ଝଟକୁ ଥିଲା, ସଧବାର ଶୁଭ ମନାସୁଥିବା  ଝଲ ମଲ ବଜର ଚୁଡି । ହେଲେ ବିଧିର ବିଧାନ ଅଲଗା  ।  ଆଜି ସବୁ କିଛି ଚୁର୍ ମାର୍ ହୋଇଗଲା  ।  ଭୁଷୁଡି ଗଲା ସପନର ତାଜ ମହଲ । ରାଜ ମିସ୍ତ୍ରୀ କାମ କରି ପେଟ ପୋଷୂଥିବା   ବଡ ପାଟସୁନ୍ଦରପୁର ଗ୍ରା.ପ.ଭୋଦଳର ଭୀମସେନ ସେଠୀ ଓରଫ ବାନା ବାହାରି  ଯାଇଥିଲେ ସକାଳୁ ସକାଳୁ , ନିଜର କର୍ମ କ୍ଷେତ୍ରକୁ  । ହେଲେ ଆଜି ଶ୍ରମିକ ଅଭାବରୁ ଠିକାଦାର କାମ ବନ୍ଦ କରିଦେଲା  । ତଥାପି ନଛୋଡ ବନ୍ଧା ବାନା ଧାଇଁ ଯାଇଁ ଥିଲେ ବାର ସାଇଲୋ ସ୍ଥିତ;ନିଜର ସାଥୀ ଶ୍ରମିକ ମୁନାଙ୍କ  ଘରକୁ  । ତାଙ୍କର ଘର ନିକଟରେ ବଡ ବଡ ନଡିଆ ଗଛ ଥିବାରୁ, ମୁଲିଆ ଲଗାଇ କଟାଯାଉଥିଲା  । ବାତ୍ୟା ଅଂଫାନ ବେଳେ  କଟାଳୀ ନ ମିଳିବାରୁ କଟା ହୋଇ ପାରିଲା ନାହିଁ  ।  ହେଲେ କିଏ ଜାଣି ଥିଲା ଏମିତି ହେବ ବୋଲି  । ଗଛରୁ ବାହୁଙ୍ଗା ଗୁଡିକ କଟା ହୋଇଗଲା ପରେ, ଉପରୁ ଦଶ/ପନ୍ଦର ଫୁଟିଆ ନଡିଆ ଗର କଟା ହେଉଥିଲା  । ହେଲେ ଶେଷ ସମୟରେ ସବୁ କିଛି ଗୋଳମାଳ ହୋଇଗଲା  । ନଡିଆ ଗରକୁ ଟାଣିଲା  ବେଳେ, ଛିଟିକି ହୋଇ ବାଜିଲା ଭୀମସେନଙ୍କ ମୁଣ୍ଡରେ  । ପାଣି ଢୋକେ ପିଆଇଲା ପରେ, ନେଇ ଯାଇଥିଲେ ମହୀଧରପଡା ଡାକ୍ତରଖାନାକୁ  । ଶେଷରେ ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା  ।
ଏଇତ ହିଁ ଜଣେ ଶ୍ରମିକର ଜୀବନ  । ବାପା ମାଆ ଜଣେ ରୋଜଗାରକ୍ଷମ ପୁଅକୁ ହରାଇଲା ପରେ କେତେ ଅସହାୟ ହୋଇ ପଡନ୍ତି, ସେମାନେ ହିଁ ଜାଣନ୍ତି  ।  ଅକାଳ ବୈଧବ୍ୟ ସହିତ ପାଂଚ ବର୍ଷର କୁନି ପୁଅ, ତାର ବାପାକୁ ହରାଇବା ସତରେ କେତେ ଯନ୍ତ୍ରଣା ଦାୟକ ??? କେବଳ ପିଡୀତ ପରିବାର ହିଁ ଜାଣିପାରେ  । କରୋନା ପାଇଁ ଲକ୍ ଡାଉନ ହୋଇ କାମ ଧନ୍ଦା ବନ୍ଦ ହୋଇ ସାରିଥିବା ସମୟରେ,  ପରିବାର ପ୍ରତି ପୋଷଣ କରିବା ପାଇଁ, ବିକଳରେ ଧାଇଁ ଯାଉଥିବା ଶ୍ରମିକର ଦଶା ସତରେ ମହାଦଶାରେ ପରିଣତ ହୋଇଯାଏ  । ତେବେ ଆଜି ଏହା ଏକ ଅପମୃତୁ୍ୟ ମାମଲା ହୋଇଥିବା ବେଳେ, କୌଣସି ଏକ ମୃତକର ଶବ ବ୍ୟବଛେଦ ନ କରା ଯାଇ, ଶବ ଦାହ କରିଦେବା, ଏହା ଏକ ଅପରାଧ ନୁହେଁ କି ?  ଶେଷରେ ବିନୀତ ଅନୁରୋଧ କରୁଛି, ପ୍ରଶାସନିକ କଳ ଦ୍ୱାରା ଏହି ପିଡୀତ ପରିବାରଟି ଯଥୋଚିତ ନ୍ୟାୟ  ପାଇବା ସହିତ ଶୋକ ସନ୍ତପ୍ତ ପରିବାରକୁ  ପରମେଶ୍ୱର ସହାୟ ହୁଅନ୍ତୁ, ଏହା ହିଁ ପ୍ରାର୍ଥନା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........