ଚୋରୀ କଲେ, ଧରାପଡିଲେ; ଲକ୍ଷାଧିକ ଟଙ୍କାର ବହୁମୂଲ୍ୟ ସାମଗ୍ରୀ ଜବତ

ଚୋରୀ କଲେ, ଧରାପଡିଲେ; ଲକ୍ଷାଧିକ ଟଙ୍କାର ବହୁମୂଲ୍ୟ ସାମଗ୍ରୀ ଜବତ
IYA NEWS(କଂଟାପଡା)ତା:୨୩/୦୭/୨୦ରିଖ ମହାମାରୀ କରୋନାର ପ୍ରକୋପ ବୃଦ୍ଧି  ପାଇବା ସ୍ଥଳେ , ତାଲାବନ୍ଦୀ ସମୟରେ ଅପରାଧିମାନଙ୍କର କାର୍ଯ୍ୟ କଳାପ ବୃଦ୍ଧି ପାଇଛି ।  ତେବେ ଏପରି  ଏକ ଚୋରୀ ଘଟଣାରେ ଗୋବିନ୍ଦପୁର ପୋଲିସକୁ ମିଳିଛି ଅନ୍ୟତମ ସଫଳତା  । ଆଜି ଏସ୍.ଡି.ପି.ଓ. ସୁବାସ ଚନ୍ଦ୍ର ପଣ୍ଡାଙ୍କ ସୂଚନା କ୍ରମେ  ଏକ ଚୋରୀ ଘଟଣାରେ  (ମାମଲା ନଂ-୬୭/୨୦୨୦,)   ଗୋବିନ୍ଦପୁର ଗ୍ରାମ ପଂଚାୟତସ୍ଥିତ ମାଂଖ ଗ୍ରାମର ଦେବେନ୍ଦ୍ର କୁମାର ମହାନ୍ତିଙ୍କ ଘରୁ ଚୋରୀ କରିଥିବା ଉକ୍ତ ଗ୍ରାମର ସମୀର କୁମାର ଭୋଇ, ବଳିଆ ବେହେରା ଓ ବାଦଲ ଓରଫ ଶ୍ରୀନିବାସ ଭୋଇ ଏବଂ ଚୋରୀ ଦ୍ରବ୍ୟକୁ କିଣିଥିବା ଅଭିଯୋଗରେ ପ୍ରତାପ ଚନ୍ଦ୍ର ସ୍ବାଇଁ ଏବଂ କାଳିଆ ମିର୍ଦ୍ଧାଙ୍କୁ  ଆ.ଇ.ପି.ସି ୧୮୬୦ର ୪୫୭,୩୮୦ ଏବଂ ୪୧୧ ଦଫା ଅନୁଯାୟୀ ଗୋବିନ୍ଦପୁର ପୋଲିସ କୋର୍ଟ ଚାଲାଣ କରିଛନ୍ତି  । ପ୍ରକାଶ୍ୟ ଯେ  ଅଭିଯୋଗକାରୀ  ଦେବେନ୍ଦ୍ର କୁମାର ମହାନ୍ତିଙ୍କ ଅଭିଯୋଗ  କ୍ରମେ, ଶ୍ରୀଯୁକ୍ତ ମହାନ୍ତି ଜଣେ ଆଇନଜିବୀ  ଭାବରେ କଟକରେ ରହିବା ସ୍ଥଳେ, ତାଙ୍କର ବଡ ଭାଇ ଭୁବନେଶ୍ୱରରେ ବସବାସ କରନ୍ତି  । ତେବେ ଘରେ କେହି ନଥିବା ସମୟରେ ଦୁବୃତମାନେ ଏହି ସୁଯୋଗର ଫାଇଦା ଉଠାଇବା ସହିତ ତାଲା ଭାଙ୍ଗି ଘରୁ ବହମୂଲ୍ୟ ଅଳଙ୍କାର ଦ୍ରବ୍ୟାଦି ଏବଂ ପାଂଚ ହଜାର ଟଙ୍କା ଚୋରୀ କରି ନେଇଛନ୍ତି ବୋଲି ଗତ ତା ୧୨/୦୭/୨୦୨୦ରିଖ ଦିନ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଉକ୍ତ ଥାନାର ଥାନାଧିକାରୀ ମାନସ କୃୁମାର ମିଶ୍ରଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଅନୁସନ୍ଧାନ ଜାରି ରଖିବା ସହିତ ଅପରାଧିମାନଙ୍କୁ ଗିରଫ କରିଥିଲେ  ।  ଏହା ସେଙ୍ଗ ସେଙ୍ଗ  ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ପିତଳ କଂସା ବାସନ ଜବତ କରାଯାଇଥିଲା । ତେବେ  ଆଗାମୀ ଦିନରେ ଅଂଚଳରେ ଚୋରୀ ରାହାଜାନି ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୋବିନ୍ଦପୁର ପୋଲିସ ପ୍ରଶାସନ ବଦ୍ଧ ପରିକର ରହିବ ବୋଲି ଥାନାଧିକାରୀ ଶ୍ରୀଯୁକ୍ତ ମିଶ୍ର  ମତ ବ୍ୟକ୍ତ କରିବା ସହିତ    ଗଠିତ ଦନ୍ତକାରୀ  ଦଳରେ ଥିବା  ଅଧିକାରୀ ଆଲୋକ କୁମାର ଷଡଙ୍ଗୀ, ସୁଶାନ୍ତ କୁମାର ଷଡଙ୍ଗୀ ଏବଂ ପ୍ରଶାନ୍ତ କୁମାର ବେହେରା ପ୍ରମୁଖଙ୍କୁ ସାଧୁବାଦ ଜଣାଇଛନ୍ତି ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........