କୋଭିଡ୍ ପାଇଁ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସିଲ୍, ଜରୁରୀ ଚିକିତ୍ସା ସେବା ପାଇଁ କରି ପାରିବେ ଯୋଗାଯୋଗ

କୋଭିଡ୍ ପାଇଁ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର   ସିଲ୍, ଜରୁରୀ  ଚିକିତ୍ସା ସେବା ପାଇଁ  କରି ପାରିବେ ଯୋଗାଯୋଗ


IYA NEWS (କଂଟାପଡା) ତା ୦୯/୦୭/୨୦୨୦ରିଖ କଂଟାପଡା ଅଧିନସ୍ଥ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ତିନି ଜଣ ମହିଳା ଏବଂ ତିନି ଜଣ ପୁରୁଷ କର୍ମଚାରୀ ମିଶି ଛଅ ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ମେଡିକାଲକୁ ସଂପୂର୍ଣ୍ଣ ସାନିଟାଇଜ୍ କରାଯିବା ସହିତ ତା:୦୮୦୭/୨୦ ସକାଳ ଆଠ ଘଟିକା ଠାରୁ ତା:୧୧/୦୭/୨୦ ସକାଳ ଆଠ ଘଟିକା ପର୍ଯ୍ୟନ୍ତ ସିଲ୍ କରି ଦିଆ ଯାଇଛି  ।  ପ୍ରକାଶ୍ୟ ଯେ, ଗତ ପାଂଚ ଦିନ ପୂର୍ବେ ସ୍ବାବ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ଛଅ ଜଣ କର୍ମଚାରୀଙ୍କର କୋଭିଡ୍ ପଜିଟିଭ୍ ବାହାରିଥିଲା । ଭବିଷ୍ୟତ ସଂକ୍ରମଣକୁ ଆଖିରେ ରଖି,ଅଡଶପୁର ଗ୍ରା. ପ. ର ସରପଂଚ ଡଲି ସ୍ବାଇଁ  ବରାହିପୁର ଛକ –ଉଦୟନାଥ ମହାବିଦ୍ୟାଳୟ ଏବଂ ଅଡଶପୁର ବଜାର- ତଣ୍ଡିକଣା ଛକ ପର୍ଯନ୍ତ ସଟ ଡାଉନ୍ ଘୋଷଣା କରିଥିଲେ  । ତେବେ  ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କ ଜରୁରୀ କାଳୀନ ଚିକିତ୍ସା ପାଇଁ, ସ୍ବାସ୍ଥ୍ୟ କେନ୍ଦ୍ରର ସୂଚନା ଫଳକରେ ସମୟ ସାରଣୀ ଅନୁଯାୟୀ ସକାଳ ଆଠ ଘଟିକାରୁ ଅପରାହ୍ନ ଦୁଇ ଘଟିକା ମଧ୍ୟରେ ଡାକ୍ତର ଏସ୍. ମେଘନା,ଶିଶୁ ବିଶେଷଜ୍ଞ(ମୋ.ନଂ-୭୬୫୬୮୨୩୫୧୬),ଡା. ଦେବଶ୍ରୀ ବେହେରା( ମୋ. ନଂ:୯୭୭୮୭୩୩୮୨୯),ଡା. ବାସୁଦେବ ମାରାଣ୍ଡି( ମୋ. ନଂ:୯୪୩୯୯୯୫୨୨୨), ଅପରାହ୍ନ ଦୁଇ ଘଟିକାରୁ  ରାତି ଦଶ ଘଟିକା ମଧ୍ୟରେ ଡା.ସଚିନ ଆର,ସର୍ଜରୀ(ମୋ. ନଂ:୭୦୧୯୫୨୯୫୧୫),ଡା.ସନ୍ତୋଷ କୁମାର କଂଡୁଲୁନା (ମୋ. ନଂ: ୯୪୩୮୪୨୪୨୪୬), ଡା.ଦୁଖିଆ ଚରଣ କିସ୍କୁ (ମୋ. ନଂ:୭୦୦୮୩୬୯୮୭୨) ଅପରାହ୍ନ ରାତି ଦୁଇ ଦଶ ଘଟିକାରୁ  ରାତି ଦୁଇ ଘଟିକା ମଧ୍ୟରେ ଡା. ବ୍ରଜେଶ ନାୟକ(ମୋ. ନଂ:୭୦୭୭୦୭୦୮୨୭) ଏବଂ ଡା. ଅଲିଭା ଦାସ (ମୋ. ନଂ:୭୦୬୪୬୬୫୪୮୬), ମାନଙ୍କ ସହିତ ଯୋଗା ଯୋଗ କରି ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ଅଡଶପୁର ମେଡିକାଲର ଅଧିକ୍ଷକ ସୂଚନା ଦେଇଛନ୍ତି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........