ଫୁଲେଇ ସଂଜର ଅନୁଭୂତି

ଆଜି  ସୋମବାର  । ସମୟ  ସନ୍ଧ୍ୟା ସାତଟା ହେବ  ।  ଅଡଶପୁରରୁ ଫେରିବା ସମୟରେ ଯୋହଳ ପୋଲ   ଠାରେ ଏକ ମହିଳାଙ୍କୁ ଦେଖି ଚମକି ପଡିଲି  । ଗାଡି ଲାଇଟ୍ ପଡିଲା ପରେ ତାଙ୍କର ଆଚରଣ ମୋତେ ଅସ୍ବାଭାବିକ ଲାଗୁଥିଲା  ।  ବୟସ ପ୍ରାୟ ୨୫/୨୬ ହେବ  । ଶାଗୁଆ ଫିକା ରଙ୍ଗର ସାଢୀ ପିନ୍ଧିବା ସହିତ ମଥାର ସିନ୍ଦୁର ଚମକି ଉଠୁଥିଲା  ।  ତେବେ ମହିଳା ଜଣକ ମାନସିକ ବିକାରଗ୍ରସ୍ତ କିମ୍ବା ଘରୁ ରାଗି କରି ପଳାଇ ଆସିଛନ୍ତି ମନରେ କୌତୁହଳ ଜାତ ହେବା ସ୍ବାଭାବିକ  ।  ତେବେ ବି ସନ୍ଧ୍ୟା ସମୟରେ ଗାଡି ରଖି  ଏକ ମହିଳା ପଛରେ ପଡିବା,  କେତେ ଜଣ ବି ଏ ଘଟଣାରେ ନକରାତ୍ମକ ମତ ପ୍ରଦାନ କରିଥିଲେ  । ତଥାପି   କୁଆଡେ ଯାଉଛନ୍ତି ମାଆ କହିଲା -ପରେ ମହିଳା ଜଣକ ଚୁପ୍ ହୋଇ  ଯାଇଥିଲେ  ।
                            ବିଚାରୀ ବିଡ୍ ବିଡେଇ ହୋଇ କାନ୍ଦି ଉଠିଲା  । ମୋତେ ଛାଡି ଦିଅ । ଯୁଆଡେ ଇଛା ମୁଁ ଚାଲିଯିବି, ନ ହେଲେ ମୁଁ ମରିବି  । କଣ କରିବି ଭାଇ,  ଶାଶୁ ଘରେ ସୁଖ ପାଇ ପାରିଲି ନାହିଁ  । ବାପ ଘରକୁ ଆସଲି ଭାରି  । ହେଲେ ଏଠି ମୋତେ ଭଲରେ  ରଖେଇ ଦେଲେ ନାହିଁ  ।  ଶେଷରେ ମୋତେ ବାଡେଇଲେ  । ଏଇଠି  ଦେଖ ମୋ ହାତ କେମିତି ଖଣ୍ଡିଆ ହୋଇଛି  ।  ବାଇକ୍ ରଖି ମୋବାଇଲରେ ହାତ ଦେଖିଲି ତାର  । ଡାହାଣ ହାତରେ ଶଂଖା ପଟକ ବ୍ୟତୀତ ଆଉ କିଛି ନଥିଲା  । କାଚ ଗୁଡିକ ଭାଙ୍ଗି ଯିବା ହେତୁ  ହାତ ଖଣ୍ଡିଆ ଖାବରା ହୋଇଛି ବୋଲି ମନେ ହେଉଥିଲା  ।  ହେଲେ କିଛି ଅଘଟଣର ଆଶଙ୍କା ମୁଁ ମନେ କରୁଥିଲି  ।   ଏହା ପରେ ବି ଉଡି ଯୋହଳ ପୋଲ  ଠାରୁ ଇଛାପୁର ପର୍ଯ୍ୟନ୍ତ ଦୁଇ କିଲୋମିଟର ଦୂର  । 
