କ୍ରାଇମବ୍ରାଂଚ ତଦନ୍ତ ପାଇଁ ଦାବୀ କଲେ ସୂଚନାଧିକାରକର୍ମୀଙ୍କ ବାପା

କ୍ରାଇମବ୍ରାଂଚ ତଦନ୍ତ ପାଇଁ ଦାବୀ କଲେ ସୂଚନାଧିକାରକର୍ମୀଙ୍କ ବାପା 
 IYANEWS(କଟକ) ତା୧୪/୦୫/୨୦ରିଖ   କେନ୍ଦ୍ରାପଡା ଜିଲ୍ଲାରେ ସୂଚାନାଧିକାରକର୍ମୀ ରଂଜନ ଦାସଙ୍କର ମୃତୁ୍ୟକୁ   ଦୁର୍ଘଟଣା ଭାବେ ପ୍ରଶାସନ ରୂପ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଅଟେ  । ଯାହାକି ଏପର୍ଯ୍ୟନ୍ତ ଜନ ମାନସପଟରୁ ଲିଭି ନ ଥିବା ସ୍ଥଳେ, କେନ୍ଦ୍ରାପଡାବାସୀ  ଅପରାଧୀଙ୍କୁ ଦଣ୍ଡ ବିଧାନ ପାଇଁ ଉତ୍ସୁକତାର ସହ ଚାହିଁ ରହିଛନ୍ତି  ।  ତେବେ ସ୍ବ ପୁତ୍ରର ହତ୍ୟାକାଣ୍ଡରେ ପୋଲିସ ତଦନ୍ତରେ ଶିଥିଳତା, ଅପରାଧୀ ଓ ପୋଲିସ ମଧ୍ୟରେ ମଧୁଚନ୍ଦ୍ରିକା ଏବଂ ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ଚେଷ୍ଟିତ ଥିବା ସମୟରେ,ଆଜି ଶ୍ରୀଯୁକ୍ତ ଦାସଙ୍କ ବାପା ଲକ୍ଷ୍ମୀଧର ଦାସ ଦୁଃଖରେ ମ୍ରିୟମାଣ ହୋଇ କ୍ରାଇମବ୍ରାଂଚ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସାକ୍ଷାତରେ ଆକୁଳ ନିବେଦନ କରିଛନ୍ତି  । ଏହା ସହିତ ଶ୍ରୀଯୁକ୍ତ ଦାସଙ୍କ ସହିତ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ,ପ୍ରତାପ ମହାନ୍ତି ଓ ମନୋରଂଜନ ଜେନା ପ୍ରମୁଖ ଭାବରେ ଛଅ ଜଣିଆ ପ୍ରତିନିଧି ଦଳ କ୍ରାଇମବ୍ରାଂଚ ଡିଜିଙ୍କ ସହିତ  ଏ ସଂପର୍କରେ ଆଲୋଚନା ପୂର୍ବକ କେନ୍ଦ୍ରାପଡା ପୋଲିସର ଅପରାଧୀମାନଙ୍କ ସହିତ ସୁ ସମ୍ପର୍କ ଏବଂ ହତ୍ୟାକାଣ୍ଡରେ ପୋଲିସ ପ୍ରଶାସନର ଶିଥିଳତା ସଂପର୍କରେ ଆଲୋଚନା କରିଥିଲେ । ତେବେ ଆଲୋଚନା କ୍ରମେ,ଉକ୍ତ କେସ୍ କରୋନା ହେତୁ ବିଳମ୍ବ ହୋଇଛି ଏବଂ  ତ୍ୱରିତ ଭାବରେ ଏହାର ତଦନ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି କ୍ରାଇମ ବ୍ରାଂଚ୍ ଡିଜି ପ୍ରତିଶ୍ରୁତି ଦେଇଥିଲେ  ।ପରିଶେଷରେ  କ୍ରାଇମବ୍ରାଂଚ ଡିଜି ଏହାର ତଦନ୍ତ ରିପୋର୍ଟ ଜିଲ୍ଲା ପୋଲିସକୁ ମଗାଇବା ସହିତ  ଶବ ବ୍ୟବଛେଦ ରିପୋର୍ଟରେ ଡାକ୍ତରଙ୍କ ଦ୍ୱାରା ମୃତୁ୍ୟର କାରଣ ଅନୁଧ୍ୟାନ କରାଯିବ ଏବଂ ପରିବାର ଏବଂ ସାକ୍ଷୀମାନଙ୍କ ବୟାନକୁ ଭିତି କରି ତଦନ୍ତକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମତବ୍ୟକ୍ତ କରିଛନ୍ତି  । ପ୍ରକାଶ୍ୟ ଯେ,  ଗତ ଫେବୃୟାରୀ ମାସ ୧ ତାରିଖରେ ସୂଚନାଧିକାରକର୍ମୀ ରଂଜନ ଦାଶଙ୍କ ମୃତ ଦେହ ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ଗ୍ରାମର ରାସ୍ତା କଡରୁ ଉଦ୍ଧାର କରାଯିବା ସହିତ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଭାବେ ଥାନାରେ ଅଭିଯୋଗ କରାଯାଇଥିଲା । ପରେ ପରେ କେନ୍ଦ୍ରାପଡାର ଜନସାଧାରଣଙ୍କ ମନରେ ଏହା ଏକ ସୁପରିକଳ୍ପିତ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡ ସହିତ ଶାସକ ଦଳର ନେତା,ମାଫିଆ ଏବଂ ଠିକାଦାରମାନଙ୍କ ସଂପୃକ୍ତି ଥିବା ହେତୁ  ତୀବ୍ର ଉତେଜନା ପ୍ରକାଶ ପାଇଥିଲା ।ହେଲେ ପରିତାପର ବିଷୟ, ଥାନାରେ ଅଭିଯୋଗ କଲା ପରେ ମଧ୍ୟ ପୋଲିସ ପ୍ରଶାସନର ନିଷ୍କ୍ରିୟତା ଏବଂ ତଦନ୍ତରେ ଶିଥିଳତା ହେତୁ, ମୃତକଙ୍କ ବାପାଙ୍କୁ ଅପରାଧୀମାନେ ଧମକ ଦେଇଥିଲେ ।  ଉକ୍ତ ଘଟଣା ସଂପର୍କରେ ଗତ ଫେବୃୟାରୀ ୧୩ ଏବଂ ୧୬ ତାରିଖରେ ପାଟକୁରା ଥାନାରେ ଅଭିଯୋଗ କରା ଯାଇଥିଲା  । ହେଲେ  ପୋଲିସର ବେଖିଆଲୀ ମନୋବୃତି ହେତୁ,  ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଓଡିଶା ଲୋକାୟୁକ୍ତ, ଜାତୀୟ ମାନବାଧିକାର କମିଶନ, ଓଡିଶା ମାନବାଧିକାର କମିଶନ ଓ ଓଡିଶା ସୂଚନା କମିଶନ ନିକଟରେ ଅଭିଯୋଗ କରା ଯାଇଥିଲା  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........