କିରୋସିନ ବଂଟନ କ୍ଷେତ୍ରରେ ଚଂଚକତା, ବାରଙ୍ଗ ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନଙ୍କ ଗଣ ଧାରଣା
IYA NEWS (ବାରଙ୍ଗ) ତା ୩୦/୦୫/୨୦ରିଖ କେନ୍ଦ୍ର ସରାକାର ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ ମାସିକ ଦୁଇ ଲିଟର କିରୋସିନ ଯୋଗାଇ ଆସୁଛନ୍ତି । ତେବେ କିରୋସିନ୍ ବଂଟନ କ୍ଷେତ୍ରରେ ପାତର ଅନ୍ତର କରା ଯାଇ କିରୋସିନ ଦରରେ ଚଂଚକତା କରାଯାଇ, ଜନ ସାଧାରଣଙ୍କୁ ଶୋଷଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ଆହ୍ୱାନ କ୍ରମେ, ରାଜ୍ୟର ବିଭିନ୍ନ ବ୍ଲକରେ ସାମାଜିକ ଦୂରତାକୁ ବଜାୟ ରଖି ଗଣ ଧାରଣା ପ୍ରଦର୍ଶନ କରିଛନ୍ତି । ଏହି କରୋସିନ ବଂଟନର ଅନିୟମିତତା ହେତୁ, ଆଜି ଓସା,କଟକ ଜିଲ୍ଲା ତରଫରୁ ବାରଙ୍ଗ ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନେ ଗଣ ଧାରଣା ପ୍ରଦର୍ଶନ କରିଥିଲେ । ତେବେ ବର୍ତ୍ତମାନ କରୋନା ବିପତ୍ତି ଯୋଗୁଁ ସରକାର ତିନି ମାସର ୬ଲିଟର କିରୋସିନ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଡିଲର ମାନଙ୍କୁ ଏହି କିରୋସିନ ହିତାଧିକାରୀଙ୍କ ନିକଟରେ ପହଞ୍ଚେଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ଡିଲରମାନେ ସମସ୍ତ ସରକାରୀ ନୀତି ନିୟମକୁ ଉଲଂଘନ କରି ୬ଲିଟର ଜାଗାରେ ୫ ଲିଟର କିରୋସିନ ଦେବା ସହ ଲିଟର ପିଛା ସକରାରୀ ନିର୍ଦ୍ଧାରିତ ଦରଠାରୁ ଚଢା ଦରରେ ଅର୍ଥାତ ୪୦ରୁ ୫୦ ଟଙ୍କା ଲିଟର ପିଛା ନେଇ ହିତାଧିକାରୀଙ୍କୁ ଲୁଟ କରିବାରେ ଲାଗିପଡିଛନ୍ତି । ଏହିଭଳି ଭାବେ ଡିଲର ଏବଂ ମାର୍କେଟିଙ୍ଗ ଇନସିପେକ୍ଟର ମିଳିତ ଭାବେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି । ଏହାର କୌଣସି ରସିଦ ଦେଉନାହାନ୍ତି ଏବଂ ବଂଟନ କାଗଜାତପତ୍ରରେ ୫ଲିଟର କିରୋସିନ ଦେଇ ୬ ଲିଟର ଲେଖି ଦେଉଛନ୍ତି।ଏତ୍ଦ ବ୍ୟତୀତ ଡିଲରମାନେ ସେମାନଙ୍କର ବଂଟନ କେନ୍ଦ୍ରରେ ଜନ ସାଧାରଣଙ୍କ ପାଇଁ କୌଣସି ମୂଲ୍ୟ ସୂଚୀ ପ୍ରଦର୍ଶନ କରୁ ନାହାନ୍ତି ଏବଂ ଗଚ୍ଛିତ ସାମଗ୍ରୀ ସଂପର୍କରେ ଉଲ୍ଳେଖ କରାଯାଉନାହିଁ, ଯାହା ଅତ୍ୟନ୍ତ ପରିତାପର ବିଷୟ ଅଟେ । ହେଲେ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ସୂଚନାଧିକାରକର୍ମୀମାନେ ବିକ୍ଷୋଭକୁ ଆହୁରି ଜୋରଦାର କରାଯିବ ବୋଲି, ଆୟୋଜିତ ଗଣ ଧାରଣାରେ ଓସାର ସୂଚନାଧିକାରକର୍ମୀ ବସନ୍ତ ଜେନା, ଜିତେନ୍ଦ୍ର ସାହୁ,ଦିଲ୍ଲୀପ କୁମାର ପାଣି ଏବଂ ସ୍ମୃତି ରଂଜନ ମହାନ୍ତି ପ୍ରମୁଖ ମତବ୍ୟକ୍ତ କରିଛନ୍ତି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...
