ଇଛାପୁର ଛକ ଠାରୁ କୁଅଁରପୁର ଛକ ପର୍ଯ୍ୟନ୍ତ ସଟ ଡାଉନ୍ ଘୋଷଣା କଲେ ସରପଂଚ

ଇଛାପୁର ଛକ ଠାରୁ କୁଅଁରପୁର ଛକ ପର୍ଯ୍ୟନ୍ତ ସଟ ଡାଉନ୍ ଘୋଷଣା କଲେ ସରପଂଚ 
IYA NEWS (କଂଟାପଡା) ତାରିଖ:୩୦/୦୭/୨୦୨୦ ମହାମାରୀ କରୋନା ଭୂତାଣୁର ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇଥିବା ସମୟରେ ଆଜି କଂଟାପଡା ଗ୍ରାମ ପଂଚାୟତର ସରପଂଚ ପ୍ରିତୀ ବେହେରା, ଉକ୍ତ ପଂଚାୟତସ୍ଥ ଇଛାପୁର ଏବଂ ଓଲଟପୁରରୁ ତିନି ଜଣ କୋଭିଡ୍ ପଜିଟିଭ୍ ବାହାରିଥିବା ବେଳେ ଓଲଟପୁର ଥାନାଧିକାରିଣୀ ଓ କଂଟାପଡା ବ୍ଲକର ଯୋଗାଣ ଅଧିକାରିଣୀ  କରୋନା ସଂକ୍ରମିତ ହେତୁ ଆଜି ଶୁକ୍ରବାର ସକାଳ ଠାରୁ  ଆସନ୍ତା ତା ୦୪/୦୮/୨୦୨୦ରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସଟ୍ ଡାଉନ୍  ଘୋଷଣା କରିଛନ୍ତି  । ଏହି ସମୟରେ କଂଟାପଡାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହିତ ନିତ୍ୟ ବ୍ୟବହାର୍ଯ୍ୟ  ତଥା ଔଷଧ ଦୋକାନ ଖୋଲା ରହିବ ବୋଲି ସରପଂଚ ଶ୍ରୀମତୀ ବେହେରା ଡେଙ୍ଗୁରା ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।  ଏହି ସଂପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରପଂଚ ଶ୍ରୀମତୀ ବେହେରା କଂଟାପଡା ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିଥିବା ସମୟରେ ଏସ.ଡି.ପି.ଓ. ଅଡଶପୁର, ଚିକିତ୍ସାଧିକାରୀ,ଅଡଶପୁର ଏବଂ ଥାନାଧିକାରୀ, ଓଲଟପୁରଙ୍କୁ ମଧ୍ୟ ଲିଖିତ ଭାବରେ ଅବଗତ କରିଛନ୍ତି ।ପ୍ରକାଶ୍ୟ ଯେ ଗତ ମଙ୍ଗଳବାର ଦିନ ୩୩ ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........