କରୋନା ସଚେତନା କାର୍ଯ୍ୟକ୍ରମ

ଅଁଳୋ ଗ୍ରାମପଂଚାୟତରେ ସାହିତ୍ୟ ସଂଗଠନର ଉଦୟ ଭାନୁର କବିତା ମାଧ୍ୟମରେ କରୋନା ସଚେତନା କାର୍ଯ୍ୟକ୍ରମ
IYA NEWS (ନିଆଳୀ ) ତା:୩୧/୦୪/୨୦ରିଖ  କବିର କବିତା କେବେ ମଣିଷର ମନ ଗହନରେ   ଅଦେଖା ରାତିର ଚଇତି ଛୁଆଁ ପରି  ଲାଗେ, କେବେ ଶ୍ରାବଣର ପହିଲି ବରଷାରେ ମନଟା ବତୁରି  ଯାଏ । ପୁଣି କେବେ କେବେ ସମାଜର ସୁଖ ଦୂଃଖରେ ଭାଗୀହୋଇ କଲମ ମୁନରେ ସଚେତନତା ବାର୍ତା ସୃଷ୍ଟି କରେ । ଆଜି ମହାମାରୀ କରୋନାର ପ୍ରକୋପରେ ସାରା ବିଶ୍ୱ ତ୍ରାହି ତ୍ରାହି  ଡାକୁଥିବା ସମୟରେ  କବିତା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ଆଗେଇ ଆସିଛି ସମାଜ ସେବା  ଏବଂ ସାହିତ୍ୟ ସଂଗଠନ “ଉଦୟ ଭାନୁ” । ଏହି ପରିପ୍ରେକ୍ଷୀରେ ଆଜି ଅଁଳୋ ଗ୍ରାମ ପଂଚାୟତର ଅଁଳୋ ଗ୍ରାମରେ ସଂଗଠନ ତରଫରୁ କବିତା ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।  ମାହାମାରୀ କରୋନା ପାଇଁ ଘରୁ ନ ବାହାରିବା ପାଇଁ ଜନ ସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା ।  ଏତଦ୍ ବ୍ୟତୀତ  ପରସ୍ପର କଥୋପକଥନ ସମୟରେ  ସାମାଜିକ ଦୂରତା ମାଧ୍ୟମରେ  ଏକ ମିଟର ବ୍ୟବଧାନ ରଖିବା ପାଇଁ  ଜନ ସାଧାରଣଙ୍କୁ  ପରାମର୍ଶ ଦିଆଯାଇଥିଲା । ଏତଦ୍ବ୍ୟତୀତ ବାରମ୍ବାର ସାବୁନ କିମ୍ବା ସାନିଟାଇଜରରେ ହାତ ଧୋଇବା ପାଇଁ ପରାମର୍ଶ ଦିଆଯାଇଥିଲା  ।  ସଙ୍ଗ ରୋଧ ବଜାୟ ରଖିବା ପାଇଁ ଓା୍ୱର୍ଡ ସଭ୍ୟ  ରାଘବ ଚନ୍ଦ୍ର ବେହେରା ଏବଂ ମୀନ କେତନ ସ୍ବାଇଁ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ  ।ଉକ୍ତ କାର୍ଯ୍ୟକ୍ରମକୁ ଉଦୟ ଭାନୁର ସଂଗଠନ ମାଧବାନନ୍ଦ ଭୋଇ ପରିଚାଳନା କରିବା  ସହିତ ବିଜୟ କୁମାର ଭୋଇ ଏବଂ ହେମନ୍ତ କୁମାର ସ୍ବାଇଁ ସହଯୋଗ କରିଥିଲେ  । 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........