ଯିବାକୁ ହେବ ବହୁ ଦୂର,ମହିଳା ଯିବେ କେନ୍ଦୁଝର

ଯିବାକୁ ହେବ ବହୁ ଦୂର,ମହିଳା ଯିବେ କେନ୍ଦୁଝର
IYA NEWS (କଂଟାପଡା):୩୦/୦୩/୨୦  କଂଟାପଡା ବ୍ଲକ ସ୍ଥିତ ଇଛାପୁର ଠାରେ ଜନୈକ ମହିଳା ଚାଲି ଚାଲି   ଯାଉଥିଲେ । ତେବେ ବେଶ ଭୁଷାରୁ  ମହିଳା ଜଣକ ଏକ ଛିଣ୍ଡା ଗେରୁଆ ଶାଢୀ ପିନ୍ଧିବା ସହିତ ମାନସିକ ବିକାରଗ୍ରସ୍ତ ମହିଳା   ବୋଲି ଜଣାପଡୁଥିଲେ  । କଥାରେ ତାଙ୍କର ତାଳ ମେଳ ରହୁ ନଥିଲା  । ତେବେ ଖବର ସଂଗ୍ରହ କରିବା ସମୟରେ,  ମହାମାରୀ କରୋନା ପରିପ୍ରେକ୍ଷୀରେ  ଅସହାୟ ଯାଯାବାରଙ୍କ ପାଇଁ କାମ କରୁଥିବା ଜନୈକ ସାମ୍ବାଦିକ, ଉକ୍ତ ମହିଳାଙ୍କର ଖାଇବା ପିଇବା କଥା ବୁଝିଥିଲେ  । ତେବେ ମହିଳା ଜଣଙ୍କୁ ବାରମ୍ବାର  ଏ ବିଷୟରେ ପଚାରିବା ଦ୍ୱାରା ସେ ଚିହିଁକି ଉଠି ବା ସହିତ ମୋତେ ଛାଡିଦିଅ, ମୁଁ କେଉଁଝର ଯିବି  ।  ମୋର କେହି ନାହିଁ  । ମୋତେ ମୋର ବାଟରେ ଯିବା ପାଇଁ ଦିଅ ବୋଲି ତରବର ହୋଇ ଚାଲି ଯାଇଥିଲେ  । ତେବେ ଖାଦ୍ୟ   ଖାଇବା ପାଇଁ, ଯାଚିବାରୁ, ସେ କୌଣସି ଜିନିଷ ଛୁଇଁବେ ନାହିଁ ବୋଲି  ମନା କରିଦେଇ ଥିଲେ  । ତେବେ ମହାମାରୀ କରୋନା ହେତୁ ସାରା ଭାରତ ବର୍ଷରେ ଲକ୍ ଡାଉନ୍ ପରିସ୍ଥିତି ହେବାରୁ ଅନେକ ଯାଯାବର ବେସାହାରା ହୋଇ ବୁଲୁଛନ୍ତି  । ଏତଦ ବ୍ୟତୀତ ବିଭିନ୍ନ ଇଟା ଭାଟି ଏବଂ ହୋଟେଲ ବନ୍ଦ ହୋଇ ଯିବାରୁ, ଅନେକ ଲୋକ କାମ ବନ୍ଦ ହେତୁ ନଜର ଭିଟା ମାଟିକୁ ଫେରିଯିବା ପାଇଁ ବାଧ୍ୟ ହେଉଛନ୍ତି  । ତେବେ ଯାନା ବାହାନ ବନ୍ଦ ହୋଇ ଯିବା ହେତୁ, ଅନେକ ଲୋକ  ଚାଲି ଚାଲି ଯିବା ବାହାରିଛନ୍ତି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........