                           ଏତଦ୍ ବ୍ୟତୀତ ଲକ ଡାଉନ୍ ହେତୁ  ଉକ୍ତ ରାସ୍ତା ମଧ୍ୟ ଶୁନ୍ ଶାନ୍ ଲାଗୁଥିଲା  ।  ହେଲେ  ଏପରି ବିଚିତ୍ର କଥା,  ଲକ୍ ଡାଉନ ସମୟରେ ଅଡଶପୁର ଠାରୁ ଉଡିଯୋହଳ ପର୍ଯ୍ୟନ୍ତ ନିଛାଟିଆ ରାସ୍ତାରେ ଯେତେ   ଭଦ୍ର ଲୋକମାନଙ୍କର ଯାତାୟାତ ହୁଏ ନାହିଁ । ବରଂ କିଛି ଅସାମାଜିକ ଲୋକମାନଙ୍କର ଯାତାୟାତ ଅଧିକ ହୋଇଥାଏ  । ବିଶେଷ କରି  ଏଠି କିଛି ନିଶାଡି ମାନଙ୍କ ସଂଖ୍ୟାା ଅଧିକ ଥାଏ ।   ମନ ଭଲା ଲାଗିଲା ନି  । ବାଇକରେ  ବସାଇବା ସହିତ ଚାଲିଲି  ଓଲଟପୁର ଅଭିମୁଖେ  ।  
                  ମହିଳା ଜଣକ ସଲୀନା ନାୟକ (ଛଦ୍ମ ନାମ )  । ଦୁଇ ବର୍ଷ ପୂର୍ବେ ଅଡଶପୁରରେ ବାହାଘର ହୋଇଥିଲା  । ସ୍ବାମୀ କାଠ କାମ କରନ୍ତି  ।  ହେଲେ ଦୁଇ ବର୍ଷ  ତଳୁ ଲେଖା ପଢି ହୋଇ  ସ୍ବାମୀ/ସ୍ତ୍ରୀ ଅଲଗା ରହୁଛନ୍ତି  ।     ଏ କଥା ଶୁଣିଲା ପରେ ବି, ବହୁତ ସମୟ ପୂର୍ବରୁ ସଲୀନାଙ୍କୁ  ଓଲଟପୁର ଥାନାରେ  ପହଂଚାଇଦେଲେ, ମୋର ଦାୟିତ୍ୱ ପ୍ରାୟ ସରିବା ସହିତ  ମୁଁ ନିରାପଦ ହୋଇ ପାରିବି ବୋଲି ମନେ କରୁଥିଲି  । ତେବେ ସଲୀନା ସକାଳୁ କିଛି ଖାଇ ନଥିଲା  । ପାରିବାରିକ   କଳହ ହେତୁ ସକାଳ ଏଗାରଟା ସୁଦ୍ଧା ଆସି ଏକ ଆଶ୍ରମରେ ଥିଲା । ଏହାପରେ ସଂଜ ବେଳୁ ସେ ଆଶ୍ରମରୁ ପଳାଇ ଆସିଛି ବୋଲି ସେ କହୁଥିଲା  । ଏମିତି କି ବାଟରେ ଭାଇ ମାନେ ଅଟକାଇ ଥିଲେ ବି ସେ   ଉଭୟ ଛଡା ଛଡି ମଧ୍ୟରେ କ୍ଷତାକ୍ତ ହୋଇଥିଲେ  ।
                               ଓଲଟପୁର ତେଲ ଟାଙ୍କୀ ଅତିକ୍ରମ କଲା ପରେ ସଲୀନାକୁ ଶୋଷ ଲାଗିଲା  । ବିଚାରୀ ସକାଳୁ କିଛି ଖାଇ ନ ଥିଲା  । ଲକ ଡାଉନ୍ ହେତୁ  ବଜାର ଗୁଡିକ ବନ୍ଦ ଥିଲେ ବି କଂଟାପଡା ହାଇ ସ୍କୁଲ ସମ୍ମୂଖ ଦୋକାନରୁ ପାଣି ବଟଲ ଓ କିଛି ବିସ୍କୁଟ୍  ଦେଲି  । ସଲୀନାକୁ ଏତେ ଥକା ଲାଗୁଥିଲା, ପାଣି  ବୋତଲକୁ ଏକା ନିଶ୍ୱାସରେ ପିଇ ଦେଲା ପରେ ପ୍ରାୟ ପାଂଚ ମିନିଟ ଶୋଇ ପଡିଲା  । ରାତି ଅଧିକ ହେବ ବୋଲି , ତାକୁ ଉଠାଇବା ପରେ ଓଲଟପୁର ଥାନାକୁ ଆସିଲି  ।  ଅବଶ୍ୟ ଏପରି ଘଟଣା ଥାନାକୁ ଆଣିଥିବାରୁ  ଜନୈକ ମହିଳା କନେଷ୍ଟବଳଙ୍କ ଠାରୁ କଟୁକ୍ତି ଶୁଣିବାକୁ ମିଳିଥିଲା  । ମିଡିଆ ବାଲାଙ୍କର କିଛି କାମ ନାହିଁ  ।  