କଂଟାପଡାରେ କଡା କଡି ଲକ୍ ଡାଉନ୍

କଂଟାପଡାରେ ପାଳନ ହେଲା କଡା କଡି ଲକ୍ ଡାଉନ୍, ସହଯୋଗ କଲେ ସ୍ବେଛାସେବୀ
   (କଂଟାପଡା): ତା:୦୨/୦୪/୨୦:    ମହାମାରୀ କରୋନାର ସଂକ୍ରମଣ ଦିନକୁ ଦିନ ବଢି
ଚାଲିଥିବା ସମୟରେ, ଓଡିଶାର ଜନ ସାଧାରଣ ସଚେତନ ନ ହେବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ଅନେକ ଲୋକ  ସରକାରଙ୍କ ନିୟମକୁ ବେଖାତିର କରି ଫୁ କରି ଉଡାଇ ଚାଲିଛନ୍ତି  । ତେବେ  ଏଭଳି  ବେପରୁଆ ଆଚରଣରେ   ସାମାଜିକ ସଂକ୍ରମଣକୁ ଏଡାଇ ହେବ ନାହିଁ  । ଏହି ପରିପ୍ରେକ୍ଷୀରେ କଂଟାପଡା ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ କରା ଯାଇଥିଲେ ମଧ୍ୟ,ଓଲଟପୁର  ଥାନାର ସହଭାଗୀତାରେ ଅଂଟା ଭିଡିଛନ୍ତି ବାଗଲପୁର  ଗ୍ରାମର ସ୍ବେଛାସେବୀମାନେ  ।  ବାଗଲପୁର  ବଜାରରେ ଏକ ବ୍ୟାରିକେଡ୍ କରାଯାଇ, ରାଜ୍ୟ ରାଜ ପଥ-୬୦ରେ ଯାତାୟତ କରୁଥିବା ଗାଡିଗୁଡିକୁ ସ୍ବେଛାସେବୀମାନେ ଗାଡି ଗୁଡିକୁ ତନଖି କରି  ଛାଡୁ ଥିବାର ଦେଖିବାକୁ ମିଳି ଥିଲା  । ତେବେ କିଛି ଅମାନି ଯୁବକମାନଙ୍କୁ ସାବାଡ କରାଯିବା ସହିତ ମାମଲା ରୁଜୁ କରାଯିବ  ବୋଲି ଜନୈକ ସ୍ବେଛାସେବୀ କହିବା ସହିତ  ଗାଡି ଚେକିଂ ଆହୁରି କଡା କଡି କରାଯିବ ବୋଲି ମତବ୍ୟକ୍ତ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........