IYA NEWS (ବାରଙ୍ଗ) ତା ୩୦/୦୫/୨୦ରିଖ କେନ୍ଦ୍ର ସରାକାର ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ ମାସିକ ଦୁଇ ଲିଟର କିରୋସିନ ଯୋଗାଇ ଆସୁଛନ୍ତି । ତେବେ କିରୋସିନ୍ ବଂଟନ କ୍ଷେତ୍ରରେ ପାତର ଅନ୍ତର କରା ଯାଇ କିରୋସିନ ଦରରେ ଚଂଚକତା କରାଯାଇ, ଜନ ସାଧାରଣଙ୍କୁ ଶୋଷଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ଆହ୍ୱାନ କ୍ରମେ, ରାଜ୍ୟର ବିଭିନ୍ନ ବ୍ଲକରେ ସାମାଜିକ ଦୂରତାକୁ ବଜାୟ ରଖି ଗଣ ଧାରଣା ପ୍ରଦର୍ଶନ କରିଛନ୍ତି । ଏହି କରୋସିନ ବଂଟନର ଅନିୟମିତତା ହେତୁ, ଆଜି ଓସା,କଟକ ଜିଲ୍ଲା ତରଫରୁ ବାରଙ୍ଗ ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନେ ଗଣ ଧାରଣା ପ୍ରଦର୍ଶନ କରିଥିଲେ । ତେବେ ବର୍ତ୍ତମାନ କରୋନା ବିପତ୍ତି ଯୋଗୁଁ ସରକାର ତିନି ମାସର ୬ଲିଟର କିରୋସିନ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଡିଲର ମାନଙ୍କୁ ଏହି କିରୋସିନ ହିତାଧିକାରୀଙ୍କ ନିକଟରେ ପହଞ୍ଚେଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ଡିଲରମାନେ ସମସ୍ତ ସରକାରୀ ନୀତି ନିୟମକୁ ଉଲଂଘନ କରି ୬ଲିଟର ଜାଗାରେ ୫ ଲିଟର କିରୋସିନ ଦେବା ସହ ଲିଟର ପିଛା ସକରାରୀ ନିର୍ଦ୍ଧାରିତ ଦରଠାରୁ ଚଢା ଦରରେ ଅର୍ଥାତ ୪୦ରୁ ୫୦ ଟଙ୍କା ଲିଟର ପିଛା ନେଇ ହିତାଧିକାରୀଙ୍କୁ ଲୁଟ କରିବାରେ ଲାଗିପଡିଛନ୍ତି । ଏହିଭଳି ଭାବେ ଡିଲର ଏବଂ ମାର୍କେଟିଙ୍ଗ ଇନସିପେକ୍ଟର ମିଳିତ ଭାବେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି । ଏହାର କୌଣସି ରସିଦ ଦେଉନାହାନ୍ତି ଏବଂ ବଂଟନ କାଗଜାତପତ୍ରରେ ୫ଲିଟର କିରୋସିନ ଦେଇ ୬ ଲିଟର ଲେଖି ଦେଉଛନ୍ତି।ଏତ୍ଦ ବ୍ୟତୀତ ଡିଲରମାନେ ସେମାନଙ୍କର ବଂଟନ କେନ୍ଦ୍ରରେ ଜନ ସାଧାରଣଙ୍କ ପାଇଁ କୌଣସି ମୂଲ୍ୟ ସୂଚୀ ପ୍ରଦର୍ଶନ କରୁ ନାହାନ୍ତି ଏବଂ ଗଚ୍ଛିତ ସାମଗ୍ରୀ ସଂପର୍କରେ ଉଲ୍ଳେଖ କରାଯାଉନାହିଁ, ଯାହା ଅତ୍ୟନ୍ତ ପରିତାପର ବିଷୟ ଅଟେ । ହେଲେ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ସୂଚନାଧିକାରକର୍ମୀମାନେ ବିକ୍ଷୋଭକୁ ଆହୁରି ଜୋରଦାର କରାଯିବ ବୋଲି, ଆୟୋଜିତ ଗଣ ଧାରଣାରେ ଓସାର ସୂଚନାଧିକାରକର୍ମୀ ବସନ୍ତ ଜେନା, ଜିତେନ୍ଦ୍ର ସାହୁ,ଦିଲ୍ଲୀପ କୁମାର ପାଣି ଏବଂ ସ୍ମୃତି ରଂଜନ ମହାନ୍ତି ପ୍ରମୁଖ ମତବ୍ୟକ୍ତ କରିଛନ୍ତି ।ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:
Post a Comment
ହୃଦୟର ଶରଧା ସହିତ...........