ବେକାର ଯୁବକ/ ଯୁବତୀମାନଙ୍କୁ ଋଣ ପ୍ରଦାନରେ ବ୍ୟାଙ୍କ ଗୁଡିକ ନୀରବ ଦ୍ରଷ୍ଟା

ବେକାର ଯୁବକ/ ଯୁବତୀମାନଙ୍କୁ  ଋଣ ପ୍ରଦାନରେ ବ୍ୟାଙ୍କ ଗୁଡିକ ନୀରବ ଦ୍ରଷ୍ଟା
IYA NEWS(କଂଟାପଡା) ତା:୨୬/୦୭/୨୦ରିଖ ମହାମାରୀ କରୋନା ପାଇଁ ସାରା ବିଶ୍ୱରେ କେଉଁଠି ଲକ୍ ଡାଉନ୍ ତ କେଉଁଠି ସଟ୍ ଡାଉନ୍  ହୋଇଛି  । ଜନ ଜୀବନ ଠପ୍ ହୋଇ  ଯାଇଛି  । ଜନ ସାଧାରଣଙ୍କ ଜୀବନ ଜିବୀକା ପାଇଁ ସଂଘର୍ଷ କରୁଥିବା ସମୟରେ    ପ୍ରବାସୀ ଓଡିଆ ଏବ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମ ନିର୍ଭରଶୀଳ  କରିବା ପାଇଁ ବ୍ୟାଙ୍କ ଗୁଡିକ ଋଣ ପ୍ରଦାନ କ୍ଷେତ୍ରରେ ଟାଳ ଟୁଳ ନୀତି ଅବଲମ୍ବନ କରୁଛନ୍ତି  । ଯାହାଫଳରେ   ଅନେକାଂଶରେ  ହତାଶାବୋଧ ଅନୁଭବ କରି ଆତ୍ମ ହତ୍ୟାର ପଥ ବାଛିନେଉଛନ୍ତି  ।ଏହି ପରିପ୍ରେକ୍ଷୀରେ ଗ୍ରାମାଂଚଳରେ ଜାତୀୟ କରଣ ବ୍ୟାଙ୍କ ଗୁଡିକ ବେକାର ଯୁବକ/ ଯୁବତୀମାନଙ୍କୁ  ଋଣ ପ୍ରଦାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି, ନିଆଳୀ ନିର୍ବାଚନ ମଣ୍ଡଳୀର ସାମାଜିକ ସଂଗଠନ ଅଭିମନୁ୍ୟର ସଭାପତି ଅଭିମନୁ୍ୟ ମଲ୍ଲିକ ଅଭିଯୋଗ କରିଛନ୍ତି କଟକ ଜିଲ୍ଲାପାଳଙ୍କ ନିକଟରେ  । ଏତଦ୍ ବ୍ୟତୀତ ଅନେକ କ୍ଷେତ୍ରରେ ବ୍ୟାଙ୍କ ଗୁଡିକ ଯେଉଁ ଋଣ ପ୍ରଦାନ କରୁଛନ୍ତି, ତାହା ସୁପାରିଶ କିମ୍ବା ପ୍ରିୟା ପ୍ରିତୀ ଆଧାରରେ  କରା ଯାଉଛି ।  ପରିତାପର ବିଷୟ ଏହିକି ,କେନ୍ଦ୍ର  ତଥା ରାଜ୍ୟର ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ ପୂର୍ବକ, ବ୍ୟାଙ୍କ୍ ଦ୍ୱାରା  ଋଣ ପ୍ରଦାନ କରାଯାଇଛି କିମ୍ବା ଆବେଦନକାରୀମାନେ ଋଣ ଆବେଦନ କରି ନାହାନ୍ତି ବୋଲି ଅନେକ ବ୍ୟାଙ୍କଗୁଡିକ ସଫେଇ ଦେବା ସହିତ ଅନ୍ଧମାନଙ୍କୁ ଦିଅଁ ଦେଖାଇବା ସଦୃଶ   ଜନ ସାଧାରଣଙ୍କୁ ଭକୁଆ ବନାଉଛନ୍ତି ବୋଲି ସଂଗଠନର ସଭାପତି ମତବ୍ୟକ୍ତ କରିଛନ୍ତି ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........