ଜିଲ୍ଲା ଶାସନ

ଆସି ଗଲା ମୋର ମାହେନ୍ଦ୍ର ବେଳା,
ସଳଖେଇ ମୁହିଁ ମାରିବି କୀଳା,
ଥିଲି ଦିନେ ସରପଂଚ ।
ଜିଲ୍ଲାପାଳ ହୋଇ  ସାଇ ପଡିଶାରେ;
କରିବି ମୁଁ ପରପେଂଚ     । ।

ଫେଡେରସନରେ ରୋଷେଇ ହଉଛି,
ପଚାଶ ଜାଗାରେ ଦେଢ ଶହ ପଡିଛି
ଡାଆଁ ବାଆଁ ହୋଇ, ଦସଖତ ଦିଶେ ,
ହୋଇଛି ପାଣିଆ ଡାଲି  ।
ଆଜି ଖାଇଥିଲେ, କାଲି ଆସୁବୁନି.
କରିଦେଏ ଥାଳି ଖାଲି  । ।

ପାଂଚ ଲକ୍ଷ ଆସିଥିଲା,
ଖାଲି ଖଟିଆରେ ଦିନ  ସରିଯିବ
ହେବ ନାହିଁ ଠିଆ ପାଲା ।
ସରପ   କହେ, ଆଇସୋଲେସନରେ
ସବୁ କିଛି ସରିଗଲା  । ।
କରୋନା ତୁ ବେଗେ ପଳା । ।

କା’ର ସର୍ବନାଶ କା’ର ପୁଷ ନାଶ
ବୁଡିଯାଉଅଛି ଭେଳା ।
ମାଗଣା ଏ ମାଲ୍,ଦରିଆ ମେ ଡାଲ୍,
ହେବ ଟିକେ ସିଲ୍ ସିଲା  ।
ପକେଟ୍  ହେବ ନି ଢିଲା ।
କରୋନା ତୁ ବେଗେ ପଳା


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........