ଡାଲି ବଂଟନରେ ଡିଲରଙ୍କ ଚଂଚକତା:ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଡାଲି ବଂଟନରେ ଡିଲରଙ୍କ ଚଂଚକତା:ଜିଲ୍ଲାପାଳଙ୍କୁ ଦାବୀ ପତ୍ର
IYA NEWS (ଫୁଲ ନଖରା) ତା:୦୮/୦୫/୨୦୨୦ରିଖ ସାରା ବିଶ୍ୱକୁ ମହାମାରୀ  କରୋନା କବଳିତ କରି ସାରି ଥିବା ବେଳେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ।  ସାରା ଭାରତ ବର୍ଷ ଲକ୍ ଡାଉନ୍ ହୋଇଥିବା ସମୟରେ, ସବୁ ଠାରୁ ଖାଦ୍ୟ ସମସ୍ୟା ଏକ ବଡ ସମସ୍ୟା ଭାବେ ପ୍ରତୀୟମାନ ହୋଇଛି  ।  ତେବେ ମାର୍ଚ୍ଚ ୨୫ ତାରିଖରୁ ଲକ୍ ଡାଉନ ଘୋଷଣା ହେବା ପରେ,  ଖଟିଖିଆ ନିମ୍ନବିତ ପରିବାରମାନଙ୍କର ଅସୁବିଧାକୁ ଲକ୍ଷ କରି; କେନ୍ଦ୍ର ସରକାର  ପ୍ରଧାନମନ୍ତ୍ରୀ କଲ୍ୟାଣ ଯୋଜନା ମାଧ୍ୟମରେ ଆଗୁଆ ତିନି ମାସ ପାଇଁ ମୁଣ୍ଡ ପିଛା  ପାଂଚ କିଲୋଗ୍ରାମ ଚାଉଳ ଏବଂ ଏକ କିଲୋଗ୍ରାମ ହରଡ ଡାଲି ଘୋଷଣା କରିଥିଲେ । ହେଲେ ପରିତାପର ବିଷୟ,  ଓଡିଶାରେ ଅଦ୍ୟାବଧି ତାହା ମିଳିପାରିଲା ନାହିଁ  । ପ୍ରାୟ କେତେକ ସ୍ଥାନରେ ଏଯାବତ୍  ଚାଉଳ ଏବଂ  ଡାଲି ବଂଟନ ନ ହୋଇ ଥିବା ସ୍ଥଳେ କେବଳ ଚାଉଳ ବଂଟନ କରା ଯାଇଛି  । ଯାହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଡିଲରମାନେ ଖୋଲା ଖୋଲି ଭାବରେ ଉଲ୍ଲଙ୍ଘନ କରୁଛନ୍ତି  ।  ଏପରି  ଘଡି ସନ୍ଧି ସମୟରେ, ଡାଲି ବଂଟନ ନ କରିବା ସହିତ   ଲୋକମାନଙ୍କର ଚାଉଳ କାଟିବା ସହିତ ବାଟ ମାରଣା କରିବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ ।ତେବେ ରାସନ ବଂଟନ କ୍ଷେତ୍ରରେ ଓଡିଶା ସରକାର  ଅଗ୍ରଣୀ ବୋଲି ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେଲେ ମଧ୍ୟ ଏହା ଏକ ବିରାଟ ପ୍ରହସନ   ପାଲଟିଛି  । ଆଜି ଏହି ପରିପ୍ରେକ୍ଷୀରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ଆହ୍ୱାନ କ୍ରମେ ଓସା, କଟକ ଜିଲ୍ଲା ତରଫରୁ ଜିଲ୍ଲାପାଳ,କଟକଙ୍କୁ  ଓସାର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର  ସାହୁ, ପ୍ରତାପ ମହାନ୍ତି, ମାଧବାନନ୍ଦ ଭୋଇ ଏବଂ ଅକ୍ଷୟ ପଣ୍ଡା ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।  ଏତଦ୍ ବ୍ୟତୀତ  ଏ ସଂପର୍କରେ ଯଥୋଚିତ ତଦନ୍ତ କରିବା ସହିତ ଡିଲର ମାନଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହାର ଏକ କିତା ନକଲ ଲାଲବାଗ ଥାନା ଅଧିକାରୀଙ୍କୁ ପ୍ରଦାନ କରା ଯାଇଛି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........