ବାରଙ୍ଗ ତହସିଲଦାରଙ୍କୁ “କରୋନା ଯୋଦ୍ଧା” ସମ୍ମାନ

ବାରଙ୍ଗ ତହସିଲଦାରଙ୍କୁ “କରୋନା ଯୋଦ୍ଧା” ସମ୍ମାନ
   IYA NEWS (ବାରଙ୍ଗ) ତା:୧୪/୦୭/୨୦ରିଖ ରେ ସାରା ଭାରତବର୍ଷରେ କରୋନାର ସଂକ୍ରମଣ ହାର ବୃଦ୍ଧି ହୋଇଥିବା ସମୟରେ, ଜନସାଧାରଣଙ୍କ ଠାରୁ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ କରୋନାକୁ ହରାଇବା ପାଇଁ  ପ୍ରାଣପଣେ ଚେଷ୍ଟା କରୁଛନ୍ତି  । ଏହି ପରିପ୍ରେକ୍ଷୀରେ  ପ୍ରଶାସନର ଭୂମିକା ଅନ୍ୟତମ । ନିଜର ଜୀବନକୁ ଉତ୍ସର୍ଗ କରିବା ସହିତ ବିଭିନ୍ନ ଅଂଚଳରେ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ, କଂଟାପଡା ବାରଙ୍ଗ ବ୍ଲକର ପ୍ରଶଂସନୀୟ କାର୍ଯ୍ୟ ହେତୁ; ଆଜି ଉକ୍ତ ବ୍ଲକର ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କୁ “କରୋନା ଯୋଦ୍ଧା” ଭାବରେ, ସାମାଜିକ ସଂଗଠନ “ଅଭିମନ୍ୟୁ” ଆନୁକୁଲ୍ୟରେ ସମ୍ମାନିତ କରାଯାଇଛି ।   ଆଜି କାର୍ଯକ୍ରମର ପ୍ରାରମ୍ଭରେ ସଂଗଠନର କର୍ମକତା ସମେତ ସାମାଜିକ ଦୂରତା ବଜାୟ ରଖି ପ୍ରାରମ୍ଭରେ ବନ୍ଦେ ଉକ୍ରଳ ଜନନୀ ଗାନ କରିଥିଲେ  । ଏହାପରେ ସଭାପତି ଶ୍ରୀଯୁକ୍ତ ମଲ୍ଲିକ ସଂଗଠନର ଆଭିମୁଖ୍ୟ ଏବଂ କର୍ମକର୍ତାଙ୍କ ପରିଚୟ ପ୍ରଦାନ କଲାପରେ,ସଂଗଠନର କର୍ମକର୍ତା ସମେତ  ଶ୍ରୀଯୁକ୍ତ ଦାସଙ୍କୁ ମାନପତ୍ର ଏବଂ ଉତରୀୟ  ପ୍ରଦାନ କରିଥିଲେ । ତେବେ ଏହି ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରଖିବା, ଅତି ଜରୁରୀ କାମ ଥିଲେ ବାହାରକୁ ଯିବା, ଗହଳିକୁ ବର୍ଜନ କରିବା ସହିତ ବାରମ୍ବାର ହାତ ଧୋଇବା ଆବଶ୍ୟକ ବୋଲି,ମତବ୍ୟକ୍ତ କରିଥିଲେ  । ଉକ୍ତ
କାର୍ଯ୍ୟକ୍ରମରେ  ସଂଗଠନର  କର୍ମକର୍ତା ଭାବରେ ବବୁଲ ବେହେରା, ଜୟଦେବ୍ ବେହେରା,ସୁରେଶ ବେହେରା, ରାଜେଶ ବେହେରା, ମଂଟୁ ବେହେରା,ଲଲାଟେନ୍ଦୁ ଜେନା,ହାଡିବନ୍ଧୁ ଜେନା, କ୍ଷୀରୋଦ ଜେନା,କୈବଲ୍ୟ ଜେନା,ରବୀନ୍ଦ୍ର ଜେନା,ଜୀବନ ଜେନା,ତାରିଣୀ ପ୍ରସାଦ ରାଉତରାୟ ଏବଂ କୈବଲ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........