ଦରାଡ ଅଧିବାସୀଙ୍କ ଅକଥନୀୟ ଦୁର୍ଦ୍ଦଶା,ନୀରବ ଦ୍ରଷ୍ଟା ସାଜିଛି ବାଲିପାଟଣା ପ୍ରଶାସନ

ଦରାଡ ଅଧିବାସୀଙ୍କ ଅକଥନୀୟ ଦୁର୍ଦ୍ଦଶା,ନୀରବ ଦ୍ରଷ୍ଟା ସାଜିଛି ବାଲିପାଟଣା ପ୍ରଶାସନ

IYA NEWS(ବାଲିପାଟଣା) ତା:୦୩/୦୯/୨୦୨୦ରିଖ: ବିଭିନ୍ନ ଦୈବୀ ଦୁର୍ବିପାକ ପାଇଁ ରାଜ୍ୟ ସରକାର  ବିପର୍ଯୟ ପରିଚାଳନା ପାଂଠି କରି  ଓଡିଶା ରାଜ କୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ  ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପଂମ୍ପାଲୋ ଗ୍ରାମ ପଂଚାୟତର ଦରାଡ ଅଧିବାସୀମାନଙ୍କ ପାଇଁ  ବିପର୍ଯ୍ୟୟ ଜନିତ ସବୁ ସୁବିଧା ଅପହଂଚ ପାଲଟିଯାଇଛି । ବିଗତ ଦିନରେ ଲଘୁଚାପ ଜନ୍ଖଚ୍ଛ ପ୍ରବଳ ବର୍ଷା ହେବା ଦ୍ୱାରା  ହୀରାକୁଦ ଡ୍ୟାମରୁ  ୪୬ ଗେଟ୍ ଯୋଗେ  ଜଳ ନିଷ୍କାସିତ ହୋଇଥିଲା  । ଯାହାଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା  । ଏହି ପରିପ୍ରେକ୍ଷୀରେ ବାଲିପାଟଣା ବ୍ଲକର ଭାଗର୍ବୀ-ଧନୁଆ ନଦୀ ଦ୍ୱାରା ଅଚୁ୍ୟତପୁର-ବଇଁଚୁଆଁ କାଜ ପାଣି ପ୍ଳାବିତ ହୋଇ ଅନେକ ପଂଚାୟତ  ଜଳମଗ୍ନ ହେବା ସହିତ ଜନ ସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ  ହୋଇଥିଲେ । ସବୁ ଠାରୁ ବଳି ଯାଇଥିଲା ଉକ୍ତ ବ୍ଲକର ଦରାଡ ଦଳିତ ଅଧିବାସୀଙ୍କର ଅବସ୍ଥା  ।  ଦୀର୍ଘ  ୪/୫ ଦିନ ପର୍ଯନ୍ତ ଉକ୍ତ ଅଂଚଳ ପାଣିରେ ବୁଡି ରହିଥିଲେ ମଧ୍ୟ  କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନ ଥିଲା । ନାମକୁ ମାତ୍ର ଢୋକେ ପିଇ ଦଣ୍ଡେ ଜିଇଁ ନ୍ୟାୟରେ ପ୍ରଶାସନ ତରଫରୁ ମୁଣ୍ଡ ପିଛା ୬୦୦ ଗ୍ରାମ ଚୂଡା, ୫୦ ଗ୍ରାମ ଚିନି ଏବଂ ଖୋଲା  ଦଶ ବାରୋଟି  ବିସ୍କୁଟ୍ ପ୍ରଦାନ କରାଯାଇଥିଲା । ଯାହାଫଳରେ ଉକ୍ତ ଜଳ ପ୍ଲାବିତ ଅଚଂଳରେ ଅନେକ ଗରିବ ଶ୍ରେଣୀୟ ବ୍ୟକ୍ତିମାନେ ବାସ କରୁଥିବାରୁ   ବିନା କାମ ଧନ୍ଦାରେ ଭୋକ ଉପାସରେ କାଳ ପାତିତ କରିଥିଲେ ।  ଏତଦ୍ ବ୍ୟତୀତ ଏଠାରେ  ପାନୀୟ ଜଳର ସୁବିଧା ନ ଥିଲେ ମଧ୍ୟ ଏକ ୱାଡ ପୋଷ୍ଟ ଉପରେ ଦୁଇ ଶହରୁ ଅଧିକ ଲୋକ ନିର୍ଭର କରନ୍ତି  । ରାସ୍ତା ଘାଟର ମଧ୍ୟ ସେପରି ସୁବିଧା ନାହିଁ  । ଭୌଗଳିକ ଦୃଷ୍ଟି କୋଣରୁ ଭୁବନେଶ୍ୱର ରାଜଧାନୀ ଠାରୁ ପ୍ରାୟ ତିରିଶ କିଲୋମିଟର ଦୂରରେ ଥିଲେ ମଧ୍ୟ ଦରାଡ ଦଳିତ ଅଧିବାସୀଙ୍କର ଦୁଃଖ ଦୁର୍ଦ୍ଦଶା  ଦୀପ ତଳ ଅନ୍ଧାର ବୋଲି ବୁଦ୍ଧିଜିବୀମାନେ ମତ ବ୍ୟକ୍ତ କରିଛନ୍ତି । ଯଦି ଆସନ୍ତା ଦିନରେ ସରକାର କୌନସି ପଦକ୍ଷେପ ଗ୍ରହଣ ନ କରନ୍ତି, ଏଠାର ଅଧିବାସୀମାନେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଶାସନିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି  ଚେତାବନୀ ଦେଇଛନ୍ତି ।







No comments:

Post a Comment

ହୃଦୟର ଶରଧା ସହିତ...........