ଅନାହାରରେ ଆଖି ବୁଜିଲେ ଅରୁପାନନ୍ଦ

ପଡି କାର୍ଡ ବିନା ଅନାହାରରେ ଆଖି ବୁଜିଲେ ଅରୁପାନନ୍ଦ
ପରିବାର ହାଲ ବେହାଲ
  IYA NEWS (କଂଟାପଡା) ତା:୧୯/୦୪/୨୦ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିଲା ବେଳେ, ସାର ଭାରତ ବର୍ଷରେ ତାଲା ବନ୍ଦ ଜନ ଜୀବନକୁ ବ୍ୟତି ବ୍ୟସ୍ତ କରି ଦେଇଛି  ।  ରାଜ୍ୟରେ ମଧ୍ୟ କେହି କ୍ଷୁଧାର୍ଥୀ ରହିବେ ନାହିଁ ବୋଲି ସରକାର ମଧ୍ୟ  ଘୋଷଣା କରିଛନ୍ତି  ।   ଏହା ସଙ୍ଗେ
 ସଙ୍ଗେ  ସାରା ଭାରତ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଥିଲେ ମଧ୍ୟ, ଏକ ରାସନ କାର୍ଡ କଟି ଯିବାଫଳରେ ସାରା ପରିବାର କ୍ଷୁଧାରେ କାଳପାତିତ କରିବା ସହିତ ପରିବାରର ଜଣେ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ଏହି ପରପ୍ରେକ୍ଷୀରେ  ଅନାହାରରେ ମୃତୁୂ ବରଣ କରିଥିବା କଂଟାପଡା ବ୍ଲକ୍ ଅଧିନସ୍ଥ ବଡ ପାଟସୁନ୍ଦରପୁର ଗ୍ରାମ ପଂଚାୟତର ବଡ ପାଟସୁନ୍ଦରପୁର ଗ୍ରାମର ଓଡ ପଡା ସାହି ଅରୁପାନନ୍ଦ ଦାସଙ୍କ ସ୍ତ୍ରୀ ଭାଗ୍ୟବତୀ ଦାସ ଜିଲ୍ଲାପାଳ, କଟକଙ୍କୁ ଲିଖିତ  ଭାବରେ ଜଣାଇବା ସହିତ ଦଶ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବୀ କରିଛନ୍ତି  । ପ୍ରକାଶ୍ୟ ଯେ, ପୂର୍ବରୁ ମୃତୁ୍ୟ ବରଣ କରିଥିବା  ଅରୁପାନନ୍ଦଙ୍କ ପରିବାର ସମେତ ଛଅ ଜଣଙ୍କ ନାମ ସହିତ ପରିବାରରର ମୁଖ୍ୟ ସରସ୍ବତୀ ଦାସଙ୍କ ନାମରେ ରାସନ କାର୍ଡ ନଂ:୦୭୦୭୦୨୧୧୧୨୦୮ ଦ୍ୱାରା ରାସନ ପାଉଥିଲେ  । ମାତ୍ର ମଇ ମାସ ୨୦୧୭ ପର ଠାରୁ  , ଉକ୍ତ  ହିତାଧିକାରୀଙ୍କର  ତିନି ବଖରାରୁ ଅଧିକ ଘର ଥିବା ଦର୍ଶାଇ  ରାସନ କାର୍ଡକୁ ନାକଚ କରି ଦିଆଗଲା  । ତେବେ ରାଜ୍ୟ ସରାକାରଙ୍କ ନିର୍ଦ୍ଦେଶନାମା ନଂ:୧୫୭୫୮/ ତା:୧୦/୦୮/୨୦୧୫ରିଖ ଅନୁଯାୟୀ ତିନି ବଖରା କିମ୍ବା ତତୋଧିକ ଘର ଥିବା ହିତାଧିକାରୀଙ୍କୁ ଅଯୋଗ୍ୟ ଘୋଷିତ ହୋଇଥିବା ସ୍ଥଳେ ପରବର୍ତୀ ସମୟରେ ସରକାରଙ୍କ ନିର୍ଦ୍ଦେଶନାମା ୧୫୮୭୯/ ତା:୦୯/୦୮/୧୬ରିଖ ଅନୁଯାୟୀ, ଉକ୍ତ ତିନି ବଖରା ମଧ୍ୟରେ ଯଦି କୌଣସି ହିତାଧିକାରୀ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକାଘର ପାଇଥିବେ, ଉକ୍ତ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ  ହେବେ ବୋଲି  ଜାରି ହୋଇଥିଲା  ।   ତେବେ ଏଠାରେ ସୂଚନା ଯୋଗ୍ୟ ଯେ, ମେ ୨୦୧୭ ରାସନ ଉଠାଣ ପର ଠାରୁ  ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଶ୍ରୀମତୀ ସରସ୍ବତୀ ଦାସଙ୍କ ସ୍ବାମୀ ସ୍ବର୍ଗତ ଇନ୍ଦ୍ରମଣୀ ଦାସଙ୍କ ନାମ ଇନ୍ଦିରା ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ସତ୍ୱେ ଯୋଗାଣ ନିରିକ୍ଷୀକା, କଂଟାପଡା ସୂଚନା ପତ୍ର ସଂଖ୍ୟା ୩୧୩୯/ତା-୧୧/୧୧/୨୦୧୯ରିଖ  ଅନୁସାରରେ ତାଙ୍କର ରାସନ କାଟି ଦିଆଯାଇଛି ବୋଲି ଦର୍ଶା ଯାଇଥିଲା  । ମାତ୍ର ରାସନ ପାଇଁ ପାରିବାରିକ କଳହ ଏବଂ ସରସ୍ବତୀ ଦାସଙ୍କ ସାନପୁଅ ଅମୁଲ୍ୟ ଦାସଙ୍କ ଅଭିଯୋଗ କ୍ରମେ, ତା-୦୬/୦୨/୨୦୧୯ରିଖରେ ତାଙ୍କର ସାନ ବୋହୁ ଟିକିନା ଦାସଙ୍କ ନାମରେ ୦୭୦୭୦୨୧୧୦୯୦୬ ପଡି କାର୍ଡ ଯୋଗେ ତିନି ଜଣଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆ ଯାଇଥିଲା, ଏହାପରେ ରାଜ୍ୟ ସରକାରଙ୍କ  ଦ୍ୱାରା ରୂପାନ୍ତରିତ ନୂତନ କାର୍ଡ ୦୭୦୭୦୨୧୧୮୦୩  ମାଧ୍ୟମରେ , ତିନିଜଣଙ୍କୁ ଅନ୍ତର୍ଭୁକ୍ତ କରାଗଲା  ।  ତେବେ ଉକ୍ତ କାର୍ଡକୁ ବିଗତ ଦିନରେ ତାଙ୍କର ବାପା ଇନ୍ଦ୍ରମଣି ଦାସ  ୧୯୯୯ ମସିହାରେ ଇନ୍ଦିରା ଆବାସ  ପାଇଥିବାରୁ  ଉକ୍ତ ବ୍ୟକ୍ତି ପଡି କାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସୁଚନା ଅଧିକାର ଆଇନ୍ ତଥ୍ୟ ଦ୍ୱାରା ସୂଚନା ମିଳିଥିଲା  । 
          ହେଲେ ପରିତାପର ବିଷୟ,  ଅରୁପାନନ୍ଦ, ପତ୍ନୀ  ଭାଗ୍ୟବତୀ ଏବଂ ତାଙ୍କର ସନ୍ତାନ
ତ୍ରୟ ରାସନକାର୍ଡରୁ ବଂଚିତ   ହୋଇଥିଲେ  । ଅରୁପାନନ୍ଦ ଜଣେ   ନାମମାତ୍ର ଚାଷୀ ହେଲେ ମଧ୍ୟ, ଘୋର ଅଭାବରେ କାଳା ପାତିତ କରୁଥିଲେ  ।  ଏହା ସହିତ ସେ ତିନୋଟି ସନ୍ତାନର ବାପା  ସହିତ ପରିବାର  ଘୋର ଦୁର୍ଦ୍ଦିନରେ ଅତିବାହିତ  ହେଉଥିବାରୁ  ଚିନ୍ତାଶୀଳ ଭାବରେ ଧିରେ ଧିରେ ରୋଗାକ୍ରାନ୍ତ ମଧ୍ୟ ହୋଇପଡିଥିଲେ  । ତାଙ୍କର ବଡଝିଅ ସାଧନା (୯ ବର୍ଷ ) ଚତୁର୍ଥ ଶ୍ରେଣୀ,  ମଧ୍ୟମା କନ୍ୟା ସମ୍ଭାବନା(୫ ବର୍ଷ) ପ୍ରଥମ ଶ୍ରେଣୀରେ ପଢିବା ସହିତ  ଏକ ବର୍ଷର ପୁଅ ଚିରଜିଂବୀ  ଅଛନ୍ତିି  । ଏପରି  ଆର୍ଥôକ ଅନାଟନରେ ପରିବାର କାଳପାତିତ କରୁଥିବା  ସମୟରେ ବାଧ୍ୟ ହୋଇ ଅରୁପାନନ୍ଦଙ୍କ ପତ୍ନୀ    ନିଜର ଦୁଗ୍ଧ ପୋଷ୍ୟ ପୁଅକୁ ଛାଡି ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ବିଦ୍ୟାଳୟରେ ମାତ୍ର ଚାରି ହଜାର ଟଙ୍କା  ବେତନରେ  କେଆର ଟେକର୍  ଭାବରେ କାମ କରୁଥିଲେ  ।   ତେବେ ଉକ୍ତ ପରିବାରର ଦୂରାବସ୍ଥା ପାଇଁ   ପ୍ରଶାସନ ଦ୍ୱାରା ବାରମ୍ବାର ନିରାଶ ହେବା ଫଳରେ , ଉକ୍ତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ, ଲୋକୟୁକ୍ତ,ଭୁବନେଶ୍ୱରରେ  ସାମାଜିକ  କର୍ମୀ ଶରତ କୁମାର ପରିଡାଙ୍କ ଏକ ମାମଲା ଦାୟର ହେବା ଦ୍ୱାରା  କେସ ନଂ: ଏଲ. ଓା୍ୱଇ:୨୪୮/୨୦୨୦ ପଂଜୀକୃତ ହୋଇଥିଲା  । ତେବେ ଉକ୍ତ କେସର ପ୍ରଥମ ଶୁଣାଣି  ତା:୧୯/୦୩/୨୦୨୦ ରେ
ହୋଇଥିଲା । ଏହାପରରେ ଏହାର ତାରିଖ  ତା:୩୦/୦୪/୨୦ରିଖକୁ ରହିଛି  ।   କିନ୍ତୁ ଜଣେ ସରଳ ନିରୀହ ବ୍ୟକ୍ତି, ରାସନ କାର୍ଡ ପାଇଁ  ବାରମ୍ବାର ପ୍ରଶାସନକୁ ଜଣାଇବା ପରେ, ତାଙ୍କର ଅଭିଯୋଗକୁ କର୍ଣ୍ଣପାତ ନ କରିବା, ଏବଂ   ପ୍ରତାରିତ  ହେବା ସହିତ ତା:୧୪/୦୪/୨୦ରିଖରେ ପ୍ରାଣ ତ୍ୟାଗ କରିଛନ୍ତି  ।  ଯାହା ଶାସନ କଳର ଅପାରଗ ପଣିଆକୁ ପଦାରେ ପକାଇଦେଇଛି  । କେବଳ ଏତିକି ନୁହେଁ, କଂଟାପଡା ବ୍ଲକରେ  ଅନେକ ଗରିବ ବିନା ପଡିକାର୍ଡ ଧାରୀ ଅଛନ୍ତି  । ଯେଉଁମାନେ ଅତ୍ୟନ୍ତ ଦୁଃଖରେ କାଳ ପାତିତ କରିବା ସହିତ ପେଟରେ ଓଦା କନା ପକାଇ ରହୁଛନ୍ତି , ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ । 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........