ରହସ୍ୟମୟ “ଯତନ ନଗର”

ଅବୋଲକରା-୮
“ଯତନ୍ ନଗର” ନୁହେଁ ଯାତନା ଗଡ,
ବେଠି ଖଟି ଜନେ ସାଜିଲେ ମଢ ।
ଲୁହ ଲହୁ ମିଶି ଏକ ହୋଇଲା,
ବେତ୍ରାଘାତେ କାର ଜୀବନ ଗଲା । 
ଅନେଶ୍ୱତ ଗୃହ   ହେଲା ଖପରା,
ଅଧର୍ମର ବିତ ଅବଲୋକରା । । 
ଓଡିଶାର କେତୋଟି ଭୂତ କୋଠୀ ମଧ୍ୟରୁ ଢେଙ୍କାନାଳର ଯତନ ନଗର ଏକ ରହସ୍ୟମୟ ସ୍ଥାନ କହିଲେ ଅତୁ୍ୟକ୍ତି ହେବ ନାହିଁ  । ତେବେ ଢେଙ୍କାନାଳ ବଜାରରେ ଏକ ଭବ୍ୟ ରାଜ ପ୍ରାସାଦ ଥିବା ସ୍ଥଳେ ,ରାଜା ନୃସିଂହ ପ୍ରତାପଙ୍କ  କ୍ରୁର ଶାସନ ସମୟରେ ଶହ ଶହ  ଜନସାଧାରଣଙ୍କୁ ବେଠି ଖଟାଇ, ସିମିଳିଆ ଠାରେ ରାଣୀ ଯତ୍ନପ୍ରଭାଙ୍କ ନାମାନୁସାରେ ଯତନ ନଗର ନାମିତ ଅନେଶ୍ୱତ ଗୃହ ବିଶିଷ୍ଟ ରାଜ ପ୍ରାସାଦ ନିର୍ମାଣ କରିବା ରାଜ ତନ୍ତ୍ରର ଏକ କୁ ଚରିତ୍ର ଚିତ୍ରଣ କରୁଛି  । କାରଣ ଏଠାରେ ପ୍ରଜାମାନେ ନିଜ ଘରୁ ଚୂଡା ଚାଉଳ ଆଣି ଏଠାରେ ବେଠି ଖଟୁଥିଲେ । କାମ ନକଲେ ଚାବୁକ୍ ପ୍ରହାର ସହିତ ବେଳେ ବେଳେ ଲୋକମାନଙ୍କୁ ମାରି ଦିଆ ଯାଉଥିଲା  । ପ୍ରାସାଦଟି  ଏକ ପାହାଡ ଉପରେ ଥିବାରୁ ହାତୀମାନଙ୍କ ଦ୍ୱାରା ପଥର ଉଠା ଯାଉଥିଲା ।  ବିଶାଳକାୟ ପଥରକୁ ହାତୀମାନେ ବହନ ନ କରି ପାରୁଥିବାରୁ, ସମୟେ ସମୟେ ଅନେକ ହାତୀ ଏଠାରେ ମୃତୁ୍ୟ ବରଣ କରିଛନ୍ତି ।  ମୁଁ ଯେତେବେଳେ ଢେଙ୍କାନାଳ ବଜାରରୁ ମଧ୍ୟାହ୍ନ ଭୋଜନ ସାରି,  ଏକୁଟିଆ ଦିନ ଦୁଇଟା ପାଖା ପାଖି ଦ୍ୱି ପ୍ରହର ସମୟରେ ଏହି ଭଗ୍ନ ରାଜ ପ୍ରାସାଦରେ ପହଂଚିଥିଲି, ପ୍ରାୟତଃ ଏହି ଯନ୍ତ୍ରଣା ଜର୍ଜରିତ ସ୍ଥାନରେ ଯେ,  ଅଶରିରୀଙ୍କ ଉପସ୍ଥିତିକୁ ଅସ୍ବୀକାର କରାଯାଇ ନ  ପାରେ,ତାହା ଅନୁଭବ କରିଥିଲି ।  ସବୁଠାରୁ ରହସ୍ୟମୟ ଅନୁଭବ ଥିଲ,ଯତନ ନଗର କାର୍ଯ୍ୟକ୍ରମ ପାଇଁ ମୋ ମୋଟର ସାଇକେଲଟିକୁ ପୂର୍ବରୁ ଅପଡେଟ୍ କରି ରଖିଥିଲେ ମଧ୍ୟ,ଫେରିବା ସମୟରେ ମୋ ମୋଟର ସାଇକେଲଟି ଚାଲିବା ଅବସ୍ଥାରେ ନ ଥିଲା । ଶେଷରେ ସାତ ଦିନ ପର୍ଯ୍ୟନ୍ତ ମୋ ଦେହ ଖରାପ ହୋଇଥିଲା । ଧନ୍ୟ ତୁମେ ଯତନ ନଗର, ଧନ୍ୟ ଏହି ଭୁତ କୋଠୀ


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........