ତିନି ଗୋଟି ୱାର୍ଡକୁ ସଟ ଡାଉନ୍ ଘୋଷଣା କଲେ ବ୍ରାହ୍ମଣବାଟୀ ସରପଂଚ

ତିନି ଗୋଟି ୱାର୍ଡକୁ ସଟ ଡାଉନ୍ ଘୋଷଣା କଲେ ବ୍ରାହ୍ମଣବାଟୀ ସରପଂଚ
IYA NEWS (କଂଟାପଡା) ତାରିଖ:୨୫/୦୭/୨୦୨୦ ମହାମାରୀ କରୋନା ଭୂତାଣୁ ଦିନକୁ ଦି କାୟା ବିସ୍ତାର କରିଚାଲିଥିବା ସମୟରେ,  ଆଜି  ଏକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାରୁ,ବ୍ରାହ୍ମଣବାଟୀ ଗ୍ରାମ ପଂଚାୟତର ସରପଂଚ ଗାୟତ୍ରୀ ରାଉତରାୟ, ଉକ୍ତ ପଂଚାୟତର  ତିନି ଗୋଟି ଓା୍ୱର୍ଡକୁ ଆଜି ଶନିବାର ସନ୍ଧ୍ୟା ଠାରୁ  ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍  ଘୋଷଣା କରିଛନ୍ତି  ।  ଏହି ସମୟରେ ବଡବିଲ୍ ଗ୍ରାମର କୌଣସି ବ୍ୟକ୍ତି ବାହାରକୁ ଯିବା ଏବଂ ବାହାରକୁ ନଯିବା ପାଇଁ ବାରଣ କରାଯାଇଛି । ତେବେ ଔଷଧ ଦୋକାନ ଏବଂ ଅତ୍ୟାବଶ୍ୟକ ଦୋକାନ ବ୍ୟତୀତ ବଡ ବିଲ୍ ସାପ୍ତାହିକୀ ହାଟ ଏବଂ ଅନ୍ୟାନ ଦୋକାନ  ବନ୍ଦ ରହିବ ବୋଲି ଶ୍ରୀମତୀ ରାଉତରାୟ ସୂଚନା ଦେଇଛନ୍ତି । ଏତଦ୍ ବ୍ୟତୀତ  ଉକ୍ତ ନିୟମରେ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ରାଉତରାୟ ମଧ୍ୟ ଚେତାବନୀ ଦେଇଛନ୍ତି ।ଏହି ସଂପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରପଂଚ ଶ୍ରୀମତୀ ରାଉତରାୟ କଂଟାପଡା ବ୍ଲକ ଉନ୍ନୟନ ଅଧିକାରୀ ଶୁଭଶ୍ରୀ ରଥଙ୍କୁ ଅବଗତ କରିଥିବା ସମୟରେ ଗୋବିନ୍ଦପୁର ଥାନାଧିକାରୀ ମାନସ କୁମାର ମିଶ୍ରଙ୍କୁ ମଧ୍ୟ ଲିଖିତ ଭାବରେ ଅବଗତ କରିଛନ୍ତି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........