ଅଡଶପୁର ସ୍ବେଛାସେବୀ ସଂଗଠନ

ଅଡଶପୁର ସ୍ବେଛାସେବୀ ସଂଗଠନ ଆନୁକୁଲ୍ୟରେ,ଅସହାୟମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ
  (କଂଟାପଡା): ତା:୦୨/୦୪/୨୦:   ଆଜି ସାରା ବିଶ୍ୱ ସମାଜ ମହାମାରୀ କରୋନାର 
ପ୍ରକୋପରେ ଚତୁର୍ଦ୍ଦିଗରେ ତ୍ରାହି ତ୍ରାହି  ଶୁଭୁଛି  ।ଏହି ପରିପ୍ରେକ୍ଷୀରେ  କଂଟାପଡା ବ୍ଲକ ଅନ୍ତର୍ଗତ ଅଡଶପୁର ଗ୍ରାମ ପଂଚାୟତର  ଅଡଶପୁର ସ୍ବେଛାସେବୀ ସଂଗଠନ ମାଧ୍ୟମରେ  ବିଭିନ୍ନ ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରାଯାଇଥିଲା  । ତେବେ   ବାହାରୁ ଆସିଥିବା ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରମିକ, ବ୍ରାହ୍ମଣସାଇଲୋ ସ୍ଥିତ ପଂଚାୟତ ଅନ୍ତର୍ଗତ ବିଭିନ୍ନ  ଗ୍ରାମର ଅସହାୟ ବ୍ୟକ୍ତି ଏବଂ ଅଡଶପୁର ମେଡିକାଲରେ କାର୍ଯ୍ୟରତ କର୍ମଚାରୀମାନଙ୍କୁମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରା ଯାଇଥିଲା ।  ଉକ୍ତ  କାର୍ଯ୍ୟକ୍ରମକୁ   କବି ପ୍ରସାଦ ମହାନ୍ତ, ଝୁନୁ ଦାସ,ରୋହନ ମୋହନ ଦାସ,ଲିପା ମହାନ୍ତି,ସୁରେଶ କୁମାର ଦାସ,ତପନ କୁମାର ଦାସ,ସୂର୍ଯ୍ୟକାନ୍ତ ଦାସ,ବିଭୂତି ନାୟକ,ଅଧିବାସ ସ୍ବାଇଁ, ବିଜ୍ଞାନ ବିଶ୍ୱାଳ, ଉମାକାନ୍ତ ବେହେରା ଏବଂ ସୁକାନ୍ତ କୁମାର ଦାସ ପ୍ରମୁଖ ରହି,କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........