ଗତ ତା:୧୦/୦୪/୨୦ରିଖରୁ ଆଜି ପର୍ଯ୍ୟନ୍ତ ସାରା ଭାରତ ବର୍ଷରେ ଲକ୍ ଡାଉନ୍ ଚାଲିଥିଲା ସମୟରେ କେଉଁ ଦିନ ବି ଫୁରସତ୍ ମିଳେ ନି । ଖରା ବେଳ ସାରା ଖାଦ୍ୟ ପୁଡିଆ ବାଂଟିଲା ବେଳେ, ବଡ ଖାଲ ଗ୍ରାମ ରାସ୍ତା ମୋ ପାଇଁ ଅତି ନିକଟତର ହେଲେ ବି, ବାଗଲପୁର ରାସ୍ତାରେ ଅଡଶପୁରରୁ ପ୍ରତି ଦିନ ଖାଦ୍ୟ ପୁଡିଆ ଧରି ଆସିଲା ବେଳେ,କାଳେ କିଏ ଦେଖା ହେଇଯିବ, ଆଖି ସବୁ ବେଳେ କାହାକୁ ଖୋଜୁଥାଏ, ଆପଣାର ମଣିଷଟିଏ କୁ ଖୋଜିଲା ପରି । ତେବେ ଅନ୍ୟର ଜୀବନ ସହିତ ନିଜ ଜୀବନକୁ ସାଲିସ କରି ଜିଇଁଲା ବେଳେ, ନିଜ ଜୀବନରେ ହା, ହତାଶ ବ୍ୟତୀତ କିଛି ନଥା ଏ । ହୁଏତ ମୁଁ ଭାବୁଛି, ମୁଁ ସୁନା ଚାମଚ ଧରି ଜାତ ହୋଇନି ଯେ. ସବୁ ଦିନେ କିଛି ଲେଖା ଲେଖି କରିବା ପାଇଁ । ତଥାପି ଆଜିର ଶ୍ରମିକ ଦିବସରେ, ଆପଣଙ୍କର ଜଣେ ସେବକ ଭାବରେ, ଏକ ଖରା ବେଳର ଅନୁଭୁତିକୁ ନେଇ ମୋର କବିତା ଗରିବ ଜୀବନ ପାଠ କରିବା ପାଇଁ ସବିନୟ ଅନୁରୋଧ ।
ପାଖରେ ନାହିଁ କମ୍ବଳ, ଲୋଟା,
ଜନେ “ପାଗଳ” କରନ୍ତି ଥଟ୍ଟା । ।
ପେଟରେ ଭୋକ, ଆଖିରେ ଲୁହ,
ଦେହ ଅବଶ, ହୃଦୟେ କୋହ ।
ଆଖିର ଲୁହ ପିଉଛି ଓଠ,
ଜୀବନ ସାରା, ମୁଁ ଚାଲିବିି ବାଟ ।
ପଥ ଅସରନ୍ତି, ଜୀବନ ନଇ,
ଯୁଆଡେ ଚାହୁଁଛି, ଯାଉଛି ବହି । ।
ଆଖି ଖୋଜେ ନାହିଁ ବାଟ ଅବାଟ,
ପେଟରେ ବାଜୁଛି, ଭୋକର ନାତ ?
ଜାଣେ ନାହିଁ ମୁହିଁ, ପର ଆପଣା;
ଜୀବନର ବାଟ ମୋତେ ଅଜଣା । ।
ନିରବି ଯିବି ମୁଁ, ମୁଦିଲେ ଆଖି ।
ପଡିଥିବ ଦେହ, ନ ଥିବେ କେହି,
“ପାଗଳା”ଟା ମଲା, ହେବେ କୁହା କୁହି ।
ସରିବ ଜୀବନ, ହେବ ମରଣ ।
ଭାରି ହିନୀମାନ, ଗରିବ ଜୀବନ । ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...
No comments:
Post a Comment
ହୃଦୟର ଶରଧା ସହିତ...........