ଖବର ପ୍ରକାଶନ ପରେ ସହାୟତାର ହାତ ବଢାଇଲା ଗ୍ରାମୀଣ ସେବକ ସମାଜ

 ଖବର ପ୍ରକାଶନ ପରେ ସହାୟତାର ହାତ ବଢାଇଲା ଗ୍ରାମୀଣ ସେବକ ସମାଜ
IYA NEWS(କଂଟାପଡା) ତା:୨୧/୦୭/୨୦୨୦ରିଖ  ମାନବର ସେବା ହିଁ ପରମେଶ୍ୱରଙ୍କ ସେବା ନ୍ୟାୟରେ ଗରିବ ଦୁସ୍ଥ ବ୍ୟକ୍ତିମାନଙ୍କୁ ହାତ ବଢାଇ, ମହାମାରୀ କରୋନାରେ  ଦୀର୍ଘ ଦିନ  ପର୍ଯ୍ୟନ୍ତ ସେବା କରି ଆସିଛି କସର୍ଦାର ଅଗ୍ରଣୀ ସାମାଜିକ ସଂଗଠନ ଗ୍ରାମୀଣ ସେବକ ସମାଜ  । ଏହି ପରିପ୍ରେକ୍ଷୀରେ, ଗତ  ଜୁଲାଇ ମାସ ୨୦ ତାରିଖରେ ଭାରତୀୟ ଯୁବ ସଂଗଠନର ସମ୍ବାଦ ପୃଷ୍ଠାରେ, କଂଟାପଡା ବ୍ଲକ ଅଧିନଓୀ ଝାରପଡା ଗ୍ରାମ ପଂଚାୟତର ବଡ ଓ୍ବାଉ ବରାଇ ଗ୍ରାମର କୃଷ୍ଣଚନ୍ଦ୍ର ଭୋଇଙ୍କ ଦୁସ୍ଥାବସ୍ଥା ସଂପର୍କରେ ଖବର ପ୍ରକାଶ  ପାଇଥିଲା  । ଶ୍ରୀଯୁକ୍ତ ଭୋଇଙ୍କ ଦମ୍ପତି ବୃଦ୍ଧାବସ୍ଥାରେ  ଭତା, ରହିବା ପାଇଁ ଗୃହ ,ଶୌଚାଳୟ ଏବଂ ବିଦୁ୍ୟତ୍ ସଂଯୋଗ ନଥିବା ହେତୁ ମାସିକ ପନ୍ଦର କେ.ଜି. ଚାଉଳ ପର୍ଯ୍ୟାପ୍ତ ନୁହେଁ ବୋଲି ଖବରରେ ଉଲ୍ଲେଖ କରାଯାଇଥିଲା  ।ତେବେ ଖବର ପ୍ରକାଶନର ଦିନକ ପରେ ଉକ୍ତ ସଂଗଠନର ଅଧ୍ୟକ୍ଷ  ତଥା ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀଙ୍କ ନେତୃତ୍ୱରେ  ଏକ ରିଲିଫ୍ ଦଳ ପହଂଚିବା ପୂର୍ବକ  ପ୍ରାୟ ପନ୍ଦର ଦିନ  ଚଳିବା ପରି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ  । ତେବେ  ମୋ ସରକାରର ନାରା ପ୍ରଦାନ କରି ଜନସାଧାରଣଙ୍କ ଦୂର କରୁଛନ୍ତି ବୋଲି ଢୋଲ ପିଟୁଥିଲେ ମଧ୍ୟ ଏପରି ଦୁସ୍ଥ ପରିବାରକୁ ପ୍ରଶାସନ କଣ ପାଇଁ ଉପେକ୍ଷା କରୁଛନ୍ତି ଏବଂ ଏହି ପରିବାରକୁ ତ୍ୱରିତ ଭାବରେ ନ୍ୟାୟୋଚିତ ସହାୟତା ପ୍ରଦାନ କରାଯାଉ ବୋଲି, ସରକାରଙ୍କ ଉପରେ ଶ୍ରୀଯୁକ୍ତ ମାଝୀ ବର୍ଷିଥିଲେ  ।ଶ୍ରୀଯୁକ୍ତ ଭୋଇଙ୍କୁ ରିଲିଫ ପ୍ରଦାନ ସମୟରେ ପରିବେଶବିତ୍ ବୈଜୟନ୍ତୀ ବାରିକ,କଂଟାପଡା ସଂଯୋଜକ ଦେବୀ ପ୍ରସାଦ ନାୟକ ଏବଂ ହେମନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........