“ମୁଁ” ତୁମରି ପାଇଁ

ମୋ ମୋବାଇଲଟା ପୁରା ଚାଲିଯାଇଛି । ତଥାପି ମୋବାଇଲର ବିରହରେ ପୁରୁଣା କବିତାର ରିମିକ୍ସରେ ନୂଆ କିଛି ଗାରେଇବାରେ ଆଉ ନିଜ ଭିତରେ ଅତୀତକୁ ନେଇ ହଜିବାରେ  ମୋର କବିତା“ମୁଁ”  ତୁମରି ପାଇଁ” ଭେଟି ଦେଉଛି ମୋର ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ  ଆଉ ମୋ କବିତାର  ଅଦୃଶ୍ୟ ନାୟିକା ପାଇଁ  । ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ଜୀବନଟା ଯଦି ଗୀତଟିଏ ହୁଏ,
ଗାଇବି ମୁଁ  ତୁମ ପାଇଁ,
ଜୀବନଟା ଯଦି ଗପଟିଏ ହୁଏ,
ଲେଖିବି ମୁଁ ତୁମ ପାଇଁ ।
ଜୀବନଟା ଯଦି ବାଲି ଘର ହୁଏ,
ତୋଳିବି ମୁଁ ତୁମ ପାଇଁ,
ଜୀବନରେ ଯଦି ହସୁଥାଏ କେବେ
ହସିବି ତୁମରି ପାଇଁ ।
ଏ ଆଖିରେ କେବେ ସ୍ବପ୍ନ  ଦେଖୁଥାଏ,
ଦେଖିବି ତୁମରି ପାଇଁ,
ଏ ଆଖିରେ କେବେ ଲୁହ ଝରିଯାଏ,
ଝରାଇବି ତୁମ ପାଇଁ ।
ଏ ମନରେ  ଏକ ମନ୍ଦିର ତୋଳିଛି,
ତୁମକୁ ପୂଜିବା ପାଇଁ,
ଜୀବନଟା ମୋର ସଳିତା କରିଛି;
ତୁମରି  ଆଳତୀ ପାଇଁ


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........