ଦିବାଲୋକରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ପତ୍ନୀଙ୍କୁ ନିର୍ମମ ହତ୍ୟା

ଦିବାଲୋକରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ପତ୍ନୀଙ୍କୁ ନିର୍ମମ ହତ୍ୟା
IYA NEWS (ବାରଙ୍ଗ)  ତା:୦୮/୦୭/୨୦୨୦ରିଖ ମହାମାରୀ କରୋନା ପରିପ୍ରେକ୍ଷୀରେସ୍ବାସ୍ଥ୍ୟକର୍ମୀମାନେଜୀବନକୁ ପାଣି ଛଡାଇ ଜନ ସାଧାରଣଙ୍କୁ ସେବା ପ୍ରଦାନ କରି କରୋନା ଯୋଦ୍ଧା ସାଜିଥିଲା ବେଳେ, ଆଜି ପ୍ରାୟ ବାରଟା ସମୟରେ ମହୀଧର ପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା  ହରିଅନ୍ତା ଗ୍ରାମ ପଂଚାୟତ ଅଧିନସ୍ଥ ମହୁରା  ଟୀକା ଦାନ କେନ୍ଦ୍ର ତଥା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପରିସରରେ ଟୀକା ଦାନ ଚାଲିଥିଲା ବେଳେ, ତିଗିରିଆ ଥାନା ଅନ୍ତର୍ଗତ ପାଂଚ ଗାଁ ସ୍ଥିତ କାର୍ଯ୍ୟରତ ଥିବା ସେବିକା (ଏ.ଏନ୍.ଏମ୍) ପ୍ରିତୀ ପ୍ରଧାନ(୩୨ ବର୍ଷ)ଙ୍କୁ ,ତାଙ୍କର ସ୍ବାମୀ ଅବସରପ୍ରାପ୍ତ ସେନା କର୍ମଚାରୀ ଅକ୍ଷୟ କୁମାର ସାହୁ ଏକ ପରିବା କଟା ଛୁରୀରେ ହତ୍ୟା କରିଛନ୍ତି  । ପ୍ରକାଶ୍ୟ ଯେ, ସେବିକା ଶ୍ରୀମତୀ ପ୍ରଧାନ କାର୍ଯ୍ୟରତ ଥିବା ସମୟରେ  ଜଣେ ଆଶା ଏବଂ ଅଙ୍ଗନବାଡି କର୍ମଚାରୀ ଉପସ୍ଥିତ ଥିଲେ  । ତେବେ   ଟୀକା ଦାନ କାର୍ଯ୍ୟ ସରିଗଲା ପରେ ଶ୍ରୀଯୁକ୍ତ ସାହୁ ଆସି, ଦୁଇ ସ୍ବାସ୍ଥ୍ୟକର୍ମୀଙ୍କ ସମ୍ମୁଖରେ ମୃତକୀର ପେଟ ଏବଂ ବେକକୁ ନିର୍ମମ ଭାବରେ ଚୋଟ ମାରି ଚାଲିଥିଲେ  । ଯାହାଫଳରେ  ଉକ୍ତ ବିଦ୍ୟାଳୟ ନେତାଜୀ କକ୍ଷଟି ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା । ଯାହାଫଳରେ ଉକ୍ତ ସ୍ବାସ୍ଥ୍ୟ କର୍ମଚାରୀ ଦୁଇ ଜଣ ବେହୋସ ହୋଇ ଯାଇଥିଲେ  । ଏହାପରେ  ଅଭିଯୁକ୍ତ ଶବଟିକୁ ଘୋଷାଡି ଘୋଷାଡି ଆଣି ବାରଣ୍ଡାରେ ନିଜ କୋଳରେ ଧର ବସିଥିଲା  । ପରେ ପରେ ଖବର ପାଇବା ଦ୍ୱାରା  ଘଟଣାସ୍ଥଳରେ କଟକ ସଦର ଥାନାର ଏକ ପୋଲିସ ଟିମ୍ ଭାବରେ ଏ.ସି.ପି. ଏସ.ଆର୍.ମଲ୍ଲିକ, ଆଇ.ଆଇ.ସି. ସୁଧାଂଶୁ ଭୂଷଣ ଜେନା, ହରି ଶଙ୍କର ଭୋଇ,ଅନୀତା ସାହୁ ଏବଂ ମୁରଲୀଧର ସାହୁ ପ୍ରମୂଖ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପହଂଚି ଥିଲେ  । କଟକ ସଦର ପୋଲିସ ଛାନ୍ ଭିନ୍ କଲାପରେ ଫୋରେନସିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଂଚି  ତଦନ୍ତ କରିଥିଲେ । ତେବେ ପୂର୍ବରୁ ଅଭିଯୁକ୍ତ ଅକ୍ଷୟ ସାହୁକୁ ପୋଲିସ ପ୍ରଶାସନ ହାଜତକୁ ପଠାଇଦେବା ସହିତ ଘଟଣା ସ୍ଥଳରୁ ଏକ ପରିବା କଟା ଛୁରୀ ଜବତ କରିଥିଲା ।ହତ୍ୟାର କାରଣ ଜଣା ନ ପଡିଥିଲେ ମଧ୍ୟ, ଏହା ପାରିବାରିକ କଳହ ଏବଂ ପରକୀୟା ପ୍ରିତୀ ହେତୁ  ପ୍ରକାଶ୍ୟରେ ଆଲୋଚନା ହେଉଛି ।ମୃତକୀର ଛଅ ବର୍ଷର ଶିଶୁ ପୁତ୍ର ଅଛନ୍ତି ଏବଂ ଏହି ଘଟଣାରେ କଟକ ସଦର ପୋଲିସ କେସ୍ ନଂ ୩୨୭ ଭାବରେ ଏକ ମାମଲା ରୁଜୁ କରିଛି । ତେବେ କରୋନାର କହରରେ ଜନ ସାଧାରଣ  ହନ୍ତସନ୍ତ ହେଉଥିଲା ବେଳେ ଏପରି ଘଟଣା  ଭୟର ବାତାବରଣ ଖେଳାଇ ଦେଇଛି । 


IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........