କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ

କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ
(କଂଟାପଡା)  ତା:୩୦/୦୫/୨୦୨୦ରିଖ  ମହାମାରୀ କରୋନାକୁ ପ୍ରତିହତ କରିବା ପାଇ,ଁ ସରକାର  କେବଳ ଲକ୍ ଡାଉନ୍ ହିଁ  ଏକ ମାତ୍ର ବିକଳ୍ପ ପନ୍ଥା ଭାବରେ  ଅଭିହିତ କରାଯାଇଛି  । ତେବେ  ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ଅନେକ  ବିଭାଗ ଆଗେଇ ଆସିଛନ୍ତି  । ସେଥି ମଧ୍ୟରୁ ପୋଲିସ ବିଭାଗ ଅନ୍ୟତମ  । ଏହି ପରିପ୍ରେକ୍ଷୀରେ ଆଜି  ଭାଜପାର ପୂର୍ବତନ ମଣ୍ଡଳ ସଭାପତି ବିଶ୍ୱମ୍ବର ଜେନା,ବାବୁଲି ବେହେରା, ସରପଂଚ ଲଲାଟେନ୍ଦୁ ଦାସ, ଧନଞ୍ଜୟ ନାୟକ,ସନ୍ତୋଷ ପ୍ରଧାନ, ରାଜ କିଶୋର ଦାସ, ପ୍ରତାପ ସ୍ବାଇଁ,ଶୁକାନ୍ତ ମହାରଣା ଏବଂ ନିତ୍ୟାନନ୍ଦ ପରିଡାଙ୍କ ଦ୍ୱାରା ଗୋବିନ୍ଦପୁର ଥାନାର ଭାରପ୍ରାପ୍ତ ଅଧିକାରୀ ମାନସ କୁମାର ମିଶ୍ର ସମେତ ଅନ୍ୟାନ କର୍ମଚାରୀମାନଙ୍କୁ ସମ୍ମାନିତ କରିବା ସହିତ ପୋଲିସ ବିଭାଗର ଅଧିକାରୀମାନଙ୍କ କାର୍ଯ୍ୟ କଳାପକୁ ପ୍ରଶଂସା କରିଥିଲେ ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........