ଖବରର ପ୍ରଭାବ,ବେସାହାରାକୁ ସାମୁହିକ ସହାୟତା ରାଶି ପ୍ରଦାନ କଲେ କୋଭିଡ ଯୋଦ୍ଧା

ଖବରର ପ୍ରଭାବ,ବେସାହାରାକୁ  ସାମୁହିକ ସହାୟତା ରାଶି ପ୍ରଦାନ କଲେ କୋଭିଡ ଯୋଦ୍ଧା
IYA NEWS (କଂଟାପଡା) ତା:୧୪/୦୫/୨୦ରିଖ: ଜୀବନରେ ଲହୁ ଲୁହକୁ ପାଥେୟ କରି ଜୀବନ ଜିଉଁଁଛନ୍ତି ଦିବ୍ୟାଙ୍ଗ ଛବିଳ  । ନାଁ ଅଛି ସରକାରୀ ସହାୟତା,  ନାଁ ଅଛି  ପ୍ରଶାସନୀ ବାବୁମାନଙ୍କ ସମବେଦନା  । ମେରୁଦଣ୍ଡଜନିତ ବ୍ୟାଧି ନିଜ ଜୀବନକୁ ପଙ୍ଗୁ କରିଦେଇଥିଲେ ମଧ୍ୟ ସଂସାର ଡଙ୍ଗାକୁ  ମନ୍ଥର ଗତିରେ ବାହି ନେଇଛନ୍ତି କଂଟାପଡା ବ୍ଲକ୍ ଅଧିନସ୍ଥ ବ୍ରାହ୍ମଣ ସାଇଲୋ ଗ୍ରାମ ପଂଚାୟତ, ଖେରସ ଗ୍ରାମର ଛବିଳ ବେହେରା  । କୌଳିକ ବୃତି  ହେତୁ ନଡିଆ ଗଛରୁ ନଡିଆ ପାରୁଥିଲା ସମୟରେ, ଗଛରୁ ପଡି ଯାଇଥିଲେ  । ଏହାପରେ ଆରମ୍ଭ ହୋଇଥିଲା ଦୁର୍ବିସହ ଜୀବନ  । ହାତ ଗୋଡ ଚଳୁ ନଥିବା ବେଳେ ପିଲାମାନଙ୍କ ସାହାରାରେ  ନିଜ ପରିବାର ହୋଇଗଲା ବେସାହାରା  । ରହିବା ପାଇଁ ଘରେ ଖଣ୍ଡେ ନାହିଁ  । ଖଜୁରୀ ପତ୍ର  ଆଉ ତାଳ ବାହୁଙ୍ଗାରୁ ତିଆରି ହୋଇଥିବା ଦ୍ରବ୍ୟରେ, ଯାହା ଆୟ ହୁଏ ତାହା ଢୋକେ ପି,ଦଣ୍ଡେ ଜୀଇଁ ନ୍ୟାୟରେ  ପରିବାରର ପାଟି ପୁରିଯାଏ ସିନା, ପେଟ ପୁରେ ନାହିଁ  । ଏହି ପରିପ୍ରେକ୍ଷୀରେ ଉକ୍ତ ବିଷୟକୁ ଭିତି କରି ପ୍ରଥମେ ଆମର ଭାରତୀୟ ଯୁବ ସଂଗଠନର  ସମ୍ବାଦ ବିଭାଗ,ତା:୨୯/୦୨/୨୦ରିଖରେ ପ୍ରକାଶ ପାଇଥିଲା ।  ପରେ ପରେ ଛବିଳଙ୍କ ବିଷୟରେ ଓ ଟିଭି ଚ୍ୟାନେଲର “ଆପଣ ଏକା ନୁହନ୍ତିି” କାର୍ଯ୍ୟକ୍ରମରେ ପ୍ରକାଶିତ ହୋଇଥିଲା  ।  ପରିଶେଷରେ କିଛି ସହାୟତା ରାଶି ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିଲା  । ତେବେ ଆଜି ଏକ ମହତ୍ ଉଦ୍ଦେଶ୍ୟ ରଖି , ମହାମାରୀ କରୋନାରେ ଲଢେଇ କରୁଥିବା ଅନ୍ୟତମ ଯୋଦ୍ଧା ଭାବେ, ପୋଲିସ ପ୍ରଶାସନ ଭାବେ ଗୋବିନ୍ଦପୁର ଥାନାଧିକାରୀ ମାନସ କୁମାର ମିଶ୍ରଙ୍କ ଦ୍ୱାରା  ଟ ୨୦,୦୦୦ଙ୍କା ସହାୟତା ରାଶି ଛବିଳ ବେହେରାକୁ ପ୍ରଦାନ କରିଥିଲେ  ।ଏତଦ୍ ବ୍ୟତୀତ ଜଣେ ବାଦନ୍ୟ ବ୍ୟକ୍ତଙ୍କ ଠାରୁ ଶ୍ରୀଯୁକ୍ତ ବେହେରା ମଧ୍ୟ ଟ୧,୦୦୦ଙ୍କା ଗ୍ରହଣ କରିଥିଲେ । ଉକ୍ତ  ସହାୟତା ରାଶି ପ୍ରଦାନ ସମୟରେ ହାବିଲଦାର ସୁଧାଂଶୁ ଧଳ ସାମନ୍ତ, ସମାଜସେବୀ  ନିରଜଂନ ଭୋଇ,ବାବୁଲି ମହାପାତ୍ର ଏବଂ ବାମଦେବ ବେହେରା  ପ୍ରମୁଖ ଉପସ୍ଥିତ ଥିଲେ । ଏ ତେବେ ଉକ୍ତ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ, ଛବିଳ ବେହେରା, ସା:ଖେରସ, ପୋ:ବ୍ରାହ୍ମଣ ସାଇଲୋ,ଜିଲ୍ଲା:କଟକ-୦୧୮ ଠିକଣାରେ  ବୁଦ୍ଧିଜିବୀମାନେ ଅନୁରୋଧ   କରିଛନ୍ତି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........