କିରୋସିନିର ବଂଟନରେ କଳାବଜାରୀ,ଦରଖାସ୍ତ ଦେଲେ ସୂଚନାଧିକାରକର୍ମୀ

କିରୋସିନିର ବଂଟନରେ କଳାବଜାରୀ,ଦରଖାସ୍ତ ଦେଲେ ସୂଚନାଧିକାରକର୍ମୀ
IYA NEWS (ବାରଙ୍ଗ) ତା: ୧୬/୦୫/୨୦ରିଖ ମହାମାରୀ କରୋନାର କରାଳ ଛାୟା, ସାରା ବିଶ୍ୱକୁ ଗ୍ରାସ କରିଥିବା ସମୟରେ କଂଟ୍ରୋଲ ଡିଲରମାନଙ୍କ  କଳା ବଜାରୀ ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି  । ବିଶେଷ କରି ସରକାରଙ୍କ ତରଫରୁ  ଡିଲରମାନଙ୍କୁ, ସେମାନଙ୍କର ବଂଟନ କେନ୍ଦ୍ରରେ ମୂଲ୍ୟ ସୂଚୀ ପ୍ରଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ   ତାହା ପାଳନ କରା ଯାଉନାହିଁ  । ଏହି ପରିପ୍ରେକ୍ଷୀରେ ବାରଙ୍ଗ ବ୍ଲକ ଅଧିନସ୍ଥ ହରିଅନ୍ତା ଗ୍ରାମ ପଂଚାୟତ,ଅନ୍ଧୋଟୀ ଗ୍ରାମର  ସୂଚାନାଧିକାରକର୍ମୀ ବସନ୍ତ ଜେନା ଜିଲ୍ଲାପାଳଙ୍କୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି  ।ବିଶେଷତଃ ହିତାଧିକାରୀମାନଙ୍କର ରାସନ୍ ସାମଗ୍ରୀ ବଂଟନ କରିବା ପାଇଁ, ଏଠାରେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ  । ଏତଦ୍ ବ୍ୟତୀତ  ଡିଲରମାନେ ପଡି କାର୍ଡରେ କିରୋସିନ ବଂଟନ ସଂପର୍କରେ କୌଣସି ପରିମାଣ ଏବଂ ଦର ଉଲ୍ଲେଖ ନ କରି ସ୍ବେଛାଚାରିତା ଢଙ୍ଗରେ କେଉଁଠି ଟ.୩୦.୦୦ରେ ତ, କେଉଁଠି ଟ.୩୫.୦୦ରେ ରାସନ କିରୋସିନ ବଂଟନ କରୁଛନ୍ତି । ଏପରିକି କିରୋସିନିର ପରିମାଣ ଠିକ୍ ମଧ୍ୟ ରହୁନାହିଁ । ଯାହା କି କେଉଁଠି ଚାରି ଲିଟର ତ, କେଉଁଠି ପାଂଚ ଲିଟର କିରୋସିନ୍ ବଂଟନ କରା ଯାଉଛି  ।ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଗରିବ ଜନସାଧାରଣଙ୍କୁ ମାଗଣାରେ ଆଗୁଆ ତିନି ମାସର  ଚାଉଳ ମୁଣ୍ଡ ପିଛା ପାଂଚ କି.ଗ୍ରା ଏବଂ  ଡାଲି ମୁଣ୍ଡ  ପିଛା ଏକ କି.ଗ୍ରା. ପ୍ରଦାନ କରିବା ବ୍ୟବସ୍ଥା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଡାଲି ପ୍ରଦାନ କରାଯାଇନାହିଁ  । ଏପରିକି ମହାମାରୀ କରୋନା ପରି ବଡ ଦୁର୍ବିପାକରେ ଅନେକ ଗରିବ ଲୋକ, ରାସନ ହିତାଧିକାରୀରୁ ବାଦ୍ ପଡିଛନ୍ତି  । ଏହାର ବିଧିବଦ୍ଧ ତଦନ୍ତ କରାଯାଇ,ସେମାନଙ୍କୁ ରିଲିଫ ପ୍ରଦାନ କରିବା ପାଇଁ ଅନ୍ତର୍ଭୁକ୍ତ କରାଯିବା ପାଇଁ ନିବେଦନ ପତ୍ରରେ ଉଲ୍ଳେଖ କରିଛନ୍ତି  । ତେବେ ଏହି ନିବେଦନ ପତ୍ରର ଏକ କିତା ନକଲ  କଟକ ଜିଲ୍ଲା ନାଗରିକ ଯୋଗାଣ ଅଧିକାରୀ ଅମର ମହାପାତ୍ର ଏବଂବାରଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରଭାକର ପଣ୍ଡାଙ୍କୁ ପ୍ରଦାନ କରା ଯାଇଛି  । ତେବେ କିରୋସିନର ଦର ବାରମ୍ବାର ପରିବର୍ତନ ହେଉଥିବାରୁ, ସଠିକ୍ ନିର୍ଦ୍ଧାରଣ ମୂଲ୍ୟ ପ୍ରକାଶ କରିବା ସମ୍ଭବ ନ ହେଲେ , ଅସାଧୁ ଡିଲରମାନଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି, ବାରଙ୍ଗ ବ୍ଲକ୍ ଯୋଗାଣ ନିରିକ୍ଷୀକା ମଧୁସ୍ମିତା ମାଝୀ ପ୍ରକାଶ କରିଛନ୍ତି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........