ଊଠୁରେ ମାଆ, ଉଠୁ

                                                                                                                                                                                               ( IYA NEWS)ଏଇ ହେଉଛି ଆମର ଭାରତ ବର୍ଷ  । ଯେଉଁଠି ଆମେ ସୀତା ଅହଲ୍ୟାଙ୍କୁ
ନେଇ ଗର୍ବ କରୁ  । ହେଲେ ଏଠି ଗରିବ ମହିଳା ଲୁହ ଲହୁରେ ସନ୍ତୁଳି ହୋଇ ମରେ  ।  କେବେ କେବେ ଭୋକ ଉପାସରେ ବାଟରେ ବି ଟଳି ପଡେ  । କଥାରେ ଅଛି  ପରା ଗରିବ ମାଇପ ସବୁରୀ ଶାଳୀ  । ସତରେ ସତୀ ସ୍ବାଧୀମାନଙ୍କ ଭାରତ ବର୍ଷରେ କୋଟି କୋଟି ଟଙ୍କାର ମନ୍ଦିର ପ୍ରାସାଦ ତିଆରି ହୋଇଥିବା ବେଳେ, ଗତ କାଲି  ମୁଜାଫର ରେଲ ଷ୍ଟେସନରେ  ଏପରି ହୃଦୟ ବିଦାରକ ଦୃଶ୍ୟ, ସମଗ୍ର ଭାରତ ବର୍ଷ ପାଇଁ ଅତ୍ୟନ୍ତ ଲଜ୍ଜା ଜନକ  । ଏହି ଷ୍ଟେସନର ପ୍ଲାଟ ଫର୍ମରେ  ତିନି ଦିନ ଟ୍ରେନରେ ଯାତ୍ରା କଲା ପରେ, ଭୋକ ଉପାସରେ ଏଠି ଟଳି ପଡିବା ସତରେ ଆଖିରେ ଲୁହ ଆସି ଯାଉଛି  । ମାଆଟି ମରି ପଡିଥିବା ସମୟରେ, ବରଷକର ନିରୀହ ଶିଶୁଟି ଚାଦର ଖସାଇ, ଉଠାଇବା ପାଇଁ ଲାଗି ପଡିଛି  । ଧନ୍ୟ କହିବ   ଆମର ସମାଜକୁ  ।  ଧିକ୍ ମଣିଷପଣିଆକୁ  ।  ଯଦି ପୁର୍ନଜନ୍ମ ଥାଏ, ଆଉ ଥରେ ମଣିଷ ଜନମ ନେବା ପାଇଁ ମୋର ଇଚା ନାହିଁ  । ତେବେ ମୋର କବିତାଟିକୁ ପାଠ କରି ମତାମତ ଦେବେ ବୋଲି ମୋର ଆଶା । ।
ଊଠୁରେ ମାଆ, ଉଠୁ,
ଶୋଇଛୁ ତୁ କାହିଁ, ଯିବା ଆମ ଘର;
ପେଟ ଜଳେ ହୁତୁ ହୁତୁ , ପେଟ ଜଳେ ହୁତୁ ହୁତୁ  । ।

ତିନି ଦିନ ହେଲା କିଛି ତ ଖାଇନୁ,
ପାଣି ମୁନ୍ଦେ କେବେ ମିଳେ ନ ମିଳେ ।
ଦାଦନ ଜୀବନ, ଭାରି ହିନୀମାନ;
ପେଟରେ କରଡି କାହିଁକି ଜଳେ ?
 କାମ ତ ସରିଲା, ପଇସାଟେ ନାହିଁ,
ଫେରିଯିବା ଆମ ଭିଟା ମାଟିକୁ ।
ଜନମିଛୁ ସେଠି, ମରିବୁ ସେଇଠି;
ଆମ ଗୁହାରୀ ,କରିବୁ କାହାକୁ ?

ଦାଦନର ଛୁଆ, ଅଟୁ  ଅଚାବୁଆ;
ଉଠିବ କେବେ ମୋ, ମାଆ ଶୋଇଛି?
ଶୁଖି ଯାଏ ତଂଟି, କୋରି ହୁଏ ଛାତି;
ଉଠୁ ଲୋ ମାଆ,  ଦେ ଆଉଁସି  । ।
ଦି ଘଡି ହେଲାଣି, ମୁଣ୍ଡ ଫଟା ଖରା;
ଶୋଇ ପଡିଛୁ କି ତୁ ଖଟି ଖଟି  ।
କେବେ ତୁ ଉଠିବୁ, ଗେଲ ତୁ କରିବୁ ।
କୁନି ଛୁଆ ତୋର ବୁଲୁଛି ଏଠି  । ।

ନାଇଁ ବାଲି ମିଶ୍ରି, ନାଇଁ ଖୁଦ ଚୂଡା;
ତୋ ଥନରୁ ମୋତେ ବୁନ୍ଦାଏ ଦେ ।
ପାଦ ଟଳମଳ, ନିଦ ଆସିଲାଣି 
ତୋ କୋଳରେ ଟିକେ ଶୁଆଇ ଦେ  । ।
ନିରୀହ  ସରଳ,କୁନି ବାଳୁତ ସେ,
ଜାଣେ ନା, ତା ମାଆ ମରି ଯାଇଛି ।
ଫେରିବନି କେବେ, ଆସିବନି କେବେ
ଅଫେରା ରାଇଜେ ଚାଲି ଯାଇଛି  । ।
        IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

4 comments:

  1. ଲୁହ ଆସିଗଲା । ଦୁଃଖଦ ଘଟଣା ।

    ReplyDelete
  2. Shame on us .... Govt. Forgot article 19-21

    ReplyDelete
  3. This comment has been removed by the author.

    ReplyDelete
  4. This comment has been removed by the author.

    ReplyDelete

ହୃଦୟର ଶରଧା ସହିତ...........