ଏମ୍.ଏସ. ଡବ୍ଲୁ. ଛାତ୍ର ସଂଗଠନର କରୋନା ସଚେତନତା କାର୍ଯ୍ୟକ୍ରମ

ଏମ୍.ଏସ. ଡବ୍ଲୁ.  ଛାତ୍ର ସଂଗଠନର କରୋନା ସଚେତନତା କାର୍ଯ୍ୟକ୍ରମ
(କଂଟାପଡା)  ତା:୧୨/୦୪/୨୦ କଂଟାପଡା ବ୍ଲକ୍ ଅନ୍ତର୍ଗତ ଉଦୟନାଥ ସ୍ବୟଂ ଶାସିତ ବିଜ୍ଞାନ  ଏବଂ ବୈଷୟିକ ମହାବିଦ୍ୟାଳୟ ଆନୁକୁଲ୍ୟରେ ଏମ୍.ଏସ. ଡବ୍ଲୁ.  ଛାତ୍ର ସଂଗଠନ ତରଫରୁ ମହାମାରୀ କରୋନା ପାଇଁ ପ୍ରଥମ କରୋନା ସଚେତନତା ଏବଂ ରିଲିଫ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି  । ଏହି ପରିପ୍ରେକ୍ଷୀରେ ସଂଗଠନ ତରଫରୁ ଦିବ୍ୟସିଂହ ସେଠୀଙ୍କ ତତ୍ୱାବଧାନରେ ଅସହାୟ ଜନ ସାଧାରଣମାନଙ୍କୁ ଶୁଖିଲା ଖାଦ୍ୟ ଯଥା ଚୂଡା, ବିସ୍କୁଟ୍, ଆଳୁ ଓ ହାତ ଧୋଇବା ପାଇଁ ସାବୁନ ବଂଟନ ସହ କରୋନା ସମ୍ପର୍କିତ ସଚେତନତା ଓ  ସରକାରୀ ସ୍ତରରେ ବିଭିନ୍ନ ଅନୁଦାନ ସଂପର୍କରେ ଅବଗତ କରା ଯାଇଥିଲା   । ଏତଦ୍ ବ୍ୟତୀତ ସୁଷମ ଖାଦ୍ୟ ଭୋଜନ  କରିବା ସହିତ ସାମାଜିକ ଦୂରତା ମଧ୍ୟ ରକ୍ଷା କରିବା ପାଇଁ ମୁଣ୍ଡାସାହି ଅଧିବାସୀମାନଙ୍କୁ ଅବଗତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ କୋଡିଏରୁ ଅଧ୍ଚଳ ପରିବାରକୁ ସାମିଲ୍ କରାଯାଇଥିଲା । ସଂଗଠନର ମୁଖପାତ୍ର ଯଯାତି କେଶରୀ ସାହୁ  ଭବିଷ୍ୟତରେ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........