ରନ୍ଧନ ଖାଦ୍ୟ ବଂଟନ

ଅଁଳୋ ଗ୍ରାମ ପଂଚାୟତରେ  ଅସହାୟମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ
IYANEWS(ନିଆଳୀ):ତା:୦୧/୦୪/୨୦:   ମହାମାରୀ କରୋନା ପ୍ରକୋପରେ ଆଜି  ସାରା ଭାରତ ବର୍ଷ ଲକ ଡାଉନ୍   । ଯାହାଫଳରେ ଅନେକ  ଅସହାୟ ବ୍ୟକ୍ତିମାନେ ଖାଦ୍ୟ ବିନା ଭୋକରେ ଆଉଟୁ ପାଉଟୁ  ହେଉଛନ୍ତି  । ଏହି ପରିପ୍ରେକ୍ଷୀରେ  ନିଆଳୀ ବ୍ଲକ ଅନ୍ତର୍ଗତ ଅଂଳୋ ଗ୍ରାମ ପଂଚାୟତରେ ଗ୍ରାମେଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ  ବିଭିନ୍ନ ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରାଯାଇଥିଲା  । ତେବେ  ଛଟିଶଗଡର ମହାସାମୁ, ନୂଆପଡା , ନୟାଗଡରୁ ଆସିଥିବା ଶ୍ରମିକମାନଙ୍କୁ ଏବଂ  ଅଁଳୋ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରା ଯାଇଥିଲା । ତେବେ ରନ୍ଧନ ଖାଦ୍ୟ  ଭାବରେ  ଭାତ,ଡାଲମା, ଖଟା ଭାବରେ ଅସହାୟମାନଙ୍କୁ ଦିନକୁ ଦୁଇ ବେଳା ବଂଟନ କରାଯିବ ବୋଲି,ଅଂଳୋ  ଗ୍ରାମ ପଂଚାୟତର ସରପଂଚ ଅଭିରାମ ସାମଲ ମତ ବ୍ୟକ୍ତ କରିଥିଲେ  । ଉକ୍ତ  କାର୍ଯ୍ୟକ୍ରମକୁ ଗ୍ରାମେଶ୍ୱର  ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ବିନୋଦିନୀ ମିଶ୍ର, ସଂପାଦିକା ରୁନୁବାଳା ମିଶ୍ର, ସୁକାନ୍ତି ମିଶ୍ର, ସୁଲୋଚନା ମିଶ୍ର, ସ୍ବରୁପା ମିଶ୍ର, ମିନାକ୍ଷୀ ମିଶ୍ର ଏବଂ ପାର୍ବତୀ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ  । ପରିଶେଷରେ ଉକ୍ତ ରନ୍ଧନ ଖାଦ୍ୟ ବଂଟନ କାର୍ଯ୍ୟକ୍ରମରେ ଓା୍ୱର୍ଡ ସଭ୍ୟ ରାଘବ ଚନ୍ଦ୍ର ବେହେରା ଏବଂ ମୀନ କେତନ ସ୍ବାଇଁ ସହଯୋଗ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........