ମୃତକଙ୍କ ପରିବାରକୁ ସହାୟତା କଲେ ସାମାଜିକକର୍ମୀ

ମୃତକଙ୍କ ପରିବାରକୁ ସହାୟତା କଲେ ସାମାଜିକକର୍ମୀ
IYA NEWS  (କଂଟାପଡା) ତା:୨୧/୦୪/୨୦  କଂଟାପଡା ବ୍ଲକ୍ ବଡ ପାଟସୁନ୍ଦରପୁର ଗ୍ରାମ ପଂଚାୟତ ଅଧିନସ୍ଥ ବଡ ପାଟସୁନ୍ଦର ଗ୍ରାମର ଅରୁପା ନନ୍ଦ ଆଜିକୁ ସେପାରିରେ ସାତ ଦିନ  ହେଲାଣି  । ଭାଗ୍ୟବତୀ ଆକାଶରେ ଯେପରି ଦୁଭାର୍ଗ୍ୟର କଳା ବାଦଲ  ।  ତିନୋଟି ପିଲାମାନଙ୍କୁ ନେଇ କିପରି ସଂସାର ଚଳାଇବେ,  ଜୀବନଟା ଦୁର୍ବିସହ ହୋଇଗଲାଣି  ।  ଏପରି କି ପ୍ରଶାସନର ଟାଳ ଟୁଳ ନୀତି  କରଣରୁ, ଅଦ୍ୟାବଧି ଏହି ଗରିବ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ମୃତୁ୍ୟ କାଳୀନ ସହାୟତା ରାଶି ମଧ୍ୟ ମିଳି ପାରି ନାହିଁ  ।ଏହି ପରିପ୍ରେକ୍ଷୀରେ ହାତ ବଢାଇଛନ୍ତି ସାମାଜିକକର୍ମୀମାନେ  । ଆଜି ପୂର୍ବାହ୍ନରେ  ସମାଜିକକର୍ମୀମାନେ ଅରୂପାନନ୍ଦଙ୍କ ସ୍ବଗୃହକୁ ଆସିବା ସହିତ,   ବିଧବା ପତ୍ନୀ ଭାଗ୍ୟବତୀ ଦାସଙ୍କୁ ସମବେଦନା ଜଣାଇବା ସହିତ  ଖାଦ୍ୟ ସାମଗ୍ରୀ,ମାସ୍କ ଏବଂ ସହାୟତା ରାଶି ପ୍ରଦାନ କରିଥିଲେ  ।   ଏଥିରେ ସାମାଜିକକର୍ମୀ ବିଶ୍ୱମ୍ବର ଜେନା, ସଂଗ୍ରାମ  ପଟ୍ଟନାୟକ (ବିନୋଦ), ହେମନ୍ତ କୁମାର ବେହେରା,ରାଜ କିଶୋର ଦାସ, ଦିଲ୍ଲୀପ କୁମାର ରାଉତରାୟ ଏବଂ  ପବିତ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........