ଗ୍ରାମୀଣ ସେବକ ସମାଜର ରିଲିଫ ବଂଟନ

ଖେରସରେ ଗ୍ରାମୀଣ ସେବକ ସମାଜର କରୋନା ସଚେତନତା ଏବଂ ରିଲିଫ ବଂଟନ କାର୍ଯ୍ୟକ୍ରମ

IYA NEWS (ନିଆଳୀ) ତା:୦୭/୦୪/୨୦ରିଖ ମହାମାରୀ କରୋନାର  ସର୍ବ ଗ୍ରାସୀ ଜ୍ୱାଳାରେ ସାରା ବିଶ୍ୱରେ ହା ହା କାର ଛାଇ ହୋଇଗଲାଣି  । ମହାମାରୀ କରୋନାକୁ ପ୍ରତିହତ କରିବା ପାଇ,ଁ ସରକାର  କେବଳ ଲକ୍ ଡାଉନ୍ ହିଁ  ଏକ ମାତ୍ର ବିକଳ୍ପ ପନ୍ଥା ଭାବରେ  ଅଭିହିତ କରି ସାରିଥିବା ବେଳେ, ଏହି ସମୟରେ ଅନେକ   ଲୋକ ଖାଦ୍ୟ ବିନା ଛଟ ପଟ ହେଉଛନ୍ତି  । ଏତଦ୍ ବ୍ୟତୀତ ସରକାର ଅସହାୟ ବ୍ୟକ୍ତିଙ୍କ ପାଇଁ ଦୁଇ ବେଳା  ଭୋଜନ ବ୍ୟବସ୍ଥା କରିଥିବା ସମୟରେ, ପ୍ରାୟତଃ ଅନେକ ସ୍ଥାନରେ ଏକ ବେଳା ଭୋଜନ ପ୍ରଦାନ କରା ଯାଉଛି  । ଏହି ପରିପ୍ରେକ୍ଷୀରେ  ଅସହାୟ ବିପନ୍ନମାନଙ୍କୁ ପ୍ରଥମେ ସହାୟତାର ହାତ ବଢାଇଛି ନିଆଳୀ ବ୍ଲକ୍ ଅନ୍ତର୍ଗତ  ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଏବଂ  ଏଡ୍ ଇଂଡିଆ ସଂଗଠନ  । ଆଜି କଂଟାପଡା ବ୍ଲକର ଖେରସ ଗ୍ରାମରେ ଏକ ରିଲିଫ ଏବଂ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି  ।  ଅନୁଷ୍ଠାନର ଅଧ୍ୟକ୍ଷ  ତଥା ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରସନ୍ନ କୁମାର ପାତ୍ର ଓ ସମ୍ପାଦକ ଇଂ ଅବିନାଶ ମହାପାତ୍ର ସମେତ ଘର ଘର ବୁଲି ଜନ ସାଧାରଣଙ୍କୁ ସଚେତନତା କରିବା ସହିତ ଗରମ ପାଣି ପିଅନ୍ତୁ, ଗରମ ଖାଦ୍ୟ ଖାଆନ୍ତୁ ଏବଂ ଘରେ  ସୁରକ୍ଷିତ ଭାବରେ ରହିବା ସହିତ ବାହାରେ ବୁଲା ବୁଲି କରନ୍ତୁ ନାହିଁ ବୋଲି ବୁଝାଇବା ସହିତ ରିଲିଫ ପ୍ରଦାନ କରିଥିଲେ  । ସେହି ପରି ଭାବରେ ଅନୁଷ୍ଠାନ ତରଫରୁ ବିଭିନ୍ନ ଜିଲ୍ଲା ଯାଜପୁରର ବିଂଝାରପୁର, ବଡଚଣା ବ୍ଲକ ଏବଂ ପୁରୀର ନିମାପଡା ବ୍ଲକର ବିଭିନ୍ନ ଅଂଚଳରେ ସଚେତନତା, ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ରିଲିଫ ବଂଟନ  ଇତ୍ୟାଦି  ସମାପନ ହୋଇଛି ବୋଲି ଶ୍ରୀଯୁକ୍ ମାଝୀ ସୂଚନା ଦେଇଛନ୍ତି  ।  ତେବେ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭ୍ୟ  ପ୍ରମୋଦ କୁମାର ସ୍ବାଇଁ, ଦେବୀ ପ୍ରସାଦ ନାୟକ, ସରୋଜିନୀ ବେହେରା ଏବଂ ଖେରସ ଗ୍ରାମର ଯୁବ ସାଥି ରିଙ୍କୁ ରଞ୍ଜନ ବେହେରା ପ୍ରମୁଖ ସହାୟତା କରିଥିଲେ  । 



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........