୫.୪୦୦ ଟଙ୍କା ଜୋରିମନା ଆଦାୟ

ମାସ୍କ  ପାଇଁ ୨୭ ଜଣଙ୍କ ଠାରୁ ୫.୪୦୦ ଟଙ୍କା ଜୋରିମନା ଆଦାୟ  ।

IYA NEWS (କଂଟାପଡା) ତା:୨୬/୦୪/୨୦ରିଖ ସାରା ଭାରତ ବର୍ଷରେ କରୋନା ସଂକ୍ରମଣର ହାର ହୁ ହୁ  ହୋଇ ବଢି ଚାଲିଥିବା  ବେଳେ କିଛି ଅମାନିଆମାନଙ୍କ  ହେତୁ ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି  । ଏତଦ୍ ବ୍ୟତୀତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ବାହାର ସ୍ଥାନରେ ଛେପ ପକାଇବା ଅନୁଚିତ ବୋଲି  ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି  । ଏହି ପରିପ୍ରେକ୍ଷୀରେ  କଂଟାପଡା ତହସିଲ ପ୍ରଶାସନ ନିର୍ଦ୍ଦେଶ କ୍ରମେ , ଅଧିକାରୀମାନେ  ବିଭିନ୍ନ ସ୍ଥାନରେ ବୁଲି, ଏହାର ତଦାରଖ କରୁଛନ୍ତି  ।  ତେବେ ଆଜି  ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଥିବା ,  ମାସ୍କ  ନ ପିନ୍ଧି ବୁଲା ବୁଲି କରୁଥିବା ସମୟରେ ପ୍ରାୟ ୨୭ କଣଙ୍କ ଠାରୁ  ଜଣକ ପିଛା ୨୦୦ ଟଙ୍କା ଜୋରିମନା ବାବଦରେ ସମୁଦାୟ ୫,୪୦୦ ଟଙ୍କା ଆଦାୟ କରାଯାଇଛି  । ଆଗାମୀ ସମୟରେ ଏହି ନିୟମକୁ ଆହୁରି କଡା କଡି କରାଯିବ ବୋଲି , ଦାୟିତ୍ୱରେ ଥିବା କଂଟାପଡା ତହସିଲର ଅତିରିକ୍ତ ତହସିଲଦାର  ଶୁଭ୍ରାଂଶୁ ସାହୁ ମତବ୍ୟକ୍ତ କରିଛନ୍ତି  ।  ତେବେ ଆଜି ଜୋରିମନା ଆଦାୟ ସମୟରେ    ଅତରିକ୍ତ ତହସିଲଦାର ଶ୍ରୀଯୁକ୍ତ ସାହୁଙ୍କ ସହିତ  ଓଲଟପୁର ଥାନାର ଏ.ଏସ୍. ଅ୍ଧବ. ଦୁର୍ଯୋଧନ ସେଠୀ ଏବଂ କଂଟାପଡା ତହସିଲର ମୁଖ୍ୟ କିରାଣୀ କଳ୍ପତରୁ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ  ।  

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........