ଥାନାରେ ଏତେ କାମ ଯେ, ଟିକେ ଫୁରସତ୍ ନାହିଁ  । ପୁଣି ଆଣି କାମ ଲଗାଇଦେଲେ ଯେ......  ହେଲେ ମୁଁ  ସିଧା ସଳଖ ଥାନା ଆଇ.ଆଇ.ସି ଙ୍କ କଥା ହୋଇ , କାମ ସାରିବା ପାଇଁ ନିଷ୍ପତି ନେଇଥିଲି  । ତେଣୁ ଚୁପ୍ ରହିବା ଉତମ ବୋଲି ମୁଁ ଭାବୁଥିଲି  । ଅବଶ୍ୟ  ରାତି ଆଠଟା ସୁଦ୍ଧା ଆଇ.ଆଇ. ସି. ମହୋଦୟା ଆସିଲେ  ।   କଥାବାର୍ତା ବି ସରିଗଲା  ।  ବହୁତ ଖୁସି ଲାଗିଲା, ଓଲଟପୁର ପୋଲିସ ପ୍ରଶାସନର ସୁ ଉଦ୍ୟମ କ୍ରମେ ରାତା ରାତି ବାପଘର ଲୋକେ ଆସି ସଲୀନାକୁ ମଧ୍ୟ ନେଇ ଗଲେ  ।  ହେଲେ ସଲୀନାର ଆଖିରୁ ଅନେକ କଥା ପଢି ହେଊଥିଲ ।   ବୈବାହିକ ଜୀବନରେ  ଜଣେ ଅବସାଦଗ୍ରସ୍ତାରୁ  ଧିରେ ଧିରେ ମାନସିକ ବିକାରଗ୍ରସ୍ତା ଅବସ୍ଥାକୁ ଯାଉ ନାହିଁ ତ  । ବିଭିନ୍ନ  ମଧ୍ୟ ବିତ ମହିଳାମାନଙ୍କର ଅନୁଭବରୁ ମୋତେ ଲାଗେ,  ଦୈନନ୍ଦିନ ଜୀବନ ଯେତେ ଶ୍ରମ ବହୁଳ ହେଉ କି ସମସ୍ୟାଯୁକ୍ତ ହେଉ, ଜୀବନଟା ଏକା ହେଲେ ବି  ଏକ ପରିବାରର ପାରସ୍ପରିକ ଭଲ ପାଇବା ମଧ୍ୟରେ କିଛି ଯନ୍ତ୍ରଣା ଉପଶମ ହୋଇଯାଏ  ।  ଜୀବନଟା ଆପଣାର ଲାଗେ  । 
                        ହେଲେ ସଲୀନା ତାର ଶାଶୁ ଘର ଛାଡିଲା ପରେ ବି ବାଟରେ ଶାଶୁ ଘର କଥା କହୁଥିଲା  । କିନ୍ତୁ ସଲୀନାର ଲୁହରୁ , ତାର ଜୀବନଟା ଯେ ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ମୁଁ ପଢି ପାରୁ ଥିଲି  । ଦି ଦିନ ବିତି   ଯାଇଥିଲେ ବି,  ଏ ବିଷୟରେ ଅନେକଙ୍କ ଟାରୁ ନକରାତ୍ମକ ମନ୍ତବ୍ୟ ଶୁଣି  ମନ  ଭଲ ଲାଗୁ ନାହିଁ  । ଜଣେ ସାମାଜିକର୍ମୀ ଭାବରେ ରାତି ବେଳା ନିଛାଟିଆ ରାସ୍ତାରୁ ଏକ ମହିଳାକୁ ଥାନାରେ ଜିମା ଦେବା, କଣ ଯେ ଭୁଲ୍ ଥିଲା ମୁଁ ବି ଜାଣି ପାରୁ ନାହିଁ  ।  ଓଡିଶା ଏପରି ଏକ ରାଜ୍ୟ, ଯେଉଁଠି ମଣିଷ ଭଲ କାମ କରିବ , ଲୋକେ ଭଲ ପଦେ କହିବେ ନାହିଁ  । କିନ୍ତୁ ଖରାପ ଦେଖିଲେ ରାଂପି ବିଦାରି ହେବେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........