ପୋଖରୀରେ ବୁଡି ନାବାଳିକାଙ୍କର ମୃତ୍ୟୁ

ପୋଖରୀରେ ବୁଡି ନାବାଳିକାଙ୍କର ମୃତ୍ୟୁ
IYA NEWS (କଂଟାପଡା) ତା:୦୮/୦୭/୨୦ରିଖ ବଡ ପାଟସୁନ୍ଦରପୁର ଗ୍ରାମ ପଂଚାୟତ ଅଧିନସ୍ଥ ଭୋଦଳ ଗ୍ରାମରେ  ଏକ ନାବାଳିକା ପୋଖରୀରେ ବୁଡି ପ୍ରାଣ ହରାଇବା ହେତୁ ସାରା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ପ୍ରକାଶ୍ୟ ଯେ,ଆଜି ପୂର୍ବାହ୍ନରେ ଉକ୍ତ ଗ୍ରାମର ତ୍ରିନାଥ ଲେଙ୍କାଙ୍କ ଝିଅ ପୁଚୁ ( ୬ ବର୍ଷ) ଖେଳିବା ପାଇଁ ଯାଇଥିଲେ  । ତେବେ ପ୍ରାୟ ଅପରାହ୍ନ ଦୁଇଟା ସୁଦ୍ଧା ପରିବର୍ଗ ଖୋଜିବା ପରେ, ଉକ୍ତ ନାବାଳିକାଙ୍କର କୌଣସି ପତା ମିଳି ନ ଥିଲା  ।  ବହୁତ ଖୋଜା ଖୋଜି ପରେ, ପରିଶେଷରେ ତାଙ୍କର ଚପଲ ଘର ପଛ ପାଶ୍ୱର୍ରେ ଏକ ପୋଖରୀରେ ଭାସୁଥିଲା  । ଏହାକୁ ଭିତି କରି ଲୋକମାନେ ପୋଖରୀରେ ଖୋଜିଲା ପରେ, ଉକ୍ତ ନାବାଳିକାଙ୍କର ମୃତ ଦେହ, ପୋଖରୀରୁ  ମିଳିଥିଲା ।  ତେବେ  ମୃତ ଦେହକୁ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯିବା ସହିତ, ଗ୍ରାମର ଜନ ସାଧାରଣଙ୍କୁ ବ୍ୟଥିତ କରିବା ସହିତ, ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........