ବୃକ୍ଷ ରୋପଣ କରି ନିଜର ଜନ୍ମ ଦିନ ପାଳନ କଲେ ସାମାଜିକକର୍ମୀ

ବୃକ୍ଷ ରୋପଣ କରି ନିଜର ଜନ୍ମ ଦିନ ପାଳନ କଲେ ସାମାଜିକକର୍ମୀ
IYA NEWS (କଂଟାପଡା) ତା:୦୨/୦୭/୨୦ରିଖ କଂଟାପଡା ବ୍ଲକ୍ ଅଧିନସ୍ଥ  ଗୋପବନ୍ଧୁ ବିଦ୍ୟା ମନ୍ଦିରର ପୁରାତନ ଛାତ୍ର ସଂସଦ, ସାଇଲୋ ବଡ ବିଲ୍  ଆନୁକୁଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି  । ଜନ୍ମ ଦିନ ପାଇଁ ଗଛଟିଏର ନାରା ଦେଇ  ସଂଗଠନ ତରଫରୁ ଆଜି ସାମାଜିକକର୍ମୀ ସଂଜୟ କୁମାର ରାଉତରାୟଙ୍କ ଜନ୍ମ ଦିନ ଅବସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଥିଲା  । ଶ୍ରୀଯୁକ୍ତ ରାଉତରାୟଙ୍କୁ ସାଥୀମାନେ ଜନ୍ମ ଦିନର ଶୁଭେଛା ଜଣାଇବା ପୂର୍ବକ,ପରିବେଶର ସନ୍ତୁଳତା ରକ୍ଷା କରିବା ପାଇଁ ବୃକ୍ଷ ରୋପଣ ନିତାନ୍ତ ଆବଶ୍ୟକ ବୋଲି, ସଂଗଠନର କର୍ମକର୍ତାମାନେ ମତବ୍ୟକ୍ତ କରିଥିଲେ  । ଏହି ଅବସରରେ ସଂଗଠନର କର୍ମକର୍ତାଭାବରେ ଚିତ ରଂଜନ ଆଚାର୍ଯ୍ୟ, ସୁକାନ୍ତ ବେହେରା, ସୁବାସ ପରିଡା, ଜୟଦେବ ଓଝା, ଅଭିଜିତ ଆଚାର୍ଯ୍ୟ, ଜ୍ୟୋତି ରଂଜନ ଦାସ, ହିମାଂଶୁ ଶେଖର ବାରିକ,ମନୋଜ କୁମାର ସାହୁ,ଚନ୍ଦନ କୁମାର ଜେନା,ରୁଦ୍ର ପ୍ରସାଦ ଜେନା ଏବଂ ଆକାଶ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........