ଦୁଇ ବେଳା ଖାଇବାକୁ ପାଉ ନାହାନ୍ତି ବର୍ହି ରାଜ୍ୟର ଶ୍ରମିକ

ଅଡଶପୁର ଗ୍ରାମ ପଂଚାୟତ ସ୍ତରୀୟ ସଂଘ, ଖାଦ୍ୟ ବିତରଣ  କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ
ଦୁଇ ବେଳା  ଖାଇବାକୁ ପାଉ ନାହାନ୍ତି ବର୍ହି ରାଜ୍ୟର ଶ୍ରମିକ
IYA NEWS (କଂଟାପଡା) ତା:୧୪/୦୪/୨୦  ମହାମାରୀ କରୋନା ପାଇଁ ସାରା ଭାରତ ବର୍ଷ ଲକ୍ ଡାଉନ୍  । ଦୁର୍ବିସହ ହୋଇ ଯାଇଛି ଜନ ଜୀବନ ଧାରା  ।  କିଏ କ୍ଷୁଧା ଜ୍ୱାଳାରେ ସନ୍ତୁଳି  ହୋଇ ଆର୍ତ ଚିକ୍ରାର କରୁଛନ୍ତି ତ କିଏ ଗ୍ରୀଷ୍ମ ଜ୍ୱାଳାରେ ପାଣି ଟୋପେ ପାଇଁ ଛଟପଟ ହେଉଛନ୍ତି  । ଏହି ପରିପ୍ରେକ୍ଷୀରେ  ରାଜ୍ୟରେ  କେହି କ୍ଷୁଧାର୍ଥୀ ରହିବେ  ନାହିଁ ବୋଲି, ଅସହାୟ ଏବଂ, ବହିରାଗତ ରାଜ୍ୟର ଶ୍ରମିକମାନଙ୍କ ପାଇଁ  ଓଡିଶା ସରକାର, ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ  ( ବିପର୍ଯ୍ୟୟ ପରିଚାଳନା ବିଭାଗ)ଙ୍କ ନିର୍ଦ୍ଦେଶାନାମା ନଂ:୨୦୫୩  ଓ ତାରିଖ: ୩୦.୦୩.୨୦୨୦ ଅନୁଯାୟୀ ରାଜ୍ୟରେ ବିଭିନ୍ନ  ଖାଦ୍ୟ ବିତରଣ କେନ୍ଦ୍ର କରାଯାଇଛି  । ଏହା ସହିତ ଖାଦ୍ୟର ଉପଯୁକ୍ତ ମାନ ରହିବା ସହିତ ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ମୁଣ୍ଡ ପିଛା ୬୦ ଟଙ୍କା ଏବଂ ବାର ବର୍ଷରୁ ନିମ୍ନ ପିଲାମାନଙ୍କ ପାଇଁ ୪୫ ଟଙ୍କା ବ୍ୟୟ ବରାଦ ହେବା ସହିତ  ପ୍ରତ୍ୟେକ ଦିନ ଦୁଇ ବେଳା ଭୋଜନ ବ୍ୟବସ୍ଥା କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆ ଯାଇଛି  ।   ମାତ୍ର ପରିତାପର ବିଷୟ ଏହି କି ଯେ,ଅଡଶପୁର ସ୍ଥିତ  ଗ୍ରାମ ପଂଚାୟତ ସ୍ତରୀୟ ସଂଘର  ଖାଦ୍ୟ ବିତରଣ  କେନ୍ଦ୍ରରେ  ପ୍ରଦାନ କରାଯାଉଥିବା ଅତ୍ୟନ୍ତ ନିମ୍ନ ମାନର ଅଟେ   ଏବଂ  ଏଠାରେ ଦୁଇ ବେଳା ଖାଦ୍ୟ ପ୍ରଦାନ କରା ଯାଉ ନ ଥିବାରୁ , ବର୍ହି ରାଜ୍ୟର ଶ୍ରମିକ ଏବଂ ଅସହାୟ ବ୍ୟକ୍ତିମାନେ,ରାତ୍ରି ବେଳା ଉପାସରେ କାଳ ପାତିତ କରୁଛନ୍ତି  । ଯାହଫଳରେ ଭୋଜନ କରୁଥିବା ଅସହାୟ ବ୍ୟକ୍ତିମାନେ ଘୋର ଅସନ୍ତୋଷ ପରିପ୍ରକାଶ କରୁଛନ୍ତି  । ଏହା ବ୍ୟତୀତ,ଉକ୍ତ କେନ୍ଦ୍ରରେ ପ୍ରତ୍ୟେକ ଦିନ ପ୍ରାୟ ପଚାଶ ଜଣ ଭୋଜନ କରିବା ସମୟରେ . ସରକାରଙ୍କ ନିୟମ ମତେ ରେଜିଷ୍ଟ୍ରରରେ ଶତାଧିକ  ବ୍ୟକ୍ତିମାନଙ୍କୁ ଉଲ୍ଲେଖ କରାଯାଇ ଅତ୍ୟନ୍ତ ଚଂଚକତା କରା ଯାଉଛି  ବୋଲି ଅଡଶପୁରରର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ,  ଆଜି  ଅପରାହ୍ନ ସୁଦ୍ଧ ସାମାଜିକକର୍ମୀ ସୁବ୍ରତ କୁମାର ଦାସଙ୍କ ନେତୃତ୍ୱରେ  କଂଟାପଡା ବ୍ଲକ୍ ଉନ୍ନୟନ ଅଧିକାରୀ କେ. ଅଶୋକ କୁମାରଙ୍କ ଜରିଆରେ କଟକ ଜିଲ୍ଲାପାଳଙ୍କୁ   ଦରଖାସ୍ତ ପ୍ରଦାନ କରିଛନ୍ତି । ଏତଦ୍ ବ୍ୟତୀତ  ଉକ୍ତ ଖାଦ୍ୟ ବିତରଣ କେନ୍ଦ୍ରରେ ବ୍ୟାପକ ଅନିୟମିତତାକୁ ଦୃଷ୍ଟିରେ  ରଖିବା ସହିତ, ଏହାକୁ ବିଧିବଦ୍ଧ ତଦନ୍ତ କରାଯାଇ,  ଉକ୍ତ ପଂଚାୟତ ସ୍ତରୀୟ ସଂଘର  ପ୍ରାୟୋଜିତ ଖାଦ୍ୟ ବିଲକ  ରଦ୍ଦ କରାଯିବା ପାଇଁ  ସାମାଜିକକର୍ମୀ  ଶ୍ରୀଯୁକ୍ତ ଦାସ ମତବ୍ୟକ୍ତ କରିଛନ୍ତି  ।  ତେବେ ଉକ୍ତ ଅନିୟମିତତା ସଂପର୍କରେ ତଦନ୍ତ କରାଯିବା ସହିତ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ବ୍ଲକ୍ ଉନ୍ନୟନ ଅଧିକାରୀ,କଂଟାପଡା, ଦରଖାସ୍ତ ଗ୍ରହଣ କରିବା ପରେ ଶ୍ରୀଯୁକ୍ତ କୁମାର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........