ପଲିଥିନ ତଳେ ବିତୁଛି ଜୀବନ,ବେସାହାରା ଦଳିତ ପରିବାର
(କଂଟାପଡା) ତା୧୯/୦୭/୨୦ରିଖ ବୟସ ବଢି ଚାଲିଛି, ବଳ ଦିନକୁ ଦିନ କମି ଯାଉଛି । ହେଲେ ଏ ସାଧାରଣ ବୁଢା ମଣିଷକୁ କିଏ ପଚାରିବ ବାବୁ । ଆମ ପାଇଁ ସରକାର ପଥର ହୋଇ ଯାଇଛି । ସରକାରୀ ସହାୟତା ପଦୁଅଁ ଘୁଂଚି ଘୁଂଚି ଗଲା ପରି ଚାଲି ଯାଉଛି ବାବୁ । ଆମକୁ କିଏ ପଚାରିବ । ଏଇମିତି ଲୁହ ଲୁହ ଛଳ ଆଖିରେ କହୁଥିଲେ କଂଟାପଡା ବ୍ଲକ ଅଧିନସ୍ଥ ସାଇଲୋ ଝାରପଡା ଗ୍ରାମ ପଂଚାୟତ ବଡ ୱାଉ ବରାଇ ଗ୍ରାମର କୃଷ୍ଣଚନ୍ଦ୍ର ଭୋଇ (୬୫ ବର୍ଷ) । ସସ୍ତ୍ରୀକ ଉମା ଭୋଇ ଏବଂ ନିଜର ଝିଅ ସୁମିତ୍ରା ଭୋଇ ( ୧୯ ବର୍ଷ)ଙ୍କୁ ନେଇ ଏକ ଦଳିତ ଗରିବ ବେସାହାରା ପରିବାର କହିଲେ ଭୁଲ୍ ହେବ ନାହିଁ । ସରକାର ଗରିବ କଲ୍ୟାଣ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ କୃଷ୍ଣଚନ୍ଦ୍ରଙ୍କ ଫାଇଲ୍ ଆଜି ନାଲି ଫିତା ତଳେ ରହି ଯାଇଛି । ଶ୍ରୀଯୁକ୍ତ ଭୋଇ ଏବଂ ସ୍ତ୍ରୀଙ୍କ ବୟସର ସଂଜ ନଇଁ ଗଲେ ମଧ୍ୟ, ଏମାନଙ୍କୁ ଭତା ମିଳେ ନାହିଁ । ଶୌଚାଳୟ ମଧ୍ୟ ମିଳି ନାହିଁ । ମୋ କୁଡିଆ କିମ୍ବା ଇନ୍ଦିରା ଆବାସ ତ ଦୂର କଥା,ସରକାରଙ୍କ ଠାରୁ କେବଳ ମାସିକିଆ ପନ୍ଦର ଚାଉଳ ବ୍ୟତୀତ ଆଉ କିଛି ମିଳେ ନାହିଁ । ବୟସ ଅତ୍ୟଧିକ ହୋଇ ଯାଇଥିବାରୁ ସବୁ ଦିନେ ମୂଲ ଲାଗି ପାରନ୍ତିନି କୃଷ୍ଣଚନ୍ଦ୍ର । ହେଲେ ପନ୍ଦର କେଜି ଚାଉଳ ଅଂଟେ ନାହିଁ ତାଙ୍କୁ । ବେଳେ ବେଳେ ଦିନେ ରୋଷେଇ ହେଲେ, ଆର ଦିନକୁ ଚୁଲି ଅଜଳା ହୋଇ ରହିଯାଏ । ପେଟରେ ଓଦା କନା ପକାଇ ଶୋଇବା ହିଁ ସାର ହୁଏ । ଶ୍ରୀଯୁକ୍ତ ଭୋଇଙ୍କ ଘରେ ଲାଇନ୍ ନାହିଁ । ବିପିଏଲ୍ ଲାଇନ୍ କଟି ଯାଇଥିଲେ ମଧ୍ୟ ଡିବିରି ଆଲୁଅରେ ମାଟ୍ରିକ୍ ପର୍ଯ୍ୟନ୍ତ ପାଠ ପଢିଛନ୍ତି ବୋଲି କୁହନ୍ତି ଶ୍ରୀଯୁକ୍ତ ଭୋଇଙ୍କ ଝିଅ ସୁମିତ୍ରା । ହେଲେ ଏ ଗରିବ ପରିବାରକୁ କିଏ ସହାୟତା କରିବ କିଏ ଜାଣେ ? ସରପଂଚଙ୍କୁ ଯୋଗାଯୋଗ କଲାପରେ, ଆବଶ୍ୟକୀୟ କାଗଜାତପତ୍ର ପ୍ରଦାନ କଲାପରେ, ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି । ତେବେ ଆଗାମୀ ଦିନରେ, ଏପରି ବେସାହାରା ପରିବାରକୁ ତ୍ୱରିତ ଭାବରେ ପ୍ରଶାସନିକ ସହାୟତା ଯୋଗାଇ ଦେବା ପାଇଁ ବୁଦ୍ଧିଜିବୀମାନେ ଆଶାବ୍ୟକ୍ତ କରିଛନ୍ତି ।
No comments:
Post a Comment
ହୃଦୟର ଶରଧା ସହିତ...........