କଂଟାପଡା ପଂଚାୟତ ସମିତି ଅଧ୍ୟକ୍ଷା “କରୋନା ଯୋଦ୍ଧା” ଭାବରେ ସମ୍ମାନିତ

କଂଟାପଡା ପଂଚାୟତ ସମିତି ଅଧ୍ୟକ୍ଷା “କରୋନା ଯୋଦ୍ଧା” ଭାବରେ ସମ୍ମାନିତ
IYA NEWS (କଂଟାପଡା) ତା ୦୬/୦୬/୨୦ରିଖ ରେ ସାରା ଭାରତବର୍ଷରେ କରୋନାର ସଂକ୍ରମଣ ହାର ବୃଦ୍ଧି ହୋଇଥିବା ସମୟରେ, ଜନସାଧାରଣଙ୍କ ଠାରୁ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ କରୋନାକୁ ହରାଇବା ପାଇଁ  ପ୍ରାଣପଣେ ଚେଷ୍ଟା କରୁଛନ୍ତି  । ଏହି ପରିପ୍ରେକ୍ଷୀରେ  ପ୍ରଶାସନର ଭୂମିକା ଅନ୍ୟତମ । ସ୍ବ ଜୀବନକୁ ଉତ୍ସର୍ଗ କରିବା ସହିତ ବିଭିନ୍ନ ଅଂଚଳରେ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ, କଂଟାପଡା ପଂଚାୟତର ସମିତିର ପ୍ରଶଂସନୀୟ କାର୍ଯ୍ୟ ହେତୁ; ଆଜି ସମିତିର ଅଧ୍ୟକ୍ଷା ସ୍ମିତାରାଣୀ ସ୍ବାଇଁଙ୍କୁ କରୋନା ଯୋଦ୍ଧା ଭାବରେ, ଗୋବିନ୍ଦପୁର ସାମାଜିକ ସଂଗଠନ “ଅଭିମନ୍ୟୁ” ଆନୁକୁଲ୍ୟରେ ସମ୍ମାନିତ କରାଯାଇଛି ।   ଆଜି କାର୍ଯକ୍ରମର ପ୍ରାରମ୍ଭରେ ସଂଗଠନର କର୍ମକର୍ତା ସମେତ ସାମାଜିକ ଦୂରତା ବଜାୟ ରଖି ପ୍ରାରମ୍ଭରେ ବନ୍ଦେ ଉକ୍ରଳ ଜନନୀ ଗାନ କରିଥିଲେ  । ଏହାପରେ ସଭାପତି ଶ୍ରୀଯୁକ୍ତ ମଲ୍ଲିକ ସଂଗଠନର ଆଭିମୁଖ୍ୟ ଏବଂ କର୍ମକର୍ତାଙ୍କ ପରିଚୟ ପ୍ରଦାନ କଲାପରେ,ସମିତିର ଅଧ୍ୟକ୍ଷାଙ୍କୁ  ସଭାପତି ଏବଂ ସଂଗଠନର ସଂପାଦକ ଆଇନଜିବୀ ଆର୍ତତ୍ରାଣ ରାୟ  ସମେତ ମାନପତ୍ର ଏବଂ ଉତରୀୟ  ପ୍ରଦାନ କରିଥିଲେ । ତେବେ ଏହି ମହାମାରୀ କରୋନା ପାଇଁ ବାହାରକୁ ଗଲେ ନିୟମିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିଲେ , କରୋନାକୁ ହରାଇ ପାରିବା ବୋଲି ସମିତିର ଅଧ୍ୟକ୍ଷା ଶ୍ରୀମତୀ ସ୍ବାଇଁ ମତବ୍ୟକ୍ତ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ  ସଂଗଠନର ଉପ ସଭାପତି ସରୋଜ ସ୍ବାଇଁ,କାର୍ଯ୍ୟକାରୀ ମଣ୍ଡଳ ଅଧ୍ୟକ୍ଷ ବବୁଲ ବେହେରା, ଜୀବନ ଜେନା ଏବଂ କୈବଲ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........