ଆଠ ଗୋଟି ୱାର୍ଡକୁ ସଟ ଡାଉନ୍ ଘୋଷଣା କଲେ ନାହାଳପୁର ସରପଂଚ

ଆଠ ଗୋଟି ୱାର୍ଡକୁ ସଟ ଡାଉନ୍ ଘୋଷଣା କଲେ ନାହାଳପୁର ସରପଂଚ
IYA NEWS(କଂଟାପଡା) ତାରିଖ:୨୨/୦୭/୨୦୨୦ ମହାମାରୀ କରୋନା ଭୂତାଣୁ ଦିନକୁ ଦି କାୟା ବିସ୍ତାର କରିଚାଲିଥିବା ସମୟରେ ଆଜି ନାହାଳପୁର ଗ୍ରାମ ପଂଚାୟତର ସରପଂଚ ସୁଧିର କୁମାର ଦାସ, ଉକ୍ତ ପଂଚାୟତର  ଆଠ ଗୋଟି ଓା୍ୱର୍ଡକୁ ଆଜି ବୁଧବାର ସନ୍ଧ୍ୟା ଠାରୁ  ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍  ଘୋଷଣା କରିଛନ୍ତି  । ପ୍ରକାଶ୍ୟ ଏହି କି, ଉକ୍ତ ଚିହ୍ନଟ ବ୍ୟକ୍ତି ଜଣକ ନିଜର ପୁଅ ସହିତ କଟକ ବଡ ମେଡିକାଲରେ ଚିକିତ୍ସା କରିବା ପାଇଁ ଯାଇଥିଲେ  । ଏହା ପରେ ଉଭୟଙ୍କ କରୋନା ଟେଷ୍ଟ କରା ଯାଇଥିଲା । ତେବେ ଉଭୟଙ୍କ ଟେଷ୍ଟ ମଧ୍ୟରୁ ପୁଅର ନେଗେଟିଭ୍ ବାହାରିଥିଲା ସମୟରେ ବାପାଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା ।  ଏହି ସଂପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରପଂଚ ଶ୍ରୀଯୁକ୍ତ ଭୋଇ କଂଟାପଡା ବ୍ଲକ ଉନ୍ନୟନ ଅଧିକାରୀ ଶୁଭଶ୍ରୀ ରଥଙ୍କୁ ଅବଗତ କରିଥିବା ସମୟରେ ଗୋବିନ୍ଦପୁର ଥାନାଧିକାରୀ ମାନସ କୁମାର ମିଶ୍ରଙ୍କୁ ମଧ୍ୟ ଲିଖିତ ଭାବରେ ଅବଗତ କରିଛନ୍ତି ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........