ଗୃହବନ୍ଦୀ ପରିବାରକୁ ବିନା ଅବରୋଧରେ ଦଶ ଫୁଟ ରାସ୍ତା ଛାଡିବା ପାଇଁ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶ

 ଗୃହବନ୍ଦୀ ପରିବାରକୁ ବିନା ଅବରୋଧରେ ଦଶ ଫୁଟ ରାସ୍ତା ଛାଡିବା ପାଇଁ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶ
IYA NEWS (କଂଟାପଡା) ତା:୦୩/୦୯/୨୦୨୦ରିଖ:  ଦୀର୍ଘ ଦିନ ପରେ ଅଦାଲତଙ୍କ ନିର୍ଦ୍ଦେଶଙ୍କ କ୍ରମେ  ଗୃହ ବନ୍ଦୀ
ରାୟ ପରିବାରକୁ ଆଶ୍ୱସ୍ତି  । ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ,  ଦୀର୍ଘ କୋଡିଏ ବର୍ଷରୁ ଅଧିକ ସମୟ ରହି ଆସୁଥିବା, କଂଟାପଡା ବ୍ଲକ ଅଧିନସ୍ଥ ବ୍ରାହ୍ମଣ ସାଇଲୋ ଗ୍ରାମ ପଂଚାୟତ ଧାନ ମଣ୍ଡଳ ଗ୍ରାମରେ ହୋମିଓ ପାଥିକ କାର୍ଯ୍ୟାଳୟରେ ପରିସରେ ନିଜର କ୍ରୟ ଜମିରେ ପ୍ରକାଶ ରାୟ ସପରିବାର ରହି ଆସିଥିବା ସମୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଏକ ସରକାରୀ ପାଚେରୀ ନିର୍ମାଣକୁ କେନ୍ଦ୍ର କରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରକାଶ୍ୟ ଯେ ଶ୍ରୀଯୁକ୍ତ ରାୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ହୋମିଓ ପ୍ୟାଥିକ କାର୍ଯ୍ୟାଳୟର ଦକ୍ଷିଣ ପାଶ୍ୱର୍ର କିଛି ଅଂଶକୁ ରାସ୍ତା ଭାବରେ ବ୍ୟବହାର କରି ଗ୍ରାମ୍ୟ ରାସ୍ତାରେ ଯିବା ଆସିବା କରିବା ପାଇଁ ବ୍ୟବହାର କରି ଆସୁଥିଲେ  । ତେବେ  ଉକ୍ତ ପାଶ୍ୱର୍ରେ ଏକ ସରକାରୀ ପାଚେରୀ ନିର୍ମାଣ ହେବାରୁ ରାୟ ପରିବାର ଏକ ପ୍ରକାର ଗୃହ ବନ୍ଦୀ ହୋଇଯାଇଥିଲେ  ।  ଯାହାଫଳରେ  ଉକ୍ତ ନିର୍ମାଣକୁ କେନ୍ଦ୍ର କରି ପାଚେରୀ ନିର୍ମାଣକୁ ବିରୋଧକୁ କେନ୍ଦ୍ର କରି ଅପ୍ରିତୀ କର ପରିସ୍ଥିତି ମଧ୍ୟ  ସୃଷ୍ଟି ହୋଇ ଗୋବିନ୍ଦ ପୁର ପୋଲିସ ଉପସ୍ଥିତିରେ ଏହାର ସାମୟିକ ସମାଧାନ କରା ଯାଇ,ପ୍ରତିପକ୍ଷମାନେ ପୋଲିସ ଉପସ୍ଥିତିରେ  ପାଚେରୀ ନିର୍ମାଣ ମଧ୍ୟ କରିଥିଲେ  । ଶେଷରେ ଶ୍ରଯୁୀକ୍ତ ରାୟ ପରିବାର ଗୃହବନ୍ଦୀଭାବରେ ବ୍ୟତୀତ କରିବାରୁ, ଅନ୍ୟୋପାୟ ହୋଇ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଆଇନଜିବୀ ଅଶ୍ୱିନୀ କୁମାର ମହାନ୍ତିଙ୍କ ମାଧ୍ୟମରେ ଏକ ସିଭିଲ ସୁଟ ଦାୟର ଦାୟର କରାଯାଇଥିଲା ।  ରାୟ ପରିବାର ପରିସ୍ଥିତିକୁ ହୃଦୟଙ୍ଗମ କରି ମକଦ୍ଦମା ଶେଷ ହେବା ପର୍ଯ୍ୟନ୍ତ ବିନା ଅବରୋଧରେ  ପ୍ଲଟ ନଂ.୧୬୬୬ର ପୂର୍ବ ପାଶ୍ୱର୍ରେ ଦଶ ଫୁଟ   ପ୍ରସ୍ଥର ରାସ୍ତା ଛାଡିବା ପାଇଁ ଅଦାଲତ ତରଫରୁ ବ୍ଲକ ଉନ୍ନୟନ ଅଧିକାରୀ,କଂଟାପଡା,ଚିକିତ୍ସାଅଧିକାରୀ,ଧାନ ମଣ୍ଡଳ ଚିକିତ୍ସାଳୟ ଏବଂ ସରପଂଚ,ବ୍ରାହ୍ମଣ ସାଇଲୋକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ  ଉକ୍ତ ଘଟଣାରେ ଆକ୍ରୋଶ ମୂଳକ  ପାଚେରୀ ନିର୍ମାଣ କରିବା ସହିତ ସମାଜରେ ଏକ ପରିବାରକୁ ଗୃହବନ୍ଦୀ କରିବା ମାନବିକ ଅଧିକାର ଉଲ୍ଲଙ୍ଘନ ବୋଲି ଅନେକ ବୁଦ୍ଧିଜିବୀମାନେ ନାପସନ୍ଦ କରିଛନ୍ତି । 






ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........