ଅଘୋରୀ ମୋହର ନାଆଁ

ଅନେକ ସମୟରେ ପୁରାତନ ସ୍ଥାନ ବୁଲିବା ଅଭ୍ୟାସ ଥିଲେ ମଧ୍ୟ ଜଗତସିଂହପୁର ସ୍ଥିତ ଧ୍ୟାନକୁଦ ପଂଚସଖାପୀଠ ଠାରୁ ଅନତି ଦୂରରେ ଥିବା ରାହସ ବଟ ଅନ୍ୟତମ । ସ୍ବ ସାଧନା ଦୃଷ୍ଟିରୁ ସେଠାରେ ଅନେକ ସମୟ ବିତାଇଲେ ମଧ୍ୟ, ବର୍ତମାନ ସମୟରେ ନିଜକୁ ଅଘୋରନାଥଙ୍କ ସେବକ କହୁଥିବା ଜନୈକ ସାଧୁଙ୍କ ବ୍ୟବହାର ଏବଂ କାର୍ଯ୍ୟଶୈଳୀ ଠିକ୍ ଲାଗୁନାହିଁ । ସାଧୁ ଗଂଜେଇ ଟାଣନ୍ତୁ ମୋର ମନା ନାହିଁ । କିନ୍ତୁ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ନ୍ୟାୟରେ , ବଟକୁ ଠାକୁରଙ୍କ ଆସ୍ଥାନ ବୋଲି କହି ନିଜେ ଗଂଜେଇ ଟାଣିବା ସହିତ ଅନ୍ୟମାନଙ୍କୁ ଡାକି ଗଂଜେଇ ଟାଣିବା କେତେ ଦୂର ଠିକ୍ , ପ୍ରିୟ ପାଠକେ ଆପଣ ତାହା ବିଚାର କରିବା ପାଇଁ ଅନୁରୋଧ । ଏତଦ୍ ବ୍ୟତୀତ ନିଜର ଜିଜ୍ଞାସା ହେତୁ ଆତ୍ମ ସାଧନା ସଂପର୍କେ ପଚାରିବା ଏବଂ ସମୂହ ଗଂଜାଇ ଟଣାକୁ ବିରୋଧ କରିବା ହେତୁ ଉକ୍ତ ବାବାଙ୍କର ଅତ୍ୟନ୍ତ କ୍ରୋଧ ପ୍ରକାଶ ଅତ୍ୟନ୍ତ ଦୁଃଖ ଦାୟକ ଏବଂ ଜଣେ ସାମ୍ବାଦିକ ଭାବରେ ଏହାକୁ ରେର୍କଡିଂ ପାଇଁ ବାବାଙ୍କର କ୍ରୋଧିତ ରୂପ ବି ଦୁଃଖ ଦାୟକ । ଏହି ପରିପ୍ରେକ୍ଷୀରେ ମୋର କବିତାଟିକୁ ପାଠ କରି ମତାମତ ଦେବା ପାଇଁ ସବିନୟ ଅନୁରୋଧ ।
ଅଘୋରୀ ମୋହର ନାଆଁ 
ମାଧବାନନ୍ଦ ଭୋଇ
ବଟ ଠାରେ ଦେଖ,ଲାଗିଛି ନାଟ,
ବୁଢା ବାବାଜୀର ବଢିଛି ଜଟ,
ପିତଳ ଚିଲମେ ଧୂଆଁ,
ସାଙ୍ଗ ସାଥି ମେଳେ ଗଂଜେଇର ଭୋଗ;
ଅଘୋରୀ ମୋହର ନାଆଁ । ।
ସାଧୁ କେହି ନୁହେଁ ଦାଢୀ ବଢାଇଲେ,
ଆଖି ତରାଟିକି ଗଂଜେଇକି ଟାଣିଲେ,
ଥିବ ଦୟା କ୍ଷମା ରୂପ,
ବ୍ରହ୍ମ ପାଦେ ଧ୍ୟାୟୀ,ସମାଜର ହିତେ
ଜଳୁଥିବ ଜୀବନ ଦୀପ । ।
କିସ ହେବ ସାଧୁ, କୌପୀନ ପିନ୍ଧିଲେ?
ନିଶା,ରାଗ,ରୁଷା ମୁହେଁ ଆଚରିଲେ,
ନାହିଁ ମୁହେଁ ଦୟା ଭାବ,
ଭୋଗେ ସେହି ପରା ନରକର ଦୁଃଖ,
ଭୋଗୁଥାଏ ପରାଭବ । ।
ନାଶ ଯାଉ ଏହି ବାବାଜୀ ଗିରି,
ବାବା ନୁହେଁ , ଇଏ ଏକ ଗୁଣ୍ଡାଗିରି,
ପୋଡୁ ପୋଡା ମୁହାଁ ନିଶ,
ସତ୍ୟର ଜୟ ,ନିଶ୍ଚୟ ହୋଇବ;
ନାଶ ଯାଉ ସତ୍ୟାନାଶ । ।
ସଂପାଦକ:ଉଦୟ ଭାନୁ,ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........