କିରୋସିନ ବଂଟନ କ୍ଷେତ୍ରରେ ଚଂଚକତା, ବାରଙ୍ଗ ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନଙ୍କ ଗଣ ଧାରଣା

କିରୋସିନ ବଂଟନ କ୍ଷେତ୍ରରେ ଚଂଚକତା, ବାରଙ୍ଗ ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନଙ୍କ ଗଣ ଧାରଣା

 IYA NEWS (ବାରଙ୍ଗ) ତା ୩୦/୦୫/୨୦ରିଖ କେନ୍ଦ୍ର ସରାକାର ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ  ମାସିକ ଦୁଇ ଲିଟର କିରୋସିନ ଯୋଗାଇ ଆସୁଛନ୍ତି  । ତେବେ କିରୋସିନ୍ ବଂଟନ କ୍ଷେତ୍ରରେ ପାତର ଅନ୍ତର କରା ଯାଇ କିରୋସିନ ଦରରେ ଚଂଚକତା କରାଯାଇ, ଜନ ସାଧାରଣଙ୍କୁ ଶୋଷଣ କରାଯାଉଛି  । ଏହି ପରିପ୍ରେକ୍ଷୀରେ ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ଆହ୍ୱାନ କ୍ରମେ, ରାଜ୍ୟର ବିଭିନ୍ନ ବ୍ଲକରେ ସାମାଜିକ ଦୂରତାକୁ ବଜାୟ ରଖି ଗଣ ଧାରଣା ପ୍ରଦର୍ଶନ କରିଛନ୍ତି  । ଏହି କରୋସିନ ବଂଟନର ଅନିୟମିତତା   ହେତୁ, ଆଜି ଓସା,କଟକ ଜିଲ୍ଲା ତରଫରୁ ବାରଙ୍ଗ ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନେ ଗଣ ଧାରଣା ପ୍ରଦର୍ଶନ କରିଥିଲେ  । ତେବେ ବର୍ତ୍ତମାନ କରୋନା ବିପତ୍ତି ଯୋଗୁଁ  ସରକାର ତିନି ମାସର ୬ଲିଟର କିରୋସିନ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଡିଲର ମାନଙ୍କୁ ଏହି କିରୋସିନ ହିତାଧିକାରୀଙ୍କ ନିକଟରେ ପହଞ୍ଚେଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ଡିଲରମାନେ ସମସ୍ତ ସରକାରୀ ନୀତି ନିୟମକୁ ଉଲଂଘନ କରି ୬ଲିଟର ଜାଗାରେ ୫ ଲିଟର କିରୋସିନ ଦେବା ସହ ଲିଟର ପିଛା ସକରାରୀ ନିର୍ଦ୍ଧାରିତ ଦରଠାରୁ ଚଢା ଦରରେ ଅର୍ଥାତ ୪୦ରୁ ୫୦ ଟଙ୍କା ଲିଟର ପିଛା ନେଇ ହିତାଧିକାରୀଙ୍କୁ ଲୁଟ କରିବାରେ ଲାଗିପଡିଛନ୍ତି । ଏହିଭଳି ଭାବେ ଡିଲର ଏବଂ  ମାର୍କେଟିଙ୍ଗ ଇନସିପେକ୍ଟର ମିଳିତ ଭାବେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି । ଏହାର କୌଣସି ରସିଦ ଦେଉନାହାନ୍ତି  ଏବଂ ବଂଟନ କାଗଜାତପତ୍ରରେ ୫ଲିଟର କିରୋସିନ ଦେଇ ୬ ଲିଟର ଲେଖି ଦେଉଛନ୍ତି।ଏତ୍ଦ ବ୍ୟତୀତ ଡିଲରମାନେ ସେମାନଙ୍କର ବଂଟନ କେନ୍ଦ୍ରରେ ଜନ ସାଧାରଣଙ୍କ ପାଇଁ କୌଣସି ମୂଲ୍ୟ ସୂଚୀ ପ୍ରଦର୍ଶନ କରୁ ନାହାନ୍ତି ଏବଂ  ଗଚ୍ଛିତ ସାମଗ୍ରୀ ସଂପର୍କରେ ଉଲ୍ଳେଖ କରାଯାଉନାହିଁ, ଯାହା ଅତ୍ୟନ୍ତ ପରିତାପର ବିଷୟ ଅଟେ । ହେଲେ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ  ସୂଚନାଧିକାରକର୍ମୀମାନେ ବିକ୍ଷୋଭକୁ ଆହୁରି ଜୋରଦାର କରାଯିବ ବୋଲି, ଆୟୋଜିତ ଗଣ ଧାରଣାରେ ଓସାର ସୂଚନାଧିକାରକର୍ମୀ ବସନ୍ତ ଜେନା, ଜିତେନ୍ଦ୍ର  ସାହୁ,ଦିଲ୍ଲୀପ  କୁମାର ପାଣି ଏବଂ ସ୍ମୃତି ରଂଜନ ମହାନ୍ତି ପ୍ରମୁଖ ମତବ୍ୟକ୍ତ କରିଛନ୍ତି